Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-12-2022 (Christmas Special)
Share:

By Village Missionary Movement

Wednesday, 21-Dec-2022

ଆଜିର ବାକ୍ୟ (Oriya) 21-12-2022 (Christmas Special)

 

ଅନ୍ୟ ନିମନ୍ତେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

“ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ ।“ - ଫିଲିପ୍ପୀୟ 2:4

     

ଜଣେ ଗରିବ ସ୍ତ୍ରୀ,ଜଣେ ଧନୀକଙ୍କ ଗୃହରେ କାର୍ଯ୍ୟ କରି ଆସୁଥାଏ !ସେହି ମାଲିକ,ତାଙ୍କ ପୁଅଙ୍କ ନିମନ୍ତେ ଖ୍ରୀଷ୍ଟମାସ ଉପହାର ସଦୃଶ୍ୟ ଏକ ସୁନ୍ଦର ଡ୍ରେସ ଏବଂ କିଛି ଟଙ୍କା ଦେଲା !ଖୁସିରେ ତାର ଘରକୁ ଫେରୁଥିବା ସେହି ସ୍ତ୍ରୀଟି ରାସ୍ତାରେ ତାଙ୍କ ପୁଅର ବୟସର ଜଣେ ବାଳକ ବିନା ପୋଷାକରେ ଦରିଦ୍ରତାରେ ଦୁଃଖ ଅନୁଭବ କରୁଥିବା ଦେଖିଲା !ତାଙ୍କ ହୃଦୟରେ ବହୁତ ବାଧା ଉପୁଜିଲା !ତାର ପୁଅଙ୍କ ନିମନ୍ତେ ଦେଇଥିବା ପୋଷାକ ଗୁଡିକ ଏହି ଛୋଟ ବାଳକକୁ ଦେଇଦେଲା !ତାପରେ ଯାଉଥିବା ବେଳେ ରାସ୍ତାରେ ତାର ପୁଅଙ୍କ ନିମନ୍ତେ ଡ୍ରେସଟି କ୍ରୟ କରିବାକୁ ଭାବନା କଲା !ତାର ମାଲିକ ଦେଇଥିବା ଟଙ୍କା ଅଛି !ତାର ମାଲିକ ଦେଇ ଥିବା ସଦୃଶ୍ୟ ଡ୍ରେସ କ୍ରୟ ନିମନ୍ତେ ଦୋକାନୀଙ୍କ ହାତରେ ସେହି ଟଙ୍କା ଦେଇ,କହିଲା,ଆଉ ବଳକା ଟଙ୍କା ଆସନ୍ତା ମାସରେ ଯେକୌଣସି ପ୍ରକାରରେ ଦେଇ ଦେବି !ସେହି ଦୋକାନୀ କହିଲା, ମୁଁ ତୁମକୁ କେମିତି ବିଶ୍ୱାସ କରିବି, ତୁମ ପରି ଅନେକେ କହିକହି ଚାଲିଗଲେ !ଏହି ସବୁ ଅନୁଧ୍ୟାନ କରୁଥିବା ଆଉଏକ ଛୋଟ ବାଳକ, ତାଙ୍କ ମାଆଙ୍କୁ କହିଲା,ମୋ ନିମନ୍ତେ କିଣା ଯାଇଥିବା ଡ୍ରେସଟି ଏହି ମାଉସୀଙ୍କୁ ଦେଇ ଦେବା କି ? ସନଡେ କ୍ଲାସରେ ମଧ୍ୟ ଆମକୁ କହିଲେ,ଆମ ଠାରେ ଥିବା ଅନ୍ୟକୁ ଦେବା ହିଁ ଖ୍ରୀଷ୍ଟମାସ ଅଟେ !ମାଆ ତାକୁ ମୁରୁଖି ହସରେ ଦେଖି, ସେହି ଡ୍ରେସ ଥିବା ମୁଣାଟି ସେହି ସ୍ତ୍ରୀଙ୍କୁ ଦେଇ ଦେଲେ !ଖୋଲିକି ଦେଖିଲା ତାହା ବହୁମୂଲ୍ୟର ଡ୍ରେସ ଅଟେ !ସେହି ସ୍ତ୍ରୀଟି ଖୁସିରେ ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇଲା !ହଁ ଗରିବ ବାଳକକୁ ସାହାଯ୍ୟ କରିଥିବା ସେହି ଗରିବ ମାଆଙ୍କୁ ଏବଂ ସେହି ଛୋଟ ବାଳକକୁ ଦେଖି ସ୍ୱର୍ଗ ରାଜ୍ୟରେ ଆନନ୍ଦିତ ହୋଇ ଥିବତ !

 

ଲୁକ :-1:39-56 ବଚନରେ ଗର୍ବବତୀ ହୋଇଥିବା ମାରିୟା ବୃଦ୍ଧ ବୟସରେ ଗର୍ବବତୀ ହୋଇଥିବା ଏଲିଶାବେଥଙ୍କ ସହ ସାକ୍ଷାତ କରିବାକୁ ଯାଇ ନମସ୍କାର କରି ତିନିମାସ କାଳ ସେଠାରେ ବାସ କରିବା ଆମେ ପଢ଼ୁଛୁ !ବୃଦ୍ଧ ବୟସ୍କ ଏଲିଶାବେଥଙ୍କୁ ଏହା ଏକ ବର ସଦୃଶ୍ୟ ହୋଇଥିବ !ଏହାକୁ ଟିକେ ଆଲୋଚନା କରି ଦେଖନ୍ତୁ, ମାରିୟା ଗର୍ବଧାରଣ ସମୟରେ ମଧ୍ୟ କିଛି ଅବହେଳିତ ହୋଇଥାଇ ପାରେ !ଯଦି ଡାକ୍ତର ପାଖକୁ ଗଲେ, ସେହି ତିନି ମାସ ଅତି ଗୁରୁତ୍ୱପୂର୍ଣ୍ଣ ଅଟଇ !କୌଣସି ଓଜନ କାମ କରିବା ଉଚିତ ନୁହେଁ, ବାନ୍ତି ହେବା ଓ ମୁଣ୍ଡ ଘୁରିବା, ଏବଂ ବିକାର ସଦୃଶ୍ୟ ନିଶ୍ଚିତ ରୂପେ ଥିବ !ହେଲେ ମଧ୍ୟ କିଛିନା କିଛି ଖାଇବା ଉଚିତ !ପୁରାପୁରି ବେଡ଼ ରେଷ୍ଟ ନେଲେ ଅତି ଉତ୍ତମ ବୋଲି ଡାକ୍ତର କହିଥିବ !ଯଦି ମାରିୟା ତାର ନିଜର କାର୍ଯ୍ୟକୁ ହିଁ ଦେଖି ଥିଲେ, ଏଲିଶାବେଥଙ୍କୁ ନମସ୍କାର ଜଣାଇ ପୁନର୍ବାର ଫେରିବା ଆସିବା ଉଚିତ ଥିଲା !ତିନିମାସ ତାହାଙ୍କ ଠାରେ ରହି ତାହାକୁ ସାହାଯ୍ୟ କରିବା ଉଚିତ ନ ଥିଲା !

 

ହଁ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟ ଜଣକ ଠାରେ ଜନ୍ମ ନେଲେ, ଆମେ ଯାଇ ଅନେକଙ୍କ ଆଶୀର୍ବାଦ ହୋଇ ବଦଳିବା !ଆମ ନିଜର କାର୍ଯ୍ୟ ଗୁଡିକ ନିମନ୍ତେ ଆଲୋଚନା ନ କରି ଅନ୍ୟର କାର୍ଯ୍ୟ ନିମନ୍ତେ ମଧ୍ୟ ଆଲୋଚନା କରିବା !ଆମକୁ କଷ୍ଟ ରହିଥାଇ ପାରେ, କିନ୍ତୁ ଆମଠୁ ଅଧିକ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତି ଅନେକେ ଅଛନ୍ତି !ଏହି ଖ୍ରୀଷ୍ଟମାସ ଦିନରେ ସେମାନଙ୍କୁ ସନ୍ଧାନ କରି ଯିବା, ଆମର ପରିଶ୍ରମ, ସାହାଯ୍ୟ ଏବଂ ଦ୍ରବ୍ୟ ଗୁଡିକ ଦ୍ଵାରା, ସେମାନଙ୍କୁ ସହାୟକ ହେବା !ଏହି ଖ୍ରୀଷ୍ଟମାସ ଏକ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ରୂପେ ରହିବାକୁ ଦେବା !ଆମେନ୍ !

- ଶ୍ରୀମତୀ ଉମା ବିଲି୍ୟେମସ

 

ପ୍ରାର୍ଥନା ଅନୁରୋଧ :-

ସେବକ ମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ପତ୍ରିକା ଦ୍ଵାରା, ସେବକ ମାନେ ନୂତନ ଶକ୍ତି ପାଇଁ, ନିରନ୍ତର ପ୍ରଭୁଙ୍କର ସେବାରେ ଧୌଡିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al marsbahis casibom jojobet holiganbet setrabet marsbahis giriş vaycasino giriş betnano casibom giriş holiganbet giriş