Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-02-2023
Share:

By Village Missionary Movement

Friday, 24-Feb-2023

ଆଜିର ବାକ୍ୟ (Oriya) 24-02-2023

 

କଦାପି ପରିତ୍ୟାଗ ନ କରିବା ପିତା 

 

“ପୁଣି, ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ, ସେହି ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା; କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ, ତାହା ସଫଳ ନ କରିବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ।” - ଆଦି ପୁସ୍ତକ 28:15

         

ମୁଁ ଭାନୁ ମୁଁ ଏକ ବାଇବଲ କଲେଜ ହଷ୍ଟେଲରେ ରହି ସେଠାରେ ଅଧ୍ୟୟନ କରୁଛି ! ଦିନେ ମୁଁ ମୋ ମା ସହିତ ଫୋନରେ କଥାବାର୍ତ୍ତା କରୁଥିବା ସମୟରେ ସେ କହିଲା "ଦୁଇ ସପ୍ତାହ ମଧ୍ୟରେ ମୋ ଗୋଡରେ ଥିବା କ୍ଷତ ଭଲ ହୋଇନାହିଁ ! ମୋର ମଧୁମେହ ଥିବାରୁ ଏହା ବିସ୍ତାର ହେଉଛି, ପୂଜ ବାହାରୁଛି !ଝାଞ୍ଚ କରିବାକୁ ଆସନ୍ତାକାଲି ମୋତେ ଡାକ୍ତରଖାନା ଯିବାକୁ ପଡିବ ! ମୁଁ ଭୟଭୀତ ଅଛି ! " ମୁଁ ପ୍ରଭୁଙ୍କ ଉପସ୍ଥିତିରେ ବସି ଭାରସାମ୍ୟ ହରାଇ କାନ୍ଦିଲି “ପ୍ରଭୁ,ମୁଁ ତୁମର ବାକ୍ୟ ପାଳନ କରି ସେଵା ନିମନ୍ତେ ଆସିଥିଲି ! ମୁଁ ତା’ର ଯତ୍ନ ନେଇ ପାରିବି ନାହିଁ ! ତେଣୁ ତୁମେ ବଡ଼ ଭାଇ ହୁଅ ଏବଂ ମୋ ଜାଗାରେ ଥିବା ସମସ୍ତ ଜିନିଷର ଯତ୍ନ ନିଅ ”ଏବଂ ମୁଁ ଶୋଇବାକୁ ଗଲି !ପରଦିନ ମୁଁ ତାଙ୍କ କ୍ଷତ ବିଷୟରେ ପଚାରିଲି ସେ କହିଲା, ରାତିରେ ସେ ଦେଖିଥିବା କ୍ଷତ ସୁସ୍ଥ ହୋଇ ସକାଳେ ଚମତ୍କାର ଭାବରେ ସଙ୍କୁଚିତ ହୋଇଗଲା ! ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଲି !

              

ପବିତ୍ର ବାଇବଲରେ ଆମେ ଅବ୍ରହାମଙ୍କ ବିଷୟରେ ପଡୁଅଛୁ , ଅବ୍ରାହମ ପରମେଶ୍ବରଙ୍କ କଥା ମାନିଲେ, ନିଜ ଦେଶ, ଲୋକ ଏବଂ ବ୍ୟବସାୟ ଛାଡି ସେହି ସ୍ଥାନକୁ ଯିବାକୁ ଯେଉଁଠାରେ ପରମେଶ୍ବର ତାଙ୍କୁ ଆଦେଶ ଦେଲେ ସେଠାକୁ ଯାତ୍ରା କରୁଛି !ପରମେଶ୍ବର ତାଙ୍କୁ ପ୍ରତିଜ୍ଞା କଲେ ଯେ ମୁଁ ତୁମ ସହିତ ଯାହା କହିଛି, ସେପର୍ଯ୍ୟନ୍ତ ମୁଁ ତୁମକୁ ଛାଡ଼ିବି ନାହିଁ। ପ୍ରତିଜ୍ଞା କରାଯାଇଥିବା ସମସ୍ତ କାର୍ଯ୍ୟରେ ସେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ମାର୍ଗଦର୍ଶନ କରିଥିଲେ ! ଯେତେବେଳେ ପରମେଶ୍ବର ତାଙ୍କୁ ଇସ୍ହାକଙ୍କୁ ବଳିଦାନ ଦେବାକୁ କହିଥିଲେ, ସେ କିଛି ପ୍ରଶ୍ନ କଲେ ନାହିଁ କିନ୍ତୁ ମାନିଲେ ! ଫଳାଫଳ ହେଲା ଇସ୍ହାକଙ୍କ ବଦଳରେ ଏକ ମେଷ ବଳି ଦିଆଗଲା !ଏହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରତୀକ ଅଟେ, ମେଷଶାବକ ଆମ ପାଇଁ ବଳିଦାନ ଦେଇଛନ୍ତି ! ଅବ୍ରହାମ ପରମେଶ୍ୱରଙ୍କ ଆଜ୍ଞା ପାଳନ କରୁଥିବାରୁ ପରମେଶ୍ୱର ତାଙ୍କ ସହିତ ଥିଲେ ଏବଂ ତାଙ୍କୁ ଅନେକ ଥର ଆଶୀର୍ବାଦ କଲେ ! ଆମେ ଅବ୍ରହାମଙ୍କୁ ବିଶ୍ୱାସର ପିତା ବୋଲି କହିଥାଉ !

        

ହଁ , ମୋର ପ୍ରିୟ ବନ୍ଧୁଗଣ, ଇଶ୍ବର ଆମ ଜୀବନରେ ଭଲ କରିବେ ଯେତେବେଳେ ଆମେ ଅନ୍ୟ ସମସ୍ତ ବିଷୟ ଉପରେ ଯୀଶୁଙ୍କୁ ପ୍ରାଥମିକତା ଦେବା ! ଯେତେବେଳେ ତୁମେ କିଛି କରିବା ପାଇଁ ପ୍ରୟାସ କର, ତାଙ୍କ ବାକ୍ୟକୁ ପାଳନ କର, ସେ କଦାପି ତ୍ୟାଗକାରୀ ପିତା ନୁହଁନ୍ତି ! ସେ ପ୍ରତିଜ୍ଞା କରିଥିବା କାର୍ଯ୍ୟ ନ କରିବା ପର୍ଯ୍ୟନ୍ତ ସେ ତୁମକୁ ପରିତ୍ୟାଗ କରିବେ ନାହିଁ। ସେ ତୁମ ପାଇଁ ସବୁକିଛି କରିବେ ! ଯେତେବେଳେ ତୁମେ ନିଜକୁ ତାଙ୍କ ନିକଟରେ ସମର୍ପଣ କର, ସେ ତୁମ ଜୀବନରେ ଅପ୍ରତ୍ୟାଶିତ ଚମତ୍କାର କରିବାକୁ ସକ୍ଷମ ଅଟନ୍ତି,ଆମେନ୍ !

- ଏମ.ହେପସିବା

 

ପ୍ରାର୍ଥନା ଅନୁରୋଧ:-

ଆମେ ପଠାଉଥିବା ପ୍ରାର୍ଥନା ଅନୁରୋଧ ନିମନ୍ତେ ବିନତି କରି ପ୍ରାର୍ଥନା କରିବାକୁ ଏଷ୍ଟର୍ଙ୍କ ସଦୃଶ୍ୟ ଅନେକ ସ୍ତ୍ରୀ ଉଠିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet esbet holiganbet tambet grandpashabet betgit radissonbet