Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-04-2023
Share:

By Village Missionary Movement

Thursday, 13-Apr-2023

ଆଜିର ବାକ୍ୟ (Oriya) 13-04-2023

 

କଳା ଓ ଧଳା ରଙ୍ଗ

 

“କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ ।“ - ଯୋହନ 3:20

 

ଗୋଟିଏ ଫୁଲ ବଗିଚାରେ ଅଜା ଓ ନାତି ବସି କଥପତନ ହେଉଥାନ୍ତି !ଚତୁର୍ଥ ଶ୍ରେଣୀ ପଡ଼ୁଥିବା ସେହି ଛୋଟ ବାଳକ ଅଜାଙ୍କୁ ଏକ ପ୍ରଶ୍ନ ପଚାରିଲା, ଅଜା.. ଅଜା.. ସବୁରାତିରେ ଦୁଇଟି କୁକୁର ମୋ ସ୍ବପ୍ନରେ ଆସୁଛନ୍ତି !ଗୋଟିଏ ଧଳା ରଙ୍ଗ ଓ ଅନ୍ୟଟି କଳା ରଙ୍ଗର ଅଟନ୍ତି !ଯେବେ ଦେଖିଲେ ତାହା ଝଗଡା ହେଉଥାନ୍ତି !ଏହି ଦୁଇଟି କୁକୁର ମଧ୍ୟରେ କେଉଁ କୁକୁରଟି ଜିତିବ ତାହା ଜଣା ପଡୁନାହିଁ କହିଲା !ସେତେବେଳେ ଅଜା କହିଲା, ଯେଉଁ କୁକୁରକୁ ଖାଦ୍ୟ ଦିଆଯିବ, ସେହି କୁକୁର ହିଁ ଜିତିବ !

 

ଏହା ଠିକ ଅଟେ, ମାନବ ଜୀବନରେ ମଧ୍ୟ ଏହିପରି ଘଟୁଛି !ଆମ ହୃଦୟରେ ଯାହାକୁ ଅତ୍ୟଧିକ ସ୍ଥାନ ଦେବାକି, ତାହାହିଁ ଆମ ଆଲୋଚନାକୁ ଅତିକ୍ରମ କରିବ ଏବଂ କାର୍ଯ୍ୟ ମାଧ୍ୟମରେ ବାହାରିବ !ହୃଦୟ ସମବୃଦ୍ଦି ଯୋଗୁ ମୁଖ କଥା କହେ !ତାହା ହିଁ କାର୍ଯ୍ୟ ରୂପେ ବଦଳିବ !

 

ଶାରୀରିକ ଆଲୋଚନା ହେଉଛି ମୃତ୍ୟୁ !ଆମ ଜୀବନରେ ଅନେକ ଅନ୍ଧକାର କାର୍ଯ୍ୟ ରହିଲେ, ଆମ ଠାରେ ଯୀଶୁଖ୍ରୀଷ୍ଟ ବାସ କରି ପାରିବେ ନାହିଁ !ସେ ଜଗତକୁ ଆସି ପ୍ରତ୍ୟେକ ମଣିଷକୁ ଆଲୋକିତ କରିବା ଜ୍ୟୋତି ଅଟେ !ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ସମର୍ପିତ ହେଲେ ସେ ଆମକୁ ମୁକ୍ତି ଦେଇ, ଆମ କାର୍ଯ୍ୟକୁ ସତକାର୍ଯ୍ୟରେ ପରିବର୍ତ୍ତନ କରିବେ !ଆମ ପାପ ଗୁଡିକୁ କ୍ଷମା କରିବେ !ଯୀଶୁ କହନ୍ତି,ମୁଁ ଜଗତରେ ଜ୍ୟୋତି, ଯେ ମୋତେ ଅନୁସରଣ କରେ, ସେ ଅନ୍ଧକାରରେ ନ ରହି ଅନନ୍ତ ଜୀବନ ପାଇବ !

 

ପବିତ୍ର ବାଇବଲରେ ଗଲାତୀୟ :-5:19-21 ପଦ ଶରୀରିକ ଏବଂ ଆତ୍ମୀୟ ଆଚରଣ ବିଷୟରେ ଜାଣି ପାରିବା !"ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ" !ତେଣୁକରି ତାହାଙ୍କୁ ଆମ ଇଶ୍ୱର ରୂପେ ଗ୍ରହଣ କରି ତାହାଙ୍କୁ ଅନୁସରଣ କଲେ ନର୍କରୁ ଉଦ୍ଧାର ପାଇ ପାରିବା ! ଅନନ୍ତ ଜୀବନ ପାଇବା !ଆମେନ୍ !

- ଶ୍ରୀମତୀ ଜାୟନ୍ତୀ ଭାଗ୍ୟା ଲକ୍ସମି

 

ପ୍ରାର୍ଥନା ଅନୁରୋଧ :-

୭000 ମିଶିନାରୀ ପ୍ରସ୍ତୁତ କରିବା କାର୍ଯ୍ୟରେ ସେଵା ସ୍ଥାନର ସେବକ ମାନଙ୍କୁ ସଦାପ୍ରଭୁ ସାହାଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet