Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-12-2022 (Christmas Special)
Share:

By Village Missionary Movement

Monday, 05-Dec-2022

ଆଜିର ବାକ୍ୟ (Oriya) 05-12-2022 (Christmas Special)

 

ସେବାକାର୍ଯ୍ୟରେ ଅର୍ଥପୂର୍ଣ ଖ୍ରୀଷ୍ଟମାସ

 

“କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ...।“ - ଯୋହନ 12:26

 

ସେ ଜଣେ ବୃଦ୍ଧ ଯୁବକ, ତାହାକୁ ପୋଷଠି( ୬୫ )ବର୍ଷ ବୟସ ହୋଇଥିବ !ତାହାଙ୍କ ଚାଲିଚଳନରେ ଏକ ଗମ୍ବିରତା, ପାଦରେ ଚପଲ ନ ଥାଏ !ସବୁବେଳେ ଧୋତି ପିନ୍ଦିକି ଥିବେ !ଗୋଟିଏ କାନ୍ଦରେ ମୁଣାରେ ବାଇବଲ, ଖଞ୍ଜଣୀ ଆଉ ଏକ କାନ୍ଦରେ ସୀତାର, ପଛଭାଗ ପିଠିରେ ତଳେ ବିଚାଇବାକୁ ଗୋଟିଏ ଅଖାର ମୁଣା ଏବଂ ଅଦଳବଦଳ କରିବାକୁ ଗୋଟିଏ ହଲ ପୋଷାକ ଧରି ଯେକୌଣସି ସ୍ଥାନକୁ ଚାଲିଚାଲି ଯାଏ !ଯଦି ସମ୍ଭବ ହୁଏ ବଳଦ ଗାଡି ଚଡି ଯିବ !କେଉଁଠାକୁ ଯିବ, ଗାଁ ଗାଁରେ ସୁସମାଚାର ପ୍ରସାର କରିବାକୁ !ସେ ସେହି ଗାଁ ଗୁଡିକରେ ପାଦ ପକାଇବା କ୍ଷଣି ଛୋଟ ପିଲାମାନେ, ଏଇ ଅଜା ଆସିଗଲେ କହି ଧୌଡି ଆସନ୍ତି !ସେ ଅଜା ସନ୍ଧ୍ୟା ସମୟରେ ଏକ ସାହି ମଝିରେ, ସାହିର ଦୀପ ତଳେ ତାର ଜିନିଷ ଗୁଡିକ ରଖି, ତାଙ୍କ ପାଖରେ ଥିବା ଅଖାକୁ ବିଚାଇବ, ପବିତ୍ର ବାଇବଲ, ଖଞ୍ଜଣୀ କାଢି ବାହାରେ ରଖି ଭକ୍ତିପୂତରେ ସଦାପ୍ରଭୁଙ୍କର ସ୍ତୁତି କରି ଗୀତ ଗାନ କରୁଥିବ !ଛୋଟ ପିଲାମାନେ ସମସ୍ତେ ଦୋଳଦୋଳ ହୋଇ ବସନ୍ତି !ସେହି ଗାଁର ସବୁ ଲୋକମାନେ ଆସି ଚାରିପଟେ ଘେରି ଠିଆ ହୁଅନ୍ତି !ଅଜା ପ୍ରସଙ୍ଗ କରିବା ଆରମ୍ଭ କରି ପ୍ରସଙ୍ଗ କଲାବେଳେ ଭୂତ ଚାଲିଯାଏ, ରୋଗୀମାନେ ସୁସ୍ଥତା ହୁଅନ୍ତି !ସମାବେଶ ସମାପ୍ତି ହେବା କ୍ଷଣି ଯଦି କେହି ଆସି , ବାପା ଆମ ଘରକୁ ଆସି ଭୋଜନ କରି ଯାନ୍ତୁ କହି ଡାକିଲେ ସଂକଚ ନ ହୋଇ ଭୋଜନ କରନ୍ତି !ଭୋଜନ କରିବା ପରେ ସେହି ଗୃହକୁ ଆଶୀର୍ବାଦ କରି, ସେହି ସାହିର ଏକ ସ୍ଥାନରେ ଅଖାକୁ ବିଛାଇ ଶୋଇ, ତାଙ୍କ ପାଖରେ ଥିବା ତାୱାଲକୁ ଘୋଡାଇ ହୁଅନ୍ତି !ପାହାନ୍ତିଆ ଚାରି ଘଣ୍ଟାରେ ଉଠି ଆଉଥରେ ପ୍ରାର୍ଥନା କରି, ନିକଟରେ ଥିବା ନଦୀରେ କି କୋଳେଇରେ ସ୍ନାନ କରି, ପୁନର୍ବାର ତାଙ୍କ ଯାତ୍ରାକୁ ଆରମ୍ଭ କରନ୍ତି !ଇଏ ହିଁ " ଆରୁମୋୟୀ ନାୟାଗାମ " ନାମକ ଉପଦେଶକ ଅଟନ୍ତି !

 

ଆରଦିନ ଆଉଏକ ଅନ୍ୟ ଗାଁରେ ପ୍ରସଙ୍ଗ ଆରମ୍ଭ କରନ୍ତି !ଅଦଭୂତ ଘଟିଲେ ତାଙ୍କ ଦ୍ଵାରା ହୋଇଛି ବୋଲି ଗର୍ବିତ ହୁଅନ୍ତି ନାହିଁ !ତାଙ୍କ ମୁଖରୁ ନିଃଶୃତ ହୁଏ, ଏହା ପ୍ରଭୁଙ୍କର ମହିମା ଅଟେ !ସେଠାକାର ଲୋକମାନେ ପ୍ରେମରେ ଚାଉଳ, ଡାଲି, ପିଆଜ, ମରିଚ ସଦୃଶ୍ୟ ଜିନିଷ ଗୁଡିକ ଉପହାର ଦିଅନ୍ତି !ତାହା ନେଇ ନିକଟ ଗାଁରେ ପରିଶ୍ରମ କରି ବଞ୍ଚୁଥିବା ଲୋକଙ୍କୁ ଦେଇ ଦିଏ !ତାହାକୁ ମୁଁ କେବେବି ଦେଖି ନାହିଁ, ଏହା ମୋ ଅଜା କହିଥିବା କାହାଣୀ !ଏହା କାହାଣୀ ନୁହେଁ, ସତ୍ୟ ଅଟେ !ଇଏ ରହିଥିବା ଦିନମାନଙ୍କରେ ପ୍ରତ୍ୟେକ ଦିନ ପ୍ରତି ଗାଁରେ ଖ୍ରୀଷ୍ଟମାସ ଅଟେ !କେତେକ ଗରିବମାନଙ୍କ ଗୃହରେ ସେ ଦେଇଥିବା ଜିନିଷରେ ହିଁ ଖ୍ରୀଷ୍ଟମାସ ଆରମ୍ଭ ହେଲା !

         

ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ସେଵାକାର୍ଯ୍ୟ କହିଲେ ବଞ୍ଚିବା ନୁହେଁ, ତାହା ପ୍ରଭୁଙ୍କର ଆହ୍ୱାନ ଅଟେ !ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ ସଚ୍ଚୋଟତା ବୋଲି ଭାବନା କରି, ଏହି ଉର୍ନ୍ନତିର ସେବାକାର୍ଯ୍ୟ ଆମକୁ ଦେଲେ !ଆମେ ଆତ୍ମା ରୋଜଗାର କରୁଥିବା ପ୍ରତ୍ୟେକ ଦିନ ଆମକୁ ଖ୍ରୀଷ୍ଟମାସ ଅଟେ !ହଁ ଆମ ସେବାକାର୍ଯ୍ୟ ଅର୍ଥପୂର୍ଣ ହୋଇଥିଲା ପରିହେଲେ ଆମେ ଅନୁରନିତ କରୁଥିବା ବ୍ୟକ୍ତିମାନଙ୍କ ହୃଦୟରେ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ !ହାଲ୍ଲେଲୁୟା !

- ଭାଇ ଅନିଶ ରାଜା

 

ପ୍ରାର୍ଥନା ଅନୁରୋଧ :-

ଆମର ଅଂଶୀଦାରୀ ଏବଂ ଆମେ କଢାଇ ନେଉଥିବା ଯୁବକ ଓ ଛୋଟ ପିଲାମାନେ, ଏହି ଖ୍ରୀଷ୍ଟମାସକୁ ଅର୍ଥପୂର୍ଣ ଖ୍ରୀଷ୍ଟମାସ ରୂପେ ଅନୁସରଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet