By Village Missionary Movement
Sunday, 16-Apr-2023ଆଜିର ବାକ୍ୟ (Oriya) 16-04-2023 (Kids Special)
ମ୍ୟାଜିକ କାମ କରେ ନାହିଁ
“ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋ’ ପ୍ରତି ଉତ୍ତମ।“ - ଗୀତସଂହିତା 119:72
କୂ.. କୂ.. ଚିକୁବୁକୁ.... ଚିକୁବୁକୁ... ଏମିତି ଶବ୍ଦ ଶୁଣିବା କ୍ଷଣି ହାଇ ଟ୍ରେନ ଯାଉଛି କହି ଟାଟା କରୁଥିବା !ପିଲାମାନେ,ସେତେବେଳେ ବହୁତ ଆନନ୍ଦିତ ଥିବତ !କିଏ କିଏ ଟ୍ରେନରେ ଯାତ୍ରା କରିଛ ? ବହୁତ ମଜା ଥିବତ !ଟ୍ରେନରେ ଘଟିଥିବା ଏକ ପ୍ରକୃତ କଥାକୁ ଆଜି ଶୁଣିବାକୁ ଯାଉଛୁ !ଶୁଣିବା କି ? କଣ ତୁମ୍ଭେ ପ୍ରସ୍ତୁତ କି ?
ଚାକିରୀ କରିବା ଲୋକେ,କାର୍ଯ୍ୟକ୍ଷେତ୍ରକୁ ଯିବା ଲୋକେ,କଲେଜକୁ ଯିବା ଛାତ୍ରମାନେ ଏପରି ଅନେକ ଲୋକମାନେ ଟ୍ରେନରେ ଯାତ୍ରା କରନ୍ତି !ଦିନେ ଯୀଶୁଙ୍କ ନିମନ୍ତେ ସେଵା କରୁଥିବା ଜଣେ ଆଙ୍କେଲ ସେହି ଟ୍ରେନରେ ଯାତ୍ରା କରୁଥାଏ !ସେହି ଟ୍ରେନରେ ମ୍ୟାଜିକ କରୁଥିବା ଆଙ୍କେଲ ମଧ୍ୟ ଯାତ୍ରା କରୁଥାଏ !ମ୍ୟାଜିକ କହିଲେ ତୁମ୍ଭଙ୍କୁ ଷଣ୍ଡେ ସ୍କୁଲ ଓ ଭି. ଭି. ଏସରେ ତୁମ୍ଭମାନଙ୍କୁ ଖୁସି କରିବାକୁ ଦେଖାଉ ଥିବା ମ୍ୟାଜିକ ବୋଲି ଭାବନ୍ତୁ ନାହିଁ !ଏହା ଏକ ମାୟା ଏବଂ ମନ୍ତ୍ରତନ୍ତ୍ର ଦ୍ଵାରା କରିବା ମ୍ୟାଜିକ !ସିଏ ମନ୍ତ୍ର କରି ଜାଣିଥିବା ମାୟା ଦେଖାଇ ଟଙ୍କା ଉପାର୍ଜନ କରୁଥାଏ !ସମସ୍ତେ ମୋତେ ଦେଖ, ଡବାଟି ଖାଲି ଅଛି, ଏପରି କହି, ତଳେ ଉପରେ ଟପଟପ କରି ହାତରେ ବାଢ଼େଇଲା, ତାପରେ ସେହି ଡବା ଦେଖିବାରୁ ସେଥିରେ ଭର୍ତି ଟଙ୍କା ତଳେ ପଡିଲା !ସମସ୍ତେ ଆଚର୍ଯନ୍ମିତ ହେଲେ !ଏପରି ବହୁତ ଟଙ୍କା ଉପାର୍ଜନ କଲା !ବର୍ତ୍ତମାନ ପ୍ରଭୁଙ୍କର ସେଵା କରୁଥିବା ଅଙ୍କେଲ ଥିବା ସ୍ଥାନକୁ ଅସି, ସେହି ମ୍ୟାଜିକ କରିବାକୁ ଚେଷ୍ଟା କଲା !ମାତ୍ର କରି ପାରିଲା ନାହିଁ !ଡବା ଖୋଲିଲା କିନ୍ତୁ ସେଥିରେ ଟଙ୍କା ନାହିଁ !ଚାରିଆଡେ ଘୁରି ଦେଖିଲା, ସେବା କରୁଥିବା ଅଙ୍କେଲ ବାଇବଲ ପଡୁଥାଏ !ସେ ଭାବିଲା ଏହି ବାଇବଲ ହିଁ କାରଣ !ତାହାକୁ ନେଇ ଅଳ୍ପ ଦୂରରେ ରଖିଲା !
ସେ ଭାବିଲା ଠିକ ଅଛି ଏବେ ମୋ କାମଟି ଆରମ୍ଭ କରିବି !ପୁନର୍ବାର କହିଲା, ସମସ୍ତେ ମୋତେ ଅନାଅ, ଖାଲି ଥିବା ଡବାରୁ ଟଙ୍କା ଆସିବାକୁ ଯାଉଛି !ଏପରି କହିବାରୁ ସମସ୍ତେ ତାହାଙ୍କୁ ହିଁ ଅନାଉ ଥାନ୍ତି !କିନ୍ତୁ କିଛି ହେଲା ନାହିଁ !ସେ ବହୁତ ଦୁଃଖ ହେଲା !ସେବେ ସେହି ସେବକ ଅଙ୍କେଲ କହିଲା, ତୁମ୍ଭେ ବାଇବଲ ନେଇ ଦୂରରେ ରଖିଲେ ମଧ୍ୟ, ବାକ୍ୟଟି ମୋ ହୃଦୟରେ ଅଛି !ମୋ ଠାରେ ଯୀଶୁଖ୍ରୀଷ୍ଟ ରହିଥିବା ହେତୁ, ତାହାଙ୍କ ମହିମା ମଧ୍ୟ ଏଇଠି ହିଁ ଅଛି !ତେବେ ଯୀଶୁଙ୍କ ମହିମା ନିକଟରେ ମ୍ୟାଜିକ କାମ କଲା ନାହିଁ !ଏହା ଜାଣି ପାରି ଯୀଶୁବାପା ପ୍ରକୃତ ଇଶ୍ୱର ବୋଲି ସେଠାରେ ଥିବା ଲୋକମାନେ ଯୀଶୁଙ୍କ ଠାରେ ବିଶ୍ୱାସ କଲେ !ସେହି ସେବକ କିଏ ଜାଣିଛ କି ? ସେ ହେଉଛନ୍ତି "ସାଧୁ ସୁନ୍ଦର ସିଂ" ଅଟନ୍ତି !ତାହାଙ୍କ ଠାରେ ଥିବା ଏହି ବାକ୍ୟ କେତେ ବଡ଼ ପରିବର୍ତ୍ତନ ଆଣିଲା, ଦେଖିଲ କି ?
ପ୍ରିୟ ସନ୍ତାନ ଗଣ, ତୁମ୍ଭଙ୍କୁ ଶିଖାଉଥିବା ବାକ୍ୟ ଗୁଡିକ ଭୁଲିବା ଉଚିତ ନୁହେଁ !କେବଳ ସେଥିକି ହିଁ ନୁହେଁ, ପ୍ରତ୍ୟେକ ଦିନ ଗୋଟିଏ ହେଲେ ବାକ୍ୟ ଘୁସିକି ଶିଖିବା ଉଚିତ !ଜୀବନ୍ତ ବାକ୍ୟ ତୁମ୍ଭଙ୍କୁ, ତୁମ୍ଭ ଦ୍ଵାରା ଅନ୍ୟମାନଙ୍କୁ ଇଶ୍ୱରଙ୍କ ମହିମା ଜାଣିବା ନିମନ୍ତେ ସାହାଯ୍ୟ କରିବ !କ'ଣ ପିଲାମାନେ, ବାଇବଲ କେତେ ମହାନ ବୁଝି ପାରିଲ କି ? ଆଜି ହିଁ ବାଇବଲ ପଡ଼ିବା ଆରମ୍ଭ କର !ଠିକ ଅଛି ତ ?
- ଭଉଣୀ ଦେବୋରାଲ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.