Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-04-2023
Share:

By Village Missionary Movement

Saturday, 08-Apr-2023

ଆଜିର ବାକ୍ୟ (Oriya) 08-04-2023

 

ଶେଷରେ

 

“ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି । ଏହା କହି ସେ ପ୍ରାଣତ୍ୟାଗ କଲେ।“ - ଲୂକ 23:46

 

ଯୀଶୁଖ୍ରୀଷ୍ଟ କୃଶରେ ଉଚ୍ଚାରଣ କରିଥିବା ସପ୍ତମ କଥା :-

ମୃତ୍ୟୁମୁଖରେ ଥିବା ଜଣେ ବ୍ୟକ୍ତିଙ୍କ ମୁଖରୁ କିଛି ଶବ୍ଦ ଆସିବ ବୋଲି ଆତୁରରେ ତାହାର ଚାରିପଟେ ତାଙ୍କ ପରିବାର ଲୋକେ ଅପେକ୍ଷାରେ ଥାନ୍ତି !ସେ ଶେଷରେ କହିଥିବା କଥାକୁ ଗୁରୁତ୍ୱପୂର୍ଣ୍ଣ ଧରାଯାଏ !ପ୍ରଭୁଯୀଶୁଖ୍ରୀଷ୍ଟ କୃଶବିଦ୍ଧ ସମୟରେ କହିଥିବା ସାତଟି କଥା ମଧ୍ୟରେ ସପ୍ତମ କଥା ହେଉଛି,ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି !ପ୍ରଥମ କଥାରେ ପିତା ବୋଲି ସମ୍ବୋଧନ କରି, ଶେଷ କଥାରେ ମଧ୍ୟ ପିତା ବୋଲି ସମ୍ବୋଧନ କରି ପ୍ରାର୍ଥନା କରିବା ଆମେ ଏଠାରେ ଦେଖୁଛୁ !

          

ପ୍ରଭୁଯୀଶୁଖ୍ରୀଷ୍ଟ ପିତାଙ୍କ ଦ୍ଵାରା ଏହି ପୃଥିବୀକୁ ପ୍ରେରଣ ହେବାର କେବଳ ଗୋଟିଏ କାରଣ ହେଉଛି, ମାନବ ଜାତିର ପାପ ନିମନ୍ତେ ସେ ନିଜକୁ ନିଜେ ବଳି ରୂପେ ସମର୍ପଣ ହେବା ନିମନ୍ତେ !ପାପରୁ ମୁକ୍ତ କରିବାକୁ ସେ ଏହି ପୃଥିବୀରେ ତିରିଶି ବର୍ଷ ଛଅ ମାସ କାଳ ଅଳ୍ପବି ବିଶ୍ରାମ ନ ନେଇ, ପିତା ଦେଇଥିବା ଦାଇତ୍ୱକୁ ପୂରଣ କରିବାକୁ କଷ୍ଟ, ବାଧା,ବେଦନା, ତାଡନା ସହ୍ୟକରି ବିଜୟୀ ଭାବେ ଏକସଂମ୍ପୂର୍ଣ୍ଣ ଜୀବନ ବଞ୍ଚିଲେ !

          

ଜଣେ ଏହି ପୃଥିବୀରେ କେତେ ବର୍ଷ ବଞ୍ଚିଲା, ଏହା ଗୁରୁତ୍ୱ ନୁହେଁ, କିପରି ବଞ୍ଚିଲା, ଏହା ହିଁ ଗୁରୁତ୍ୱ ଅଟେ !ଆମ ଜୀବନ ଇଶ୍ୱରଙ୍କୁ ଗୌରବାନ୍ୱିତ କରିବା ଉଚିତ !ଆମେ ପରୀକ୍ଷିତ କରି ଦେଖିବା,ଆମକୁ ଦେଇଥିବା ସମୟ ସମ୍ପୂର୍ଣ୍ଣ କରିବା ଦାଇତ୍ୱ ରୂପେ ଅଛି କି ?

      

ପବିତ୍ର ବାଇବଲରେ ଆମେ ପଢ଼ୁଛୁ,ପିତା ଇଶ୍ୱରଙ୍କ ଇଚ୍ଛାକୁ ପୂରଣ କରିବା ହିଁ ଯୀଶୁଖ୍ରୀଷ୍ଟଙ୍କ ଭୋଜନ ହୋଇ ଅଛି !ଜଣେ ଅତ୍ୟଧିକ ଭୋକିଲା ବ୍ୟକ୍ତି ଖାଦ୍ୟ ନିମନ୍ତେ କେତେ ଆତୁର ହୋଇଥିବ କି, ତଦ୍ରୁପ ଯୀଶୁ ପିତାଇଶ୍ୱରଙ୍କ ଇଚ୍ଛାକୁ ସମ୍ପୂର୍ଣ୍ଣ କରିବାରେ ଅତ୍ୟଧିକ ଆତୁର ହୋଇ ରହିଥାନ୍ତି !

            

ଅଲମ୍ପିକ ପ୍ରତିଯୋଗିତାରେ ଅଲମ୍ପିକ ବତୀ ଧରି ଆସିବା ବ୍ୟକ୍ତି ଅଳ୍ପ ଦୂର ଦୌଡ଼ି, ତାପରେ ତାହାକୁ ଅନ୍ୟ ଜଣକୁ ଦେଇ ସେ ତାଙ୍କ ସହିତ ମିଶି ଦୌଡିବ !ସେହି ବତୀକୁ ଚତୁର୍ଥ ବ୍ୟକ୍ତି, ପଞ୍ଚମ ବ୍ୟକ୍ତିଙ୍କୁ ଦେଇଦେଇ, ଶେଷରେ ସେହି ବତୀଟି ଜଳି ପାଉଁଶ ହୋଇଯିବ !ଏହି ପ୍ରକାରରେ ପିତାଇଶ୍ୱର ସମର୍ପିତ କରିଥିବା ଦାଇତ୍ୱକୁ ଯୀଶୁଖ୍ରୀଷ୍ଟ ପୂରଣ କରି ଆମକୁ ତାହା ସମର୍ପଣ କଲେ !ଆମେ ସେହି ଦାଇତ୍ୱକୁ ପୂରଣ କରି ବତୀଟିକୁ ଜଳାଇବା !ଆମ୍ଭେ ମଧ୍ୟ ଶେଷ ପର୍ଯ୍ୟନ୍ତ ଇଶ୍ୱରଙ୍କ ଇଚ୍ଛାକୁ ପୂରଣ କରି ଆମ ଜୀବନ ଦୌଡ଼କୁ ଆନନ୍ଦରେ ଇଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ କରିବା !ହାଲ୍ଲେଲୁୟା !

- ଶ୍ରୀମତୀ ଜାୱା ଗାଣେଶାଣ

 

ପ୍ରାର୍ଥନା ଅନୁରୋଧ :-

ତାମିଲନାଡୁର ତ୍ରିଛିରେ ହେବାକୁ ଥିବା ଉଜ୍ଜୀବିତ ଯୌବନ ସମାବେଶ ନିମନ୍ତେ ଆମ ସେବକ ମାନେ କରୁଥିବା ପ୍ରୟାସରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet