By Village Missionary Movement
Friday, 14-Apr-2023ଆଜିର ବାକ୍ୟ (Oriya) 14-04-2023
ଆମାଜାନ ନଦୀ
“ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା ?...." - ଏବ୍ରୀ 2:3
ଆମାଜାନ ନଦୀଟି ଦକ୍ଷିଣ ଆମେରିକା ଭୂଖଣ୍ଡର ଅତି ବଡ଼ ନଦୀ ଅଟେ !ଏହାର ଲମ୍ବା ପ୍ରାୟ ୬ ହଜାର ଚାରିଶହ କିଲୋମିଟର ଅଟେ !ସେହିଁ ନଦୀ ପ୍ରବାହିତର ଅଞ୍ଚଳ ହେଉଛି, ସ୍ୱିଜରଲାଣ୍ଡ ଦେଶ ସହ ସମାନ ହୋଇ ଅଛି !ଏହି ନଦୀ ଦକ୍ଷିଣ ଆମେରିକା ଭୂଖଣ୍ଡରେ ଉତ୍ତର ଅଂଶରେ ଉତ୍ପତି ହୋଇ କୋଳମ୍ବିଆ ଦେଶକୁ ଅତିକ୍ରମ କରି, ବ୍ରାଜିଲ ଦେଶ ଦେଇ ପ୍ରଭାହିତ ହୋଇ, ଆଟ୍ଲାଣ୍ଟିକ ମହାସାଗରରେ ମିଶୁଛି !ଏଥିରେ ତିନି ହଜାର ପ୍ରକାରର ମାଛ ରହିଛି !ଏହି ନଦୀର ଚାରିପଟେ ଆମାଜାନ ଅଭୟାରଣ୍ୟ ଅଛି !ଏଥିରେ ପଚିଶି ଲକ୍ଷର ବିଭିନ୍ନ ପ୍ରକାରର କୀଟ ଗୁଡିକ, ଦୁଇ ହଜାର ପ୍ରକାରର ପକ୍ଷୀ, ହଜାର ହଜାର ସରୀସୃପ ଜାତି ଅଛନ୍ତି !ବ୍ରାଙ୍କା ନାମରେ ନାମିତ ମଣିଷ କ୍ଷିୟା ମାଛ, ପ୍ରାୟ ଚାଲିଶି ପୁଟର ଅଜଗର ସାପ ଗୁଡିକ, ଜୀବନ ନେବା ବିଷ ଜାତୀୟ ବେଙ୍ଗ ଗୁଡିକ ଅଛନ୍ତି ବୋଲି ଚିହ୍ନିତ ହେଲା !
ଥରେ ଆଟ୍ଲାଣ୍ଟିକ ମହାସାଗର ଡ଼ଙ୍ଗା ଏହି ନଦୀଜୁ ପ୍ରବେଶ କରି, ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ନଦୀ ମଝିରେ ରହିଗଲା !ଅନେକ ଦିନ ବିତିଗଲେ ସୁଧା ସେହି ଡ଼ଙ୍ଗାକୁ ସଠିକ କରି ନ ପାରିବା ଅବସ୍ଥାରେ, ସେଥିରେ ଥିବା ନାବିକମାନେ, ଯାତ୍ରୀମାନେ ଡ଼ଙ୍ଗାରୁ ବାହାରକୁ ଆସି ନ ପାରି ବହୁତ କଷ୍ଟ ଅନୁଭବ କଲେ !ତାଙ୍କ ଠାରେ ଥିବା ଖାଦ୍ୟ, ପାନୀୟ ଜଳ ସରିଗଲା !ତାପରେ ସମସ୍ତେ ଭୋକରେ, ଶୋଷରେ ଡହଳବିକଳ ହେଲେ !ପିଇବାକୁ ପାଣି ନ ଥାଇ ଶୁଖି ଯାଇ ମରିବା ଅବସ୍ଥାକୁ ଆସିଗଲେ !ତାହାଙ୍କୁ ସାହାଯ୍ୟ କରିବା ନିମନ୍ତେ କେହିବି ଆଗକୁ ଆସିଲେ ନାହିଁ !ଅନେକ ଦିନ ପରେ ସେହି ମାର୍ଗ ଦେଇ ଯାଉଥିବା କିଛି ଫେରିନାଟ ବାସୀ ସେହି ଡ଼ଙ୍ଗାରେ ଥିବା ଲୋକଙ୍କ ଅବସ୍ଥାକୁ ଜାଣିପାରି, ସେମାନଙ୍କୁ ଦେଖି ମାଲୋ.. ଏପରି ଜ୍ଞାନଶୂନ୍ୟ ଅବସ୍ଥାରେ ମରିବାର ଆବଶ୍ୟକ କଣ ? ତୁମ ଡ଼ଙ୍ଗା ଥିବା ଏହି ନଦୀରେ ପିଇବା ପାଣି ବହୁଛି, ଏହାକୁ ନେଇକି ପାନ କର ବୋଲି ଉଚ୍ଚ ସ୍ୱରରେ କହିଲେ !ଡ଼ଙ୍ଗାରେ ଥିବା ସମସ୍ତେ ତାଙ୍କ କଥାକୁ ଶୁଣି ସଙ୍ଗେସଙ୍ଗେ ପାଣି କାଢି ପାନକଲେ !
ପ୍ରିୟ ବନ୍ଧୁଗଣ, ଆମ ପ୍ରଭୁଯିଶୁଖ୍ରୀଷ୍ଟ ତାହାଙ୍କ ନିଷ୍କଳଙ୍କ ରକ୍ତକୁ ଦେଇ ବିନାମୂଲ୍ୟରେ ଦେଇଥିବା ପରିତ୍ରାଣକୁ ଗ୍ରହଣ ନ କରି, ଆଜି ଅନେକେ ସମାଧି ହେଉଛନ୍ତି !କାରଣ ସେ କହନ୍ତି, "ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ ।'' ଦେଖ, ଏବେ ମହାଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ (ଦ୍ୱିତୀୟ କରନ୍ତିୟ :-6:2)ରେ ଲେଖା ହୋଇଛି !ଫେରୁନାଟ ଲୋକଙ୍କ ସଦୃଶ୍ୟ ବିନାଶରେ ଥିବା ଲୋକଙ୍କୁ ଯୀଶୁଙ୍କୁ ଦେଖାଇ ଅନନ୍ତ ଜୀବନକୁ କଢାଇ ନେବା !ଆମେନ୍ !
- ଭାଇ ଭାଗ୍ୟା ନାଦାନ
ପ୍ରାର୍ଥନା ଅନୁରୋଧ :-
ମୋକ୍ଷପ୍ରାୟାଣାମ ଦିନଧ୍ୟାନ ପତ୍ରିକା ପାଠକରୁଥିବା ପ୍ରତ୍ୟେକ ଜଣ ଇଶ୍ୱରଙ୍କ ନିକଟରେ ଭୟ ଓ ଭକ୍ତିରେ ରହିବା ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.