Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-03-2023
Share:

By Village Missionary Movement

Monday, 27-Mar-2023

ଆଜିର ବାକ୍ୟ (Oriya) 27-03-2023

 

ଖ୍ରୀଷ୍ଟଙ୍କ ହସ୍ତ

 

“ମୋ'ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି । ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ'ଠାରେ ନ ରହିଲେ ଫଳ ଫଳି ପାର ନାହିଁ ।“ - ଯୋହନ 15:4

        

ଜଣେ ଗରିବ ପିଲାଟି ଏକ ଦୋକାନ ଆଗରେ ଠିଆ ହୋଇ ଭିତରକୁ ଯାଉଥିବା ଏବଂ ଆସୁଥିବା ଲୋକଙ୍କୁ ଦେଖୁ ଥାଏ !ତାହା ଅନୁଧ୍ୟାନ କରିଥିବା ସେହି ଦୋକାନୀ ଜଣକ ଦୟା ବିଚାରି ପଚାରିଲା, ତୁମର କଣ ଦରକାର ଅଟେ ? ମାତ୍ର ସେହି ପିଲାଟି କିଛି ହିଁ କହିଲା ନାହିଁ !ସେହି ଦୋକାନୀ ସଙ୍ଗେସଙ୍ଗେ ଭିତରକୁ ଯାଇ ଏକ ଚୋକଲେଟ ଡବାକୁ ଆଣି କହିଲା, ତୁମର ଯେତିକି ଚୋକଲେଟ ଦରକାର ସେତିକି କାଢ଼ିକି ନିଅ !

          

ହେଲେବି ସେହି ବାଳକ ଦୋକାନୀକୁ ଦେଖୁହିଁ ଥାଏ !ସେତେବେଳେ ସେ ଦୋକାନୀ କହିଲା, କାହିଁକି ସେମିତି ଦେଖୁଛୁ, କଣ ତୁମକୁ ଚୋକଲେଟ ଦରକାର ନାହିଁ କି ? ତେବେ ସେ ବାଳକ କହିଲା, ମୋର ହାତ ବହୁତ ଛୋଟ, ମୁଁ ଯଦି କାଢ଼ିକି ନିଏ, ତେବେ ଅଳ୍ପ ଚୋକଲେଟ ହିଁ ଆସିବ, ମାତ୍ର ତୁମ ହାତଟି ବଡ଼ ଅଟେ, ତେଣୁକରି ଆପଣ ହିଁ କାଢ଼ିକି ଦେଲେ ଅଧିକ ଚୋକଲେଟ ଆସିବ, ତେଣୁକରି ତୁମେ ହିଁ କାଢ଼ିକି ଦିଅ !

        

ହଁ ମୋର ପ୍ରିୟ ବନ୍ଧୁଗଣ, ଆମେ ଆମର ନିଜର ଚେଷ୍ଟାରେ ଅର୍ଜନ କରି ବିଜୟୀ ହେବା ଅପେକ୍ଷା,ଇଶ୍ୱରଙ୍କ ହସ୍ତରେ ସମର୍ପଣ ହୋଇ, ତାହାଙ୍କ ଠାରୁ ପାଉଥିବା ବିଜୟୀ ଅତି ଅତ୍ୟଧିକ ଥିବ !ଆମର ପ୍ରତ୍ୟକ କାର୍ଯ୍ୟରେ ଖ୍ରୀଷ୍ଟଙ୍କୁ ଆଗରେ ରଖି ଚାଲିବା ପରି ହେଲେ, ସୁନିଶ୍ଚିତ ବିଜୟୀ ଆମର ଅଟେ !

           

ପବିତ୍ର ବାଇବଲରେ ଗିଦିୟନ ନାମକ ବ୍ୟକ୍ତିକୁ ଆମେ ଦେଖିବା ପରି ହେଲେ, ବିଶ୍ୱାସର ବୀରରେ ସ୍ଥାନ ସଂଗ୍ରହ କଲା !ଇଏ ଚାଳିଶ ବର୍ଷ ଇଶ୍ରାଏଲ ମାନଙ୍କୁ ନ୍ୟାୟ ବିଚାର କଲା !ଇଏ ବିଦ୍ୟାନିୟମାନଙ୍କ ବିରୁଦ୍ଧରେ ରହି ପରମେଶ୍ୱରଙ୍କ ବାକ୍ୟକୁ ଆଜ୍ଞାଧିନ ହୋଇ ତିନି ଶହ (୩00)ସୈନିକଙ୍କ ସହିତ ଯୁଦ୍ଧକୁ ଗଲା !ହସ୍ତରେ ଯୁଦ୍ଧାସ୍ତ୍ର ନ ଧରି ତୂରୀ, ଖାଲି ମାଠିଆ,କେବଳ ଦିବ୍ୟତା ହିଁ ଧରିକି ନେଇ ତିନିଶହ ଲୋକଙ୍କ ସହିତ ବିଶ୍ୱାସରେ ବିଜୟୀ ହେଲା !ପ୍ରଥମ କରନ୍ତିୟ :-1:28 ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି, ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ,ବୋଲି ଦେଖୁଛୁ !ଆଜି ଦିନରେ ଆମେ ମଧ୍ୟ ଇଶ୍ୱରଙ୍କ ହସ୍ତରେ ସମର୍ପିତ ହୋଇ ତାହାଙ୍କ ପାଖରେ ରହି, ତାହାଙ୍କ ଅଧିନ ହୋଇ ଜୀବନଯାପନ କଲା ପରିହେଲେ, ପରମେଶ୍ୱର ଆମ୍ଭଙ୍କୁ ତାଙ୍କ ଇଚ୍ଛାରେ ବୃଦ୍ଧି କରିବେ !ଇଶ୍ୱର କାହାକୁ ନୀଚ କରିନାହାନ୍ତି !ଆମେ ସମସ୍ତେ ତାହାଙ୍କ ରକ୍ତ ଦ୍ଵାରା ଧୌତ ହୋଇଛୁ !ତାହାଙ୍କ ସନ୍ତାନ ହୋଇଥିବା ଆମ୍ଭେ ତାହାଙ୍କ ଶକ୍ତିର ହସ୍ତତଳେ ରହି ବିଜୟୀ ହେବା !ଆମେନ୍ !

- ଶ୍ରୀମତୀ ଦିବ୍ୟା ଆଲେକ୍ସ

 

ପ୍ରାର୍ଥନା ଅନୁରୋଧ :-

ଫିଲିଫ ସୁସମାଚାର ଦୋଳର ସେଵାକାର୍ଯ୍ୟ ଦ୍ଵାରା ନୂତନ ଭାବେ ଯାଉଥିବା ଗ୍ରାମ ଗୁଡିକରେ ଇଶ୍ୱର ଉଜ୍ଜୀବିତ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al padişahbet padişahbet giriş