Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-01-2023
Share:

By Village Missionary Movement

Monday, 23-Jan-2023

ଆଜିର ବାକ୍ୟ (Oriya) 24-01-2023

 

ସୁସମାଚାର ପ୍ରଚାର କରିବା

 

“ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର।“ - ଦ୍ୱିତୀୟ ତୀମଥି 4:2

             

ଜଣେ ମାଆ ଯାହାକୁ ହେଉ ସୁସମାଚାର ପ୍ରଚାର କରିବା ଉଚିତ ବୋଲି ଇଚ୍ଛାରେ ରହିଥିଲା !ସେ ଦିନେ ମାଲେସିୟାରେ ଥିବା ତାର ଝିଅକୁ ଦେଖିବାକୁ ଗଲା !ବିମାନରେ ସମସ୍ତେ ତାଙ୍କ ନିଜ ନିଜର ସିଟରେ ବସିକି ରହିଥାନ୍ତି !କାହା ସହିତ କଥା ହେବାର ସୁଯୋଗ ନାହିଁ !ସେତେବେଳେ ବିମାନ ସହାୟିକା ଆସି ଥଣ୍ଡା ପାନୀୟ ଦେଲା !ସେ ମାଆଟି ପଚାରିଲା, ଯୀଶୁବାପା କିଏ ଜାଣିଛ କି ? ସେହି ସହାୟିକା କିଛି ନ କହି ଚାଲି ଗଲା !ବିମାନରେ ଯାତ୍ରା କରୁଥିବା ସେମାନଙ୍କ ନାମକୁ ବିସ୍ଲେସଣ କରି ସେହି ମାଆଙ୍କ ନିକଟକୁ ଆସିଲେ !ମାଆ ଯୀଶୁ ନାମରେ କେହି ଏହି ବିମାନରେ ଯାତ୍ରା କରିନାହାନ୍ତି ବୋଲି ଦୁଃଖରେ କହିଲା !ସେହି ମାଆଙ୍କୁ ଏକ ପଟେ ହସ ଆସୁଥିବା ବେଳେ ଆଉ ଆରପଟ ଦୁଃଖ ଲାଗିଲା !ତାପରେ ସେହି ବିମାନ ସହାୟିକାଙ୍କୁ ଯୀଶୁଙ୍କ ବିଷୟରେ କହି, ଏକ ସୁସମାଚାର ପତ୍ରିକାଟି ବଢ଼ାଇ ଦେଲା !

           

ଆମେ ମଧ୍ୟ ଆମ ଚତୁଃପାର୍ଶ୍ଵରେ ଥିବା ଲୋକଙ୍କୁ ଯୀଶୁଙ୍କ ବିଷୟରେ ଜାଣି ଥାଇ ପାରନ୍ତି ବୋଲି ଭାବନା କରି ଥାଉଁ !କିନ୍ତୁ ତାହା ସତ୍ୟ ନୁହେଁ !କିଛି ସିନିମାରେ ଦେଖିବା ସଦୃଶ୍ୟ ଯୀଶୁଙ୍କ ଫୋଟ ସମ୍ମୁଖରେ ମହମ ବତୀ ଜଳାଇ ଗୁରୁଙ୍କ ନିକଟରେ ପାପର କ୍ଷମା ମାଗିବା ହିଁ ଖ୍ରୀଷ୍ଟି୍ୟାନ ବୋଲି ଭାବନ୍ତି !ଥରେ ତାମିଲନାଡୁ ରାଜ୍ୟର ବିରୁଧୁନାଗାର ନାମକ ଜିଲ୍ଲାର ଗୋଟିଏ ଗ୍ରାମକୁ ଯାଇ ସେଠାରେ ଥିବା ଜଣେ ବୁଢ଼ୀମାଆ ସହ ଯୀଶୁ ଅତି ଉତ୍ତମ, ତୁମକୁ ଉତ୍ତମ କରିବେ ବୋଲି କହିବାରୁ, ସେ ପଚାରିଲା କଣ ତାଙ୍କୁ ଭୋଟ ଦେବାକୁ କହୁଛ କି ? ଏହି କଥାଟି ଶୁଣି ଆଚମ୍ବିତ ହୋଇଗଲୁ !

           

ହଁ ରୋମୀୟ :-10:14 ରେ କହିଥିବା ସଦୃଶ୍ୟ ଯାହାଙ୍କ କଥା ସେମାନେ ଶୁଣି ନାହାଁନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ ? ପ୍ରଭୁ ଆମ ଗ୍ରାମ ମିଶିନାରିକୁ ଦେଇଥିବା ଫିଲିପିୟ ସୁସମାଚାର ଦୋଳ ସେବା ପ୍ରଣାଳୀ ନିମିତ୍ତ, ପ୍ରତ୍ୟେକ ସପ୍ତାହର ଶନିବାର ଦିନ ସେଵା ସ୍ଥାନରେ ସେଵା କରିବାକୁ ଇଚ୍ଛା ଥିବା ଲୋକଙ୍କୁ ଏକତ୍ରିତ କରି ଗ୍ରାମଗ୍ରାମକୁ ଯାଉଛୁ !ସୁସମାଚାର ପତ୍ରିକା ଦେବା, ସାହିରେ ଉପଦେଶ କରିବା, ଛୋଟ ପିଲାଙ୍କ ଠାରେ ସେଵାକାର୍ଯ୍ୟ କରିବା, ଏସବୁ ପ୍ରତ୍ୟେକ ଗାଁରେ କରୁଛୁ !ତୁମ୍ଭେମାନେ ମଧ୍ୟ ତୁମେ ରହିଥିବା ସ୍ଥାନରେ ତୁମ ବନ୍ଧୁମାନଙ୍କ ସହିତ ମିଳନ ହୋଇ ସୁସମାଚାର ନ ପହଞ୍ଚିବା ଲୋକଙ୍କ ନିକଟକୁ ସନ୍ଧାନ କରି ଯାଆନ୍ତୁ !ଗୋଟିଏ ଥର ହେଲେ ସେମାନଙ୍କୁ ସୁସମାଚାର ଶୁଣାଅ !ପ୍ରଭୁଙ୍କର ଆଗମନ ସନ୍ନିକଟ ଅଛି, ତେଣୁକରି ସହାଭାଗିତାରେ ସେଵା କରିବା !ହାଲ୍ଲେଲୁୟା !

- ଶ୍ରୀମତୀ ଜେୟା କୁମାରୀ

 

ପ୍ରାର୍ଥନା ଅନୁରୋଧ :-

ଆମେ ମୁଦ୍ରଣ କରୁଥିବା ମୋକ୍ଷପ୍ରୟାଣାଂ ଏବଂ ଅନ୍ୟାନ୍ୟ ତାମିଲି ପତ୍ରିକା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet vaycasino giriş vaycasino marsbahis giriş marsbahis holiganbet setrabet marsbahis giriş vaycasino giriş