Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-12-2022 (Christmas Special)
Share:

By Village Missionary Movement

Saturday, 31-Dec-2022

ଆଜିର ବାକ୍ୟ (Oriya) 31-12-2022 (Christmas Special)

 

ଶେଷରେ ?

 

"ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର,..." - ଦ୍ୱିତୀୟ କରିନ୍ଥୀୟ 13:5

              

ଏହି ବର୍ଷର ଶେଷ ଦିନରେ ପହଞ୍ଚି ଥିବା ଆମେ ଯଦି ଆମ ଜୀବନରେ ଅଳ୍ପ ପଛକୁ ଫେରି ଦେଖିବା ପରି ହେଲେ, ଆମେ ଇଚ୍ଛା କରୁଥିବା ଅନେକ କାର୍ଯ୍ୟ ସବୁଦିନ କରୁଥାଉ, ମାତ୍ର ପ୍ରଭୁ ଇଚ୍ଛା କରିଥିବା କାର୍ଯ୍ୟ ଗୁଡିକ କେବେ କରିଛୁ ବୋଲି ଯଦି ଆମେ ଆଲୋଚନା କରିବା, ତେବେ ତାହା ପ୍ରଶ୍ନ ହୋଇ ରହିଯିବ !ବର୍ତ୍ତମାନ ଆମେ ନିଜକୁ ନିଜେ ପ୍ରଶ୍ନ କରିବା ପ୍ରଶ୍ନ ଗୁଡିକ ଦେଖିବା :-

 

(1). ଶେଷଥର କାହାରି ପରିତ୍ରାଣ ନିମନ୍ତେ ମୁଁ କାନ୍ଦିଲି ?

 

(2). ଶେଷଥର କେବେ ମୁଁ ପ୍ରଭୁଙ୍କୁ ଆନନ୍ଦିତ କଲି ?

 

(3). ଶେଷଥର କେବେ ମୁଁ ଭୋକିଲା ଦରିଦ୍ରକୁ ଖାଦ୍ୟ ଯୋଗାଇଲି ?

 

(4). ଶେଷଥର କାହାକୁ ମୁଁ ସୁସମାଚାର ପ୍ରଚାର କଲି ?

 

(5). ଶେଷଥର ଦେଶ ନିମନ୍ତେ କେବେ ମୁଁ ପ୍ରାର୍ଥନା କଲି ?

 

(6). ଶେଷଥର କେବେ ମୁଁ ଜଣେ ରୋଗୀକୁ ହାସଲ କରିଛି ?

 

(7). ଶେଷଥର କେବେ ମୁଁ ପ୍ରଭୁଙ୍କର ଆନନ୍ଦ ପାଇଲି ?

 

(8). ଶେଷଥର କେବେ ମୁଁ ସୁସମାଚାର ପତ୍ରିକା ଦେଲି ?

 

(9). ଶେଷଥର କେବେ ମୁଁ ମୋର ମଣ୍ଡଳୀ ନିମନ୍ତେ କାନ୍ଦିକାନ୍ଦି ପ୍ରାର୍ଥନା କଲି ?

 

(10). ଶେଷଥର କେବେ ମୁଁ ମୋର ଦୋଷକୁ ଜାଣି ପାରି ପଡୋଶୀକୁ କ୍ଷମା ମାଗିଲି ?

 

(11). ଶେଷଥର ଖ୍ରୀଷ୍ଟଙ୍କ ନିମନ୍ତେ କେବେ ମୁଁ ଅପମାନିତ ହେଲି ?

 

(12). ଶେଷଥର କେବେ ମୁଁ ପ୍ରଭୁଙ୍କର ଇଚ୍ଛାକୁ ସଫଳ କଲି ?

 

(13). ଶେଷଥର କେବେ ମୁଁ ମୋର ଶତ୍ରୁମାନଙ୍କ ନିମନ୍ତେ ପ୍ରାର୍ଥନା କଲି ?

 

(14). ଶେଷଥର କେବେ ମୁଁ ମୋର ମୃତ୍ୟୁ ପରେ ଦେବାକୁ ଥିବା ସାକ୍ଷ୍ୟ ନିମନ୍ତେ ଆଲୋଚନା କଲି ?

 

(15). ଶେଷରେ ମୁଁ କରିଥିବା ନିଷ୍ପତ୍ତି ପୂରଣ କଲି କି ?

 

ଉପରେ କୁହାଯାଇଥିବା ପ୍ରଶ୍ନ ଗୁଡିକୁ ଆମେ ନିଜକୁ ନିଜେ ପଚାରି ଆମ ମନର ସାକ୍ଷୀ ପ୍ରକାରେ ପ୍ରକୃତରେ ଉତ୍ତର ଦେଲାପରି ହେଲେ, ଆମେ ଅନେକ ପ୍ରଶ୍ନକୁ ଆଲୋଚନା କରି ସମାଧାନ ଦେବା ଅବସ୍ଥାରେ ରହିଛୁ !କାରଣ ହେଉଛି, ଏହି କାର୍ଯ୍ୟ କରି ଅନେକ ମାସ ହିଁ ନୁହେଁ ବର୍ଷବର୍ଷ ବି ହୋଇଥାଇ ପାରେ !ସାଧାରଣ ହୋଇଥିବା ଏହି କାର୍ଯ୍ୟ ମଧ୍ୟ ଖ୍ରୀଷ୍ଟିଆନ ହୋଇଥିବା ଆମ ଜୀବନରେ ମଧ୍ୟ ନାହିଁ ବୋଲି ହୃଦୟଙ୍ଗମ କଲା ପରି ହେଲେ ଆଜି ହିଁ ଏଗୁଡିକ କରିବା ଉଚିତ ବୋଲି ନିଷ୍ପତ୍ତି ନେବା !ସଦାପ୍ରଭୁ ତାହାଙ୍କ କୃପା ଅନୁଗ୍ରହ କରନ୍ତୁ !ଆମେନ୍ !

 

   କେ. ଦେବିଡ ଗାଣେଶନ୍

 

ପ୍ରାର୍ଥନା ଅନୁରୋଧ :-ଆସନ୍ତା ନୂତନ ବର୍ଷ ଆଶୀର୍ବାଦ ହେବା ନିମନ୍ତେ ପ୍ରାର୍ଥନା କରିବା !

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet vaycasino giriş vaycasino marsbahis giriş marsbahis holiganbet setrabet marsbahis giriş vaycasino giriş