By Village Missionary Movement
Monday, 19-Dec-2022ଆଜିର ବାକ୍ୟ (Oriya) 19-12-2022 (Christmas Special)
କାର୍ଯ୍ୟକ୍ଷେତ୍ରରେ ଶୁଭସମ୍ବାଦ
“କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,” - ଦ୍ୱିତୀୟ କରିନ୍ଥୀୟ 2:15
ପରିବାର ଗରିବ ଯୋଗୁ ସିଲଭି ନାମକ ବାଳିକା ଜଣେ ମହାନ ଧନୀକଙ୍କ ଗୃହରେ କାର୍ଯ୍ୟ କରୁଛି !ପାଠ ପଢା ଅଧାରୁ ବନ୍ଦ କରି କାର୍ଯ୍ୟକୁ ଯିବା ଅବସ୍ଥା !ସେ ଯୀଶୁଙ୍କୁ ବହୁତ ପ୍ରେମ କରେ !ସିଲଭି ପ୍ରାର୍ଥନା ନ କରି କୌଣସି କାମ ଆରମ୍ଭ କରେ ନାହିଁ !ସେ କାର୍ଯ୍ୟ କରୁ ଥିବା ଗୃହରେ ରୀନା ନାମକ ଜଣେ ବାଳିକା ଥିଲା !ରୀନା ତାର ପିତାମାତାଙ୍କ ଅମର୍ଯ୍ୟାଦା କରି, ସେ ତାର ଇଚ୍ଛା ଅନୁସାରେ ଜୀବନଯାପନ କରି ଆସୁଥିଲା !ରୀନାର ମାଆ ତାର ଝିଅର ସବୁ କ୍ରୋଧ ସିଲଭି ପ୍ରତି ଦେଖାଏ ! ସେ ବେଖାତିରିରେ ବୁଲାବୁଲି କରେ !ଦିନେ ରୀନା କଲେଜରୁ ଫେରିବା ବେଳେ ମନବେଦନାର ଶିକାର ହୋଇ ଯାହା ତାର ଆଖିକୁ ଦେଖା ଯାଏ ତହିଁରେ ସେ ନିଜକୁ ନିଜେ ଆଘାତ କରି ହେଉଥାଏ !ତାର ପିତାମାତା ତାକୁ ବୁଝାଇବାକୁ ବହୁତ ଚେଷ୍ଟା କଲେ ମଧ୍ୟ ତାଙ୍କ ଦ୍ଵାରା ଅସମ୍ଭବ ହେଲା !କେତେ ଦୁଃଖ ଦାୟକ ଅଟେ !ଏହି ସମସ୍ତ ଦେଖୁଥିବା ସିଲଭି ମନରେ ପ୍ରାର୍ଥନା କରି, ରୀନାଙ୍କ ନିକଟକୁ ଯାଇ ପ୍ରେମରେ କଥା ହେଲା !ପ୍ରଥମ ଦିନ ସିଲଭି କଥାକୁ ଇଚ୍ଛା ହୋଇ ନ ଥିବା ରୀନା ଦ୍ୱିତୀୟ ଦିନରେ ତାର କଥା ଶୁଣିବା ଆରମ୍ଭ କଲା !ଯୀଶୁବାପାଙ୍କ ପ୍ରେମ ବିଷୟରେ ଶୁଣୁଥିବା ରୀନାର ମନରେ ଥିବା ବାଧା ବଦଳି, ତାଙ୍କ ଠାରେ ମହାନ ପରିବର୍ତ୍ତନ ଆସିଲା !ସିଲଭିର ଚାଲିଚଳନ ଏବଂ ତାର ସାକ୍ଷୀ ଜୀବନ ରୀନାଙ୍କ ପରିବାରରେ ମହାନ ପରିବର୍ତ୍ତନ ଆଣିଲା !
ଏହିପରି ପବିତ୍ର ବାଇବଲରେ ମଧ୍ୟ ଦ୍ୱିତୀୟ ରାଜାବଳି ପାଞ୍ଚ ଅଧ୍ୟାୟରେ ସେନାପତି ନାମାନଙ୍କ ଗୃହରେ ଜଣେ କ୍ଷୁଦ୍ର ବାଳିକା ଦାସତ୍ୱରେ ଥିଲା !ତାହାକୁ ଦିଆ ଯାଇଥିବା କାମରେ ହିଁ ଦୃଷ୍ଟି ନ କରି ଅନ୍ୟ ମାନଙ୍କୁ ମଧ୍ୟ ତାର ଆୟତ୍ତକୁ ନେଲା !ସାଧାରଣ ଭାବେ ଦାସତ୍ୱ ମାନଙ୍କ କଥାକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ !ମାତ୍ର ନାମାନ୍ ଜଣେ ସେନାପତି ହୋଇଥିଲେ ମଧ୍ୟ ତାର ଗୃହରେ ଦାସତ୍ୱ ଥିବା ସେହି କ୍ଷୁଦ୍ର ବାଳିକାର କଥାକୁ ଶୁଣିଛି ମାନେ, ସେ କ୍ଷୁଦ୍ର ବାଳିକା ପରମେଶ୍ୱରଙ୍କ ଠାରେ ଥିବା ଏକତା, ସାକ୍ଷୀ ଜୀବନ କିପରି ରହିଥିବ ଦେଖନ୍ତୁ ? ସେ ଗୃହରେ ଏକ ସରଳ ଜୀବନଯାପନ କରିଥିବ !ସେହି କ୍ଷୁଦ୍ରଙ୍କ କଥା ସିରିୟା ଦେଶରେ ଏକ ମହାନ ପରିତ୍ରାଣ ଆଣିଲା !
ପ୍ରିୟ ଖ୍ରୀଷ୍ଟିଆନମାନେ,ତୁମେମାନେ ଯେଉଁ ସ୍ଥାନରେ କାମ କରୁଛ କି, ତାହା ତୁମ୍ଭର ସେବା ସ୍ଥାନ ଅଟେ !ତୁମେ ଯେକୌଣସି ପ୍ରକାର କାମ କରୁଥିଲେ ବି ସେ ସ୍ଥାନରେ ଯୀଶୁବାପାଙ୍କ ବିଷୟରେ କହିବା ଉଚିତ !ତାହାଙ୍କ ସଦୃଶ୍ୟ ଜୀବନଯାପନ କରି ଦେଖାଇବା ଉଚିତ !ସେତେବେଳେ ଆମେ କହିବା କଥା ଅନ୍ୟମାନଙ୍କ ହୃଦୟରେ କାର୍ଯ୍ୟ କରାଇବ !ତେଣୁକରି ପ୍ରଭୁଙ୍କର ଠାରେ ଥିବା ସମ୍ବନ୍ଧକୁ ବହୁତ ସମୟ ବିତାନ୍ତୁ, ଅନ୍ୟମାନଙ୍କୁ ଯୀଶୁବାପାଙ୍କ ପ୍ରେମ ବିଷୟରେ ଜଣାଇ, ଏହି ବର୍ଷ ଖ୍ରୀଷ୍ଟମାସକୁ ଏକ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ରୂପେ ପାଳନ କରନ୍ତୁ !ହାଲ୍ଲେଲୁୟା !
- ଶ୍ରୀମତୀ ସାରା ସୁଭାଷ
ପ୍ରାର୍ଥନା ଅନୁରୋଧ:-
ମିଡ଼ିଆ ସେଵାକାର୍ଯ୍ୟକୁ ସମର୍ପଣ ହୋଇ, ଉତ୍ତମ ରୂପେ କାମ କରିବା ବୁଦ୍ଧିମାନ ବ୍ୟକ୍ତିମାନେ ସେଵାକାର୍ଯ୍ୟରେ ଏକତା ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.