By Village Missionary Movement
Friday, 31-Mar-2023ଆଜିର ବାକ୍ୟ (Oriya) 31-03-2023
ବିଚାର କର ନାହିଁ
“ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ ।“ - ମାଥିଉ 7:1
ନିମ୍ମି ନାମକ ଜଣେ ଛୋଟ ବାଳିକାଙ୍କ ହାତରେ ଦୁଇଟି ସେଓ ଥିଲା !ତାର ନାନୀ ମାଗିଲା,ମୋତେ ମଧ୍ୟ ଗୋଟିଏ ସେଓ ଦିଅ !ସେତେବେଳେ ନିମ୍ମି ଦୁଇଟି ଯାକ ସେଓକୁ ଚୋବାଇ ଦେଲା !ସଙ୍ଗେସଙ୍ଗେ ତାର ନାନୀ କହିଲା, ତୁ ସଠିକ ଲୋକ, କାହାକୁ କିଛି ଦେବୁ ନାହିଁ, ତତେ କଦାପି ବିଶ୍ୱାସ କରିବା ଉଚିତ ନୁହେଁ କହି ସେଠାରୁ ଚାଲିଗଲା !ନିମ୍ମି ତାର ନାନୀଙ୍କ ପାଖକୁ ଯାଇ ତାର ହାତକୁ ଧରି, ହାତରେ ଏକ ସେଓକୁ ଦେଇ କହିଲା, ଏହା ବହୁତ ମିଠା ଅଛି, ଏହାକୁ ନିଅ !ସଙ୍ଗେସଙ୍ଗେ ନାନୀ ତାର ଭୁଲକୁ ଜାଣିପାରି, ଭଉଣୀକୁ ପାଖକୁ ନେଇ ଆଲିଙ୍ଗନ କଲା !
ଏହିପରି ଭାବେ ଆମ୍ଭେମାନେ ମଧ୍ୟ ଅନେକ ସମୟରେ ଅନ୍ୟର ବ୍ୟବହାର ଦେଖି ତାହାକୁ ଭୁଲ ବୁଝି ଏମାନେ ଏମିତିହିଁ ବୋଲି କହିଦେଇ ଥାଉଁ ,ଅବା ବିଚାର କରିଦେଉ !ଗୀତସଂହିତା :-50:20 ରେ ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ; ମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ, ଏପରି ସଦାପ୍ରଭୁ ସତର୍କ କରୁଛନ୍ତି !ଫାରୁଶୀର ଗୃହରେ ଯୀଶୁ ଖ୍ରୀଷ୍ଟ ଭୋଜନ କରିବା ବେଳେ ସୁଗନ୍ଧ ରସ ପାଦରେ ଢ଼ାଳିବା ମାରିଆକୁ ଫାରୁଶୀ ଜଣେ ପାପୀଣୀ ସଦୃଶ୍ୟ ଦେଖିଲା !ମାତ୍ର ଯୀଶୁ ସେହି ସ୍ତ୍ରୀକୁ ସର୍ବଦା ପ୍ରେମିକା ସ୍ତ୍ରୀ ସଦୃଶ୍ୟ ଦେଖିଲେ !ତେଣୁକରି ଆମ୍ଭେ ଅନ୍ୟକୁ ଦେଖିବା ଶୈଳୀ ଯୀଶୁଙ୍କ ସଦୃଶ୍ୟ ହେଲେ ଉତ୍ତମ ଅଟେ !ଆମେ ଅନ୍ୟକୁ ବିଚାର କରିବା ପୂର୍ବରୁ ଆମ ଚକ୍ଷୁରେ ଥିବା କଢିକୁଟାଟିକୁ ଜାଣିପାରିବା ହୃଦୟ ଯୀଶୁ ଅନୁଗ୍ରହ କରନ୍ତୁ !
ପ୍ରିୟ ବନ୍ଧୁଗଣ, ଆମ ଦେଖଣା,ଆମ କଥାଭାଷା ବିଷୟରେ ଜାଗ୍ରତରେ ରହିବା !ଅନ୍ୟମାନଙ୍କୁ ଦେଖି, ଏମାନେ ହୀନମାନର, ଏମାନେ ଉତ୍ତମ ବ୍ୟକ୍ତି ବୋଲି ନ୍ୟାୟ ବିଚାର କରି କହିବା ନାହିଁ !ଦାଉଦଙ୍କ ସଦୃଶ୍ୟ ସଦାପ୍ରଭୁ ମୋ ତୁଣ୍ଡକୁ ଜଗି ରଖ , ମୋ ଓଠର ମାର୍ଗରେ ରକ୍ଷକ ରଖ ବୋଲି ପ୍ରାର୍ଥନା କରି ତାଡନାରୁ ବିଜୟୀ ହେବା !ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ (1ମ କରନ୍ତିୟ :-11:31) ରେ ଆମେ ପଡୁଛୁ !ଆଜିପର୍ଯ୍ୟନ୍ତ ଆମେ ଅନ୍ୟକୁ ନ୍ୟାୟ ବିଚାର କରି କଥା ହୋଇଥିବା ପ୍ରତ୍ୟେକ କଥାକୁ ଇଶ୍ୱରଙ୍କ ସମୁଖରେ ସ୍ୱୀକାର କରି କ୍ଷମା ମାଗିବା !ଏହିପରି ଭୁଲଟି ପୁନର୍ବାର ନ କରି ରହିବା !ସବୁକିଛି ଶୁଦ୍ଧତାରେ ଆମ ହୃଦୟକୁ ସୁରକ୍ଷିତ କରିବା !ସେଥିରୁ ଜୀବନ୍ତ ଜଳ ବାହାରିବ !ହାଲ୍ଲେଲୁୟା !
- ଶ୍ରୀମତୀ ଆଣଭୂ ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନା ଅନୁରୋଧ :-
ପରଦାରେ ଖ୍ରୀଷ୍ଟଙ୍କ ଚଳଚିତ୍ର ଦେଖଥିବା ବ୍ୟକ୍ତିମାନେ ଯୀଶୁବାପାଙ୍କୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.