Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-04-2023
Share:

By Village Missionary Movement

Saturday, 01-Apr-2023

ଆଜିର ବାକ୍ୟ (Oriya) 01-04-2023

 

ଆମର ବୁଝାମଣା ଅଛି କି ?

 

"ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ...|” - ଲୂକ 23:34

           

ଯୀଶୁଖ୍ରୀଷ୍ଟ କୃଶରେ କହିଥିବା ପ୍ରଥମ କଥା !ଯୀଶୁଖ୍ରୀଷ୍ଟ କୃଶବିଦ୍ଧ ହେବାକୁ କାରଣ କିଏ ଅବା କଣ ? ଏହା ଯଦି ଆଲୋଚନା କରିବା, ତେବେ ଯିଶାଇୟ 53:5 ରେ ତାହାର ଉତ୍ତର ଆମେ ଦେଖି ପାରିବା,ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ !ତେଣୁକରି ଆପଣ, ମୁଁ ଏହି ପୃଥିବୀରେ ଥିବା ପ୍ରତ୍ୟେକ ଜଣ ତାହାଙ୍କ କୃଶବିଦ୍ଧର କାରଣ ଅଟୁ !ଯୀଶୁଖ୍ରୀଷ୍ଟ କୃଶରେ ଝୁଲୁଥିବା ବେଳେ ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ ବୋଲି କାହା ନିମନ୍ତେ ବିନୟ ହେଉଛନ୍ତି ?

                  

ସେହି କାଳରେ ଯିହୂଦୀମାନେ, ବିଶେଷକରି ଫାରୁଶୀମାନେ ଏବଂ ସାଧୁକୀୟ ସମସ୍ତେ ମିଶି ଯୋଜନାବଦ୍ଧ ଭାବେ ଯୀଶୁଖ୍ରୀଷ୍ଟଙ୍କୁ କୃଶବିଦ୍ଧ କଲେ !ଈଷ୍କାରିୟୋଥ ଯିହୂଦାଙ୍କ ଟଙ୍କା ଦେଣଣେନ ଠାରୁ ପିଲାତଙ୍କ ଠାରେ ସମର୍ପିତ କରିବା ପର୍ଯ୍ୟନ୍ତ କାରଣ ଏମାନେହିଁ ବୋଲି ଆମେ ଜାଣିଛୁ !ପରମେଶ୍ୱରଙ୍କୁ ଖୋଜି , ପ୍ରଭୁଙ୍କର ବାକ୍ୟକୁ ଅନୁସନ୍ଧାନ କରି, ଫାରୁଶୀମାନେ, ସାଧୁକୀୟମାନେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସେମାନେ କରିଥିବା କାମଟି ଶହେରେ ଶହେ ପ୍ରତିଶତ ସଠିକ ଅଟେ ବୋଲି ଭାବନା କଲେ !ସେଥିପାଇଁ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ ବୋଲି ଆମ ପ୍ରଭୁଯୀଶୁଖ୍ରୀଷ୍ଟ ଏମାନଙ୍କ ନିମନ୍ତେ ପିତାଙ୍କ ଠାରେ ପ୍ରାର୍ଥନା କଲେ !

             

ଆମ ପ୍ରଭୁ କୃଶରେ କହିଥିବା କଥା ଗୁଡିକ ଆମକୁ ବୁଝାଉ ଥିବା ଅର୍ଥ ହେଉଛି, ଆମେ ଆମ ଦୃଷ୍ଟିରେ ଶତପ୍ରତି ଶତ ସଠିକ ଅଟେ ବୋଲି, କିଛି ବିଷୟରେ ପ୍ରଭୁଙ୍କର ଦୃଷ୍ଟିରେ ଶତପ୍ରତି ଶତ ଭୁଲ ଥାଇ ପାରେ !ଏମିତି ଭୁଲ ସବୁ ଆମ ଇଶ୍ୱର ତାଙ୍କ ଦୟାରେ କ୍ଷମା କରୁଛନ୍ତି !ହେଲେ ଆମେ ଯେକୌଣସି ବିଷୟରେ ବୁଝି ନ ପାରି, ଜାଣି ନ ପାରି ରହିଛୁ କି ? ଏହାକୁ ଆମେ ନିଜକୁ ନିଜେ ପରୀକ୍ଷିତ କରି ଦେଖିବା ଉଚିତ ! ଅନ୍ତରରେ ଦୁଷ୍ଟତାର କୌଣସି ଆଚରଣ ଅଛି କି ନାହିଁ, ଏହା ଦେଖ, ପୁଣି, ଅନନ୍ତ ପଥରେ ମୋତେ ଗମନ କରାଅ ( ଗୀତସଂହିତା :-139:24 )ଦାଉଦ ପ୍ରାର୍ଥନା କଲା ସଦୃଶ୍ୟ ଆମେ ମଧ୍ୟ ପ୍ରାର୍ଥନା କରିବା ଉଚିତ !ଏହା ଜାଣି ବୁଝି ପାରିବା ହୃଦୟ ଆମ ଠାରେ ରହିବା ଉଚିତ !ଆଉ ପବିତ୍ର ବାଇବଲରୁ ଅନ୍ୟମାନଙ୍କ ଦ୍ଵାରା ଆମ ଭୁଲ ବୁଝି ପାରି ସୁଧାରିବାକୁ ଚେଷ୍ଟା କରିବା !

ହାଲ୍ଲେଲୁୟା !

- ଜେ. ସନ୍ତୋଷ

 

ପ୍ରାର୍ଥନା ଅନୁରୋଧ :-

ଏହି ମାସସାରା ହେଉଥିବା ସେଵାକାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ହୋଇ କଢାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom