Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-12-2022 (Christmas Special)
Share:

By Village Missionary Movement

Thursday, 01-Dec-2022

ଆଜିର ବାକ୍ୟ (Oriya) 02-12-2022 (Christmas Special)

 

ରୋଗୀଙ୍କ ମନ ବୁଝୁଥିବା ଖ୍ରୀଷ୍ଟ ଜନ୍ମଦିନ

 

“...ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ ।“ - ମାଥିଉ 25:36

 

ମୁଁ ଚାକିରୀ କରୁଥିବା ଡାକ୍ତରଖାନାରେ ଜଣେ ବୁଢା ନିଶ୍ୱାସ ପ୍ରଶ୍ୱାସ ନେଇ ନ ପାରି ଅନେକ କଷ୍ଟ ଅନୁଭବ କରୁଥିଲା !ମୁଁ ପ୍ରତିଦିନ ସକାଳୁ ତାଙ୍କ ନିକଟକୁ ଯାଇ ପଚାରେ,ଅଜା ଖାଇଲ କି,ତୁମର କଣ ଦରକାର କି ? ଏହା ପଚାରିବା କ୍ଷଣି ଛୋଟ ପିଲାଙ୍କ ସଦୃଶ୍ୟ, ଉତ୍ତମ ରୂପେ ପ୍ରେମରେ ଉତ୍ତର କହେ !ସେ ଦିନେ ଅକସ୍ମାତରେ ନିଶ୍ୱାସପ୍ରଶ୍ୱାସ ନେବାକୁ ବହୁତ କଷ୍ଟ ହେଉଥିଲା !ସେହି ସମୟରେ ସେ ମୋତେ କହିଥିବା ଏକ ବିଷୟଟି ମୋ ହୃଦୟ ଭାଙ୍ଗି ଗଲା,ଦୁଃଖରେ କହିଲା, ଦୟାପୂର୍ବକ ମୋତେ ଜୀବନରେ ମାରିଦିଅ, ରୋଗ ଦ୍ଵାରା ହେଉଥିବା କଷ୍ଟ ଠାରୁ ଏହି ଏକାକୀତା କଷ୍ଟ ବିଲକୁଲ ସହ୍ୟ କରି ପାରୁ ନାହିଁ !କରୋନା ସମୟରେ ଅନେକ ଲୋକ ଡାକ୍ତରଖାନାରେ ଏହି ରୂପେ ଏକାକୀ, ଭୟରେ ଜୀବନକୁ ଘୃଣିତ ଅବସ୍ଥାକୁ ଆଣିଥିବା କାରଣ, ରୋଗ ନୁହେଁ ଏକାକୀ ଅଟେ !

 

ଯୀଶୁଖ୍ରୀଷ୍ଟ ମଣିଷ ରୂପରେ ଜୀବନଯାପନ କଲା ସମୟରେ ଅଠତିରିଶ ବର୍ଷ କେବଳ ରୋଗରେ ହିଁ ନୁହେଁ ପରିବାର ଦ୍ଵାରା ଘୃଣିତ ହୋଇ ତାହାକୁ ଏଵେଷ୍ଟ କୁହାଯାଉଥିବା ପୋଖରୀ ନିକଟକୁ ନେଇ ଓଲ୍ଲାଇବାକୁ କେହି ନାହାନ୍ତି ବୋଲି ଏକାକୀ ହୋଇ ସର୍ବଦା କଷ୍ଟ ଅବସ୍ଥାରେ ଅପେକ୍ଷାରେ ଥିବା ଜଣେ ବ୍ୟକ୍ତିକୁ ଯୀଶୁ ଜାଣି ପାରି, କଣ କହିଲେ ଅନୁଧ୍ୟାନ କଲ କି ? ଯୀଶୁ ପଚାରିଲେ,ତୁମ୍ଭେ ସୁସ୍ଥତା ହେବା ନିମନ୍ତେ ଇଚ୍ଛା କରୁଛ କି ?ଯୀଶୁ ରୋଗରେ ପୀଡିତ ବ୍ୟକ୍ତିଙ୍କ ଇଚ୍ଛାକୁ ପଚାରୁଛନ୍ତି !ଅନେକ ବର୍ଷ ହେବ ଅପେକ୍ଷାରେ ଥିବା ତାଙ୍କ ଇଚ୍ଛାକୁ ପଚାରିଥିବା ଯୀଶୁ, ସେହି ଇଚ୍ଛାକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ସୁସ୍ଥତା କଲେ !ସେ ଯାଇ ଅନେକଙ୍କୁ ଯୀଶୁଙ୍କ ବିଷୟରେ ପ୍ରସାର କଲା ବୋଲି ପବିତ୍ର ବାଇବଳରେ ଆମେ ଦେଖୁଛୁ !

 

ଏହା ଶୁଣୁଥିବା ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ସନ୍ତାନଗଣ, ସେହି ବୁଢ଼ାଙ୍କ ସଦୃଶ୍ୟ ଦେଖାଶାଖା କରିବାକୁ କେହି ନ ଥାଇ ଅନେକ ବର୍ଷରୁ ରୋଗରେ କଷ୍ଟ ଅନୁଭବ କରୁଥିବା ପ୍ରଜାମାନେ ଆମ ଚାରିପଟେ ଥିବା ଡାକ୍ତରଖାନାରେ, ସାହିପଡିଶାରେ, ରାସ୍ତାରେ ଏକାକୀ ଅନାଥ ସଦୃଶ୍ୟ ରହିଥିବା ଆମେ ଦେଖୁଛୁ !ଏପରି ଲୋକଙ୍କ ନିମନ୍ତେ ଏହି ଖ୍ରୀଷ୍ଟ ଜନ୍ମଦିନରେ ଆମେ କଣ କରୁଛୁ ? ଯୀଶୁଖ୍ରୀଷ୍ଟଙ୍କ ସଦୃଶ୍ୟ ରୋଗୀମାନଙ୍କ ମନ ଜାଣି, ସେମାନଙ୍କ ଇଚ୍ଛାକୁ ଜାଣି ସେଗୁଡିକୁ ସମ୍ପୂର୍ଣ୍ଣ କରିବା ପ୍ରକାରେ, ଅର୍ଥପୂର୍ଣ୍ଣ ଖ୍ରୀଷ୍ଟ ଜନ୍ମଦିନ ପାଳନ କରୁଛୁ କି ? ଅବା କେବଳ ମଧୁର ମିଠା ଭୋଜନ କରି, କେବଳ ଆମେ ହିଁ ଆନନ୍ଦିତ ହୋଇ ଖ୍ରୀଷ୍ଟ ଜନ୍ମଦିନ ପାଳନ କରୁଛୁ କି ? ଅଳ୍ପ ଆଲୋଚନା କରି ଦେଖି, ଅର୍ଥପୂର୍ଣ୍ଣ ରୂପେ ଜଣେ ଖ୍ରୀଷ୍ଟିଆନ ଭାବେ ଜୀବନଯାପନ କରି,ଅର୍ଥପୂର୍ଣ୍ଣ ଖ୍ରୀଷ୍ଟ ଜନ୍ମଦିନଟି ପାଳନ କରି ପ୍ରଭୁମାନଙ୍କର ପ୍ରଭୂଙ୍କୁ ଆନନ୍ଦିତ କରିବା !ଆମେନ୍ !

- ଡାକ୍ତର ବିଶାଳୀ

 

ପ୍ରାର୍ଥନା ଅନୁରୋଧ :-

୮00 ରୁ ଉର୍ଦ୍ଧ ଥିବା ଆମ ମିଶିନାରୀ ଏବଂ ମିଶିନାରୀ ପରିବାରଙ୍କ ଖ୍ରୀଷ୍ଟ ଜନ୍ମଦିନର ଆବଶ୍ୟକତା ପୂରଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet