By Village Missionary Movement
Saturday, 15-Apr-2023ଆଜିର ବାକ୍ୟ (Oriya) 15-04-2023
ଅମୂଲ୍ୟ ମୋତି
“ଆମ୍ଭେ ଦଶସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ମଧ୍ୟ ସେହିସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ।“ - ହୋଶେୟ 8:12
ସର୍ବଦା ଧୌର୍ଯ୍ୟର ସହିତ ରୋମିନିଆ ଦେଶର କମିନିଷ୍ଟ ଏବଂ ନାସ୍ତିକମାନଙ୍କ ମଧ୍ୟରେ ରିଚାର୍ଡ ଉବ୍ରାଣ୍ଟ ନାମକ ପ୍ରଭୁଙ୍କର ଦାସ ସେଵା କରୁଥାନ୍ତି !ସେ ରୋମିନିଆ ଓ ରୁଷିଆ ସୀମାରେ ସେଵାକାର୍ଯ୍ୟ କଲାବେଳେ ଘଟିଥିବା ଏକ ଘଟଣାଟି ମୁଁ ଆପଣଙ୍କୁ କହିବି !ତାହା ଥିଲା ଏକ ଶୀତ ଋତୁ !ଶିଶିର, ବର୍ଷା ପାଣିରେ ତାହା ଭରପୂର ଅଟେ !ରୁଷିଆ ଠାରୁ ଦୁଇଜଣ ବ୍ୟକ୍ତି ତାହାଙ୍କୁ ଦେଖିବାକୁ ଆସିଲେ !ତାଙ୍କୁ ଦେଖାକରିବାକୁ ଆସିଥିବା ବ୍ୟକ୍ତିଙ୍କୁ ଆହ୍ୱାନ କରିଥିବା ଉବ୍ରାଣ୍ଟ, ସେମାନେ ଆସିବାର କାରଣଟି ଜାଣି ଖୁସି ହେଲେ !ସେମାନେ ଆସିବାର କାରଣ ହେଉଛି, ସେମାନେ ପବିତ୍ର ବାଇବଲ ମାଗିବାକୁ ଆସିଥିଲେ !ରୋମିନିଆ ସଦୃଶ୍ୟ ରୁଷିଆରେ ମଧ୍ୟ ଖ୍ରୀଷ୍ଟିଆନ ମାନେ ତାଡନା ପାଉଥାନ୍ତି !ଦୁଇ ସପ୍ତାହ ପରେ ଧନ୍ୟବାଦ ଜଣାଇ ଏକ ଚିଠିଟି ଉବ୍ରାଣ୍ଟ ନିକଟକୁ ଅସିଲା !ସେଠାରେ ଲେଖା ଥିଲା, ତୁମ୍ଭେ ଦେଇଥିବା ପବିତ୍ର ବାଇବଲ ବହୁତ ଉପଯୋଗୀ ହେଲା !କେବଳ ସେତିକିହିଁ ନୁହେଁ, ଆମଠାରେ ପବିତ୍ର ବାଇବଲ ଥିବା ଜାଣିପାରି ପଡୋଶୀ ଗ୍ରାମର ଖ୍ରୀଷ୍ଟିଆନମାନେ ଆସି ତାହା ପଡୁଛନ୍ତି !ଏପରି ଅନେକ ଲୋକମାନେ ଆସି ମାଗିବା ଦ୍ଵାରା ଆମ୍ଭେ ଏକ ସ୍ଥିରତାକୁ ଆସିଲୁ !ଆପଣ ଦେଇଥିବା ପବିତ୍ର ବାଇବଲକୁ ବତିଶୀ ଭାଗରେ ବିଭକ୍ତି କଲୁ !ବତିଶୀଟି ଗାଁର ରୁଷିଆ ଲୋକେ ତାହାକୁ ଅଧ୍ୟୟନ କରି, ପ୍ରୟୋଜନ ପାଉଛନ୍ତି !ଏହା ପଡି ଉବ୍ରାଣ୍ଟ, କେବଳ ରୋମନିଆରେ ହିଁ ନୁହେଁ, ରୁଷିଆରେ ମଧ୍ୟ ପ୍ରଭୁଙ୍କର ସେବାକୁ ଧୌର୍ଯ୍ୟର ସହିତ ଆରମ୍ଭ କଲେ !
ପ୍ରିୟ ବନ୍ଧୁଗଣ, ବାଇବଲ ନପାଇକି ଅସୁବିଧା ଭୋଗ କରୁଥିବା ରମୋନିଆ ଓ ରୁଷିଆ ଜନତା,ଏବଂ ଆରବ ଦେଶର ଖ୍ରୀଷ୍ଟିଆନମାନେ ଅନେକ ଅଛନ୍ତି !କିନ୍ତୁ ବାଇବଲକୁ ହସ୍ତରେ ଧରି ତାହାକୁ ପାଠ କରୁନଥିବା ଖ୍ରୀଷ୍ଟିଆନମାନେ ଅନେକେ ଅଛନ୍ତି !ଆମେ ଇଶ୍ୱରଙ୍କ ନ୍ୟାୟ ବିଚାରରୁ କିପରି ଖସି ପାରିବା ?ଧର୍ମଶାସ୍ତ୍ରୀ ନାମରେ ନାମିତ ହୋଇଥିବା ଆମ୍ଭେ, ଦିନକୁ କେତେ ଥର ବାଇବଲ ପଡୁଛୁ ? ଆମ୍ଭ ମଧ୍ୟରେ ଅନେକେ ବାଇବଲକୁ ନପଡି ହିଁ ଧର୍ମଶାସ୍ତ୍ରୀ ଭାବରେ ଘୂରିବୁଲୁଛୁ !ସେ ଦିନରେ ରୁଷିଆ ଜନତା ମାନେ ତାଙ୍କ ହସ୍ତରେ ବାଇବଲ ମିଳିଲା ସେହି ଅଧଘଣ୍ଟା ସମୟ କିଅବା ତାହାଠୁ ଅଳ୍ପ ସମୟରେ କେତେ ଜାଗ୍ରତରେ, ପ୍ରାର୍ଥନା ପୂର୍ବକ ପଡ଼ିଥିବେ, ଅଳ୍ପ କିଛି ଆଲୋଚନା କରି ଦେଖିବା !ସମୟକୁ ଯୋଗାଡ଼ କରି ବାଇବଲକୁ ଅଧ୍ୟୟନ କର !ତୁମ୍ଭ ଜୀବନ ମୋତି ସଦୃଶ୍ୟ ବଦଳିବ !ସଦାପ୍ରଭୁ ତାଙ୍କ ବାକ୍ୟ ଦ୍ଵାରା ଆପଣାକୁ ଆଚର୍ଯ୍ୟ ଭାବେ କଢାଇ ନେବା , ଆପଣମାନେ ଦେଖିବେ !
- ଶ୍ରୀମତୀ ଜ୍ଞାଣା ସେଲୱାମ ସେଲୱାରାଜ
ପ୍ରାର୍ଥନା ଅନୁରୋଧ :-
ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କରୁଥିବା ସେଵାକାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.