By Village Missionary Movement
Thursday, 09-Mar-2023ଆଜିର ବାକ୍ୟ (Oriya) 09-03-2023
ମହାନ ତ୍ୟାଗ
“ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ?” - ରୋମୀୟ 8:32
ରୋମ ରଚୟିତା ବ୍ଲେମିନ ଏଲଡର ୯୯ ଉଚ୍ଚତା ବିଶିଷ୍ଟ ପଥର ସ୍ତମ୍ଭ ସ୍ଥାପନ କରିଥିବା ବିଷୟରେ ଲେଖିଲା !ବହୁତ ଓଜନ ବିଶିଷ୍ଟ ସେହି ପଥର ସ୍ତମ୍ଭକୁ ଉପରକୁ ଉଠାଇବାକୁ କୋଡିଏ ହଜାର ଶ୍ରମିକ ଆବଶ୍ୟକ ହେଲେ !ଏହା ଅତି ସାବଧାନରେ ଓ ଦାୟିତ୍ୱରେ ସମ୍ପର୍ଣ୍ଣ କରିବା କାର୍ଯ୍ୟ ଅଟେ !ଏଥିରେ ଯଦି କିଛିବି ଅସାବଧାନତା ହେଲେ ସେହି ପଥର ସ୍ତମ୍ଭ ଭୁଶୁଡି ପଡ଼ିବ !ଏଥିଯୋଗୁ ଅନେକ ବର୍ଷ ହେବ କରୁଥିବା ପ୍ରୟାସ ବ୍ୟର୍ଥ ହୋଇଯିବ ବୋଲି ଭାବନା କରିଥିବା, ସେହି ଦେଶର ରାଜା କହିଲା,ଏହି କାର୍ଯ୍ୟଟି ତଦାରଖ କରୁଥିବା ଇଂଜିନିୟର ସାବଧାନରେ ସଠିକ ରୂପେ କରିବାକୁ ହେଲେ, ତାହାର ପୁଅକୁ ସେହି ପଥର ସ୍ତମ୍ଭର ଶେଷରେ ବାନ୍ଧିଲେ, ତାର ପୁଅକୁ ରକ୍ଷା କରିବାକୁ ପଡ଼ିବ ବୋଲି ଜାଗ୍ରତରେ ଏହି କାର୍ଯ୍ୟଟି ସମାପ୍ତି କରିବ !
ଏହିପରି ଭାବରେ ରାଜା ସେହି ଇଂଜିନିୟର ପୁଅକୁ ସ୍ତମ୍ଭର ଶେଷରେ ବାନ୍ଧି ଦେଲା !ତେବେ ସେହି ଇଂଜିନିୟର ତାର ପୁଅ ତଳେ ପଡ଼ିବା ଉଚିତ ନୁହେଁ ବୋଲି, ସେହି କାର୍ଯ୍ୟକୁ ସାବଧାନତାରେ ସମ୍ପୂର୍ଣ୍ଣ କଲା !କିନ୍ତୁ ଆମ ପରମ ପିତା ତାଙ୍କ ନିଜର ପୁତ୍ର ବୋଲି ନ ଦେଖି ଆମ ନିମନ୍ତେ ସେ ବଳିଦାନ ରୂପେ ସମର୍ପଣ କଲେ !
ଯେତେବେଳେ ଯୀଶୁଙ୍କୁ କ୍ରୁଶରେ ଚଢାଇ ଦିଆଗଲା ସେତେବେଳେ ପିତା ବଞ୍ଚାଇବାକୁ ଚିନ୍ତା କଲେ ନାହିଁ !ସେ ସମଗ୍ର ଜଗତର ପାପ ବହନ କରିବା ପାଇଁ ଯୀଶୁଙ୍କ ପାଇଁ ନିଜ ମୁଖ ଲୁଚାଇଲେ ! ଯୀଶୁ ଆମ ପାଇଁ କ୍ରୁଶରେ ମୃତ୍ୟୁ ବରଣ କଲେ !ପିତା ନିଜ ପୁତ୍ରଙ୍କ ଅପେକ୍ଷା ଆମକୁ ଅଧିକ ଭଲ ପାଉଥିଲେ। ସେ କାହିଁକି ଏପରି ବଳିଦାନ ଦେଲେ, ସ୍ତମ୍ଭଝୁଲୁଥିବା ପ୍ରତ୍ୟେକ ଲୋକ ଅଭିଶାପିତ: ତେଣୁ ପିତା ଯୀଶୁଙ୍କୁ ଆମ ପାଇଁ ଅଭିଶାପ ଦେଲେ !
ହଁ, ମୋର ପ୍ରିୟ ବନ୍ଧୁଗଣ,ଆସନ୍ତୁ ଯୀଶୁଙ୍କୁ ଆମ ହୃଦୟରେ ଗ୍ରହଣ କରିବା ! ଯିଏ ନିଜ ପୁତ୍ରକୁ ଦେଲା, ସେ ମଧ୍ୟ ତାଙ୍କ ସହିତ ଅନ୍ୟ ଜିନିଷ ଦେବ ! ଆମ ପାଇଁ ନିଜକୁ ବଳିଦାନ ଦେଇଥିବାରୁ ଆମେ ଯୀଶୁଙ୍କୁ କ’ଣ କରିବା ? ସେ କ୍ରୁଶରେ ଝୁଲି ରହି ଆମ ସହିତ ନିବେଦନ କରୁଛନ୍ତି ମୁଁ ତୁମ ପାଇଁ ମରିଛି! ତୁମେ ମୋ ପାଇଁ କଣ କଲ ?ତୁମର ବଳିଦାନ କ’ଣ ହେବ ?
- ଶ୍ରୀମତୀ ନିରୋଶା ଆଲୱିନ୍
ପ୍ରାର୍ଥନା ଅନୁରୋଧ:-
ଆମ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପାଇବା ନିମନ୍ତେ ପ୍ରାର୍ଥନା କରିବା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.