By Village Missionary Movement
Friday, 02-Jun-2023ଆଜିର ବାକ୍ୟ (Oriya) 02-06-2023
ପରିପୂର୍ଣ୍ଣ ଇଶ୍ୱର
“ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି; ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇ ପାରେ ନାହିଁ।“ - ଉପଦେଶକ 3:11
ଜଣେ ପଥଚାରୀ ବିଲ ହୁଡ଼ା ଦେଇ ଚାଲିଚାଲି ଯାଉଥାଏ !ସେତେବେଳେ ବଇତାଳୁ ବଗିଚାରେ ବଡ଼ବଡ଼ ବଇତାଳୁ ଦେଖା ଯାଉଥାଏ !ତାହା ଦେଖି ସେ ବ୍ୟକ୍ତି ଜଣକ ବଚସା କରିଲା, କଣ ସଦାପ୍ରଭୁଙ୍କର ସୃଷ୍ଟି, ସଠିକ ରୂପେ ଠିଆ ହୋଇନ ପାରିବା ଏହି ଲତାରେ ଏତେ ବଡ଼ ବଇତାଳୁ କରିଛନ୍ତି !ଏହାକୁ ଆଲୋଚନା କରିକରି ଚାଲିକି ଗଲା !ପ୍ରଖର ଖରା ହେତୁ ହାଲିଆ ହୋଇ, ରାସ୍ତା ନିକଟରେ ଥିବା ଏକ ବଟବୃକ୍ଷ ମୂଳେ ଶୋଇଲା !ଅଳ୍ପ ସମୟ ପରେ ସେହି ବଟବୃକ୍ଷର ଏକ ଫଳଟି ତାହାଙ୍କ ମସ୍ତକ ଉପରେ ପଡିଲା !ଏହି ବଇତାଳୁ ବିଷୟରେ ଆଲୋଚନା କରୁଥିବା ବ୍ୟକ୍ତିଟି, ବଇତାଳୁ ହିଁ ମୋ ମସ୍ତକ ଉପରେ ପଡିଗଲା ବୋଲି ଚମକି ପଡି ଉଠିକି ଦେଖିଲା ବେଳେ, ଏକ ଛୋଟ ବଟଫଳ ତାର ମସ୍ତକ ପାଖରେ ଥିଲା !ପ୍ରଭୁ ଯଦି ତୁମ୍ଭେ ଏତେ ବଡ଼ ବୃକ୍ଷରେ ବଇତାଳୁ ସୃଷ୍ଟି କରିଥିଲା ପରିହେଲେ ମୋ ମସ୍ତକ ଫିଟି ନ ଥାନ୍ତି, ଜ୍ଞାନବାନର ତୁମ୍ଭ ସୃଷ୍ଟିର କାର୍ଯ୍ୟକୁ ଧନ୍ୟବାଦ କହିଲା !
ପୁରାତନ ନିୟମରେ ଇଶାକ ଓ ରିବିକା ଦମ୍ପତିଙ୍କ ବିଷୟରେ ଆମେ ଜାଣି ପାରିବା !ଇଶାକଙ୍କ ନିମନ୍ତେ ସ୍ତ୍ରୀ ଦେଖିବା ନିମନ୍ତେ ଅବ୍ରହାମ କିଛି ସର୍ତ୍ତାବଳୀ କହିକି ତାର ଦାସଙ୍କୁ ପଠାଇଲା !ସେହି ପ୍ରକାରରେ ସେହି ଦାସ ଅବ୍ରହାମଙ୍କ ବାକ୍ୟ ଅନୁଯାୟୀ, ତଦ୍ରୁପ ଆଜ୍ଞାବହ ହୋଇ ବଥୂୟେଲର କନ୍ୟା ରିବିକାଙ୍କ ଗୃହକୁ ଯାଇ କାର୍ଯ୍ୟକ୍ରମ ସଠିକ ଭାବେ ହେଉଥିବା ଦେଖିଲା !ସେତେବେଳେ ସେହି ଦାସ ଏଲିୟଜର କହିଲା,ମୋତେ ସଳଖ ମାର୍ଗରେ କଢାଇ ନେଇଥିବା ମୋ ପ୍ରଭୁ ଅବ୍ରହାମଙ୍କ ସଦାପ୍ରଭୁଙ୍କର ସ୍ତୁତି କରୁଛି !
ହଁ ପ୍ରିୟ ବନ୍ଧୁଗଣ, ଆମ୍ଭମାନଙ୍କ ଇଶ୍ୱର ସମ୍ପୂର୍ଣ୍ଣ ପରମେଶ୍ୱର ଅଟନ୍ତି !ଅନନ୍ତ ଜ୍ଞାନୀ ଅଟନ୍ତି !ପ୍ରତ୍ୟେକଙ୍କୁ ସମ୍ପୂର୍ଣ୍ଣ ରୂପେ, ତାଙ୍କ ଶ୍ରେଷ୍ଠତ୍ତମ ମାର୍ଗରେ କଢାଇ ନେଉଛନ୍ତି !ଆମ୍ଭେ ସୃଷ୍ଟି ହୋଇଥିବାକୁ ଛାଡି, ପ୍ରତ୍ୟେକକୁ ପ୍ରତିଦିନ ଦେଖିଦେଖି ଆମକୁ ସଳଖ ରୂପେ କଢାଇ ନେଉଛନ୍ତି !ଆମ୍ଭର ଶରୀରର ଅଙ୍ଗପ୍ରତ୍ୟଙ୍କକୁ ଉତ୍ତମ ରୂପେ ଗଢିଛନ୍ତି !ଏହି ପୃଥିବୀର ପ୍ରତ୍ୟକକୁ ନୈପୁଣ୍ୟତାରେ କରିଥିବା ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇବା !ପ୍ରତ୍ୟକଦିନ ପ୍ରତିକାର୍ଯ୍ୟ ଦେଖିବା ବେଳେ ତାହାକୁ ଦେଖି, କେବଳ ଆନନ୍ଦିତ ହିଁ ହେବା ନୁହେଁ ନୂତନ ଭାବେ ସୃଷ୍ଟି କରିଥିବା ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇବା ଆମର କର୍ତ୍ତବ୍ୟ ଅଟେ !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନା ଅନୁରୋଧ :-
ପ୍ରତ୍ୟେକ ମାସରେ ତିରିଶି ଦିନ ତିରିଶିଟି ଗୃହରେ ପ୍ରାର୍ଥନା ଦୋଳ କ୍ରମଭାବେ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.