Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-01-2023
Share:

By Village Missionary Movement

Tuesday, 24-Jan-2023

ଆଜିର ବାକ୍ୟ (Oriya) 25-01-2023

 

ସେବକମାନଙ୍କ ତାଲିମ

 

“ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ, ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ ।“ - ମାର୍କ 3:14-15

              

ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଧୌତ ହୋଇଥିବା ପ୍ରତ୍ୟେକ ଜଣ ନିଜେ ପ୍ରଚାରକ ଅଟେ !ହଁ ସୁସମାଚାର ପ୍ରଚାର କରିବା ବୋଝ ପ୍ରତ୍ୟେକ ଜଣ ସହିତ ବହନ କରାଯାଇଛି !ଆମେ ପାଇଥିବା ପରିତ୍ରାଣ, ଆନନ୍ଦ, ଉପକାର ବିଷୟରେ ଅନ୍ୟ ମାନଙ୍କୁ ଜଣାଇବା ନିମନ୍ତେ କାହିଁକି ଭୟ ହେଉଛି ? ହିତୋପଦେଶ :-11:30 ରେ ପୁଣି, ଯେ ଜ୍ଞାନବାନ, ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ କୁହାଯାଇଛି !ଆମକୁ ଜ୍ଞାନର ଆବଶ୍ୟକ କହିଲେ ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟକୁ ଅଧିନ ହେବା ଉଚିତ !ଆମେ କେଉଁ ବାକ୍ୟକୁ ମାନିମା ଉଚିତ ବୋଲି ସେ ଆଶା କରୁଛନ୍ତି !ଏହି ବିଷୟଟିକୁ ଦେଖିଲେ ମାଥିଉ :-28:19-20 ରେ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଯୀଶୁ କହନ୍ତି !

             

ସୁସମାଚାର ପ୍ରଚାର କରିବାକୁ ଆଗ୍ରହ ଥିବା ବ୍ୟକ୍ତିଙ୍କୁ ଏବଂ ପ୍ରଚାର କରିବାକୁ ଭୟ କରୁଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ମାସରେ ଆମେ ତାଲିମ ଦେଇ ଆସୁଅଛୁ !ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ପୃଥିବୀରେ ଥିବା ସମୟରେ ବାର ଜଣଙ୍କୁ ନିରୂପଣ କରି ସେମାନଙ୍କୁ ଶିଷ୍ୟ ରୂପେ ଗ୍ରହଣ କରି, ସେମାନେ ତାଙ୍କ ସହ ରହିବା ପରି ଉପଦେଶ ଦେଲା ପରି ବ୍ୟାଧିରୁ ସୁସ୍ଥତା କରି, ଭୂତମାନଙ୍କୁ ଛଡାଇବା ନିମନ୍ତେ ତାଙ୍କୁ ଅଧିକାର ଦେଲେ !ସେମାନଙ୍କୁ ତାହାଙ୍କ ସହିତ ଅନ୍ତର୍ଭୁକ୍ତ କରି ତିନି ବର୍ଷ ୬ ମାସ ତାଲିମ ଦେଲେ !ପ୍ରେରିତ :-4:13ରେ ପିତର ଓ ଯୋହନ ଭୂତକୁ ଦେଖିବା ବେଳେ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ,ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ !ଯୀଶୁଙ୍କ ବିଷୟରେ ଘୋଷଣା କଲେ ଜ୍ଞାନ, ଧୌର୍ଯ୍ୟ, ସାହାସ ଉଛୁଳି ଆସିବ,ଏହା କହିବାକୁ ଏମାନେ ହିଁ ସାକ୍ଷୀ ଅଟନ୍ତି !

        

କେବଳ ତିନି ବର୍ଷ ୬ ମାସ କାଳ ହିଁ ଏହି ପୃଥିବୀକୁ ଥରାଇ ବାର ଜଣ ଶିଷ୍ୟଙ୍କୁ ଅଭିବୃଦ୍ଧି କଲେ !ମୁଁ କରୁଥିବା କାର୍ଯ୍ୟରେ ଯେ ମୋଠାରେ ବିଶ୍ୱାସ ରଖନ୍ତି ସେମାନେ ମୋ ସଦୃଶ୍ୟ କରି ପାରିବେ ବୋଲି ଯୀଶୁଖ୍ରୀଷ୍ଟ କହିଛନ୍ତି !ଯଦି ସେହିପରି ହେଲେ ତିନି ବର୍ଷ ୬ ମାସ କାଳ ସେଵାକାର୍ଯ୍ୟ କରିଥିବା ତାହାଙ୍କ ଠାରୁ ଆମେ ଅଧିକ କରି ପାରିବା ବୋଲି କହନ୍ତି !ଆମେ ତାହାଙ୍କ ବାକ୍ୟକୁ ବିଶ୍ୱାସ କଲେ ଯଥେଷ୍ଟ, ନିଶ୍ଚିତ ଉପଲବ୍ଧ କରି ପାରିବା, ଏଥିରେ କିଛି ସନ୍ଦେହ ନାହିଁ !ଆମେ ବସଵାସ କରୁଥିବା ସ୍ଥାନରେ ପ୍ରାର୍ଥନା ସମାବେଶ କରିବା, ଟିଉସନ ସେଣ୍ଟର କରିବା, ଛୋଟ ପିଲାମାନଙ୍କ ମଧ୍ୟରେ ସେଵା କରିବା, ଏମିତି ଆମେ ଯାହା ସାଧ୍ୟ ତାହା କରିବା !ଗ୍ରାମ ମିଶିନାରୀ ସଂସ୍ଥାର ସେବକ ହୋଇଥିବା ଆମ୍ଭେ ଏହି ସମସ୍ତ କରିକି ଆସୁଅଛୁ !ତୁମ୍ଭେ ଆମ ସହ ହାତକୁ ହାତ ମିଳାଇ ଠିଆ ହୁଅ !ଆମ୍ଭେ ମିଳନ ହୋଇ ଦେଶକୁ ନିଜର କରିବା !ହାଲ୍ଲେଲୁୟା !

- ଏ. ବିହୁଲା

 

ପ୍ରାର୍ଥନା ଅନୁରୋଧ :-

ମିଡ଼ିଆ ସେବାରେ ଯୋଗଦାନ କରିଥିବା ବ୍ୟକ୍ତି ମାନଙ୍କୁ ସଦାପ୍ରଭୁ ତାଙ୍କ ଜ୍ଞାନରେ ପୂରଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet vaycasino giriş vaycasino marsbahis giriş marsbahis holiganbet setrabet marsbahis giriş vaycasino giriş