Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-06-2023 (Kids Special)
Share:

By Village Missionary Movement

Sunday, 11-Jun-2023

ଆଜିର ବାକ୍ୟ (Oriya) 11-06-2023 (Kids Special)

 

ଆଶା ବିହୀନ ପ୍ରେମ

 

“ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ।“ - ୧ ଯୋହନ 3:18

 

ଅତିଆନନ୍ଦରେ ତାର କୋଠାଗୃହର ଚାରିପଟେ ଲିଡିଆ ଖେଳୁଥାଏ !ସେତେବେଳେ ଗୃହର ସିଲିଣ୍ଡର ଫାଟିଯାଇ ଢ଼ୋ... ଅ... ହୋଇ ଜୋର ଶବ୍ଦରେ ଗୃହରୁ ନିଆଁ ଜଳିବା ଆରମ୍ଭ ହେଲା !ଘର ଭିତରେ ତାର ବାପାମାଆ ରହି ଯାଇଛନ୍ତି !ଲିଡିଆ ଭୟରେ କାନ୍ଦୁ ଥିବାବେଳେ, ସିଲିଣ୍ଡର ଶବ୍ଦ ଶୁଣି ଘରର ପଡୋଶୀ ଓ ଆଖପାଖ ବନ୍ଧୁବାନ୍ଧବ ଓ ଲୋକେ ସମସ୍ତେ ଆସି ସେଠାରେ ଏକତ୍ରିତ ହେଲେ !କିଛି ଲୋକ ଦୋମକଲ କାର୍ଯାଳୟକୁ, ଆଉ କିଛି ଲୋକ ପୋଲିସ କାର୍ଯାଳୟକୁ ଫୋନ କରିଥାନ୍ତି କିନ୍ତୁ ମିଡ଼ିଆ ଓ ତାର ପିତାମାତାଙ୍କୁ ଉଦ୍ଧାର କରିବାକୁ କେହି ଆଗକୁ ଯାଇ ନାହାନ୍ତି !କିନ୍ତୁ କିଛିବି ଆଶା ନକରି ବନ୍ଧୁବାନ୍ଧବ ନଥିବା ଓ ତାର ସ୍ତ୍ରୀଙ୍କୁ ହରାଇ ଏକଲା କଷ୍ଟ ଅନୁଭବ କରୁଥିବା ଯୋହନ ସେଠାକୁ ଦୌଡିଦୌଡି ଆସି ପାହାଚ ଚଡି ସେହି ଘର ଭିତରକୁ ପଶି, ସେହି ଛୋଟ ଝିଅ ଲିଡିଆକୁ ପାଛୋଡ଼ି ଧରି ଉଦ୍ଧାର କରି ବାହାରକୁ ଆଣିଲା !ତାହାର ଶରୀର ସାରା ଆଘାତ ଓ ମୁହଁ ସବୁ ପୋଡ଼ି ଯାଇଛି, ତାହାକୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନେଇକି ଗଲେ !ଲିଡିଆର ପିତାମାତା ଅଗ୍ନିରେ ଦଗ୍ଧ ହୋଇଗଲେ !

 

କିଛି ଦିନ ବିତିଗଲା ! ଲିଡିଆ ନିଆଁରେ ପୋଡ଼ି ଯାଇଥିଲେ ମଧ୍ୟ ତାର ପିତାମାତାଙ୍କୁ ଏବଂ ତାକୁ ଉଦ୍ଧାର କରିଥିବା ଯୋହନ ମାମୁଁଙ୍କୁ ମନେ ପକାଇ କାନ୍ଦୁ ଥାଏ !ତାହାର ବହୁତ ସମ୍ପତି ଥିବା ଯୋଗୁ ସେହି ଗାଁର ସରପଞ୍ଚ ନିକଟକୁ ଯାଇ, ତାର ବନ୍ଧୁମାନେ ଲିଡିଆକୁ ମୁଁ ନେବି କହିଲେ ମୁଁ ନେବି କହୁଥାନ୍ତି !ସେହି ସରପଞ୍ଚ ନିକଟକୁ ଆସି ସମସ୍ତଙ୍କ ସାମନାରେ ଲିଡିଆକୁ ମାଗୁଥାନ୍ତି !ସେହି ସରପଞ୍ଚ ସମସ୍ତଙ୍କୁ ଡାକି ଠିଆହୋଇ କହୁଥାଏ, ସେବେ ସେମାନେ ମୁଁ ନେବି ମୁଁ ନେବି କହୁଥାନ୍ତି !ଏହି ରବର ମଧ୍ୟରେ ମୁଁ ଦେଖିବି ବୋଲି ଏକ ମୃଦୁଶବ୍ଦ ଶୁଣାଗଲା !ସେ କେହି ନୁହେଁ, ସେ ଝିଅଟିକୁ ଉଦ୍ଧାର କରିଥିବା ଯୋହନ ଭାଇ !ସମସ୍ତେ ବୁଲିପଡ଼ି ଦେଖିଲା ବେଳେ, ସେ ଧିରସ୍ଥିରରେ ବାହାରକୁ ଅସିଲା !ସେଠାରେ ଅଗ୍ନି ଆଘାତ ଯୋଗୁ କଳା ମୁହଁରେ ଯୋହନ ଠିଆ ହୋଇଛି !ସରପଞ୍ଚ ସେହି ଝିଅକୁ ତୁମ୍ଭେ କାହା ନିକଟକୁ ଯିବ ବୋଲି ପଚାରିବାରୁ, ସଙ୍ଗେସଙ୍ଗେ ସେହି ଛୋଟଝିଅ ଲିଡିଆ କହିଲା, ତାର ଜୀବନକୁ ବେଖାତିରି କରି, ତାକୁ ଉଦ୍ଧାର କରିଥିବା ଯୋହନ ମାମୁଁଙ୍କ ନିକଟକୁ ଯିବି ବୋଲି ଦୌଡି ଯାଇ ଯୋହନ ମାମୁଁଙ୍କ ବେକକୁ ଜାବୁଡି ଧରି, ତାକୁ ଆଲିଙ୍ଗନ କରି କାନ୍ଦିଲା !ସେହି ସରପଞ୍ଚ ଯୋହନ ମାମୁଁଙ୍କ ସହ ପଠାଇ ଦେଲା !

 

ପ୍ରିୟ ଭାଇ ଓ ଭଉଣୀମାନେ, ଯେପରିକି ଏହି ଯୋହନ ମାମୁଁ କିଛିବି ଆଶା ନକରି, ତାର ଜୀବନ ଗଲେବି କିଛି ଚିନ୍ତା ନାହିଁ ବୋଲି ଭାବନା କରି, ସେହି ଝିଅଟିକୁ ଉଦ୍ଧାର କଲା, ତଦ୍ରୁପ ଆମ୍ଭମାନଙ୍କୁ ଯୀଶୁବାପା ଉଦ୍ଧାର କରି,ଆମଠାରୁ ବିଦ୍ୟା, ସମ୍ପତ୍ତି, କୋଠାବାଡ଼ି କିଛି ଆଶା ନକରି, ଆମ୍ଭେ ଯେମିତି ଥିଲେବି ଚିନ୍ତା ନାହିଁ ବୋଲି ଆମକୁ ପ୍ରେମ କରିବାକୁ ପ୍ରସ୍ତୁତ ହୋଇ ଅଛନ୍ତି !ବିପଦ ସମୟରେ ଦୌଡି ଆସି ଆମକୁ ସାହାଯ୍ୟ କରିବେ !

 

ଶ୍ରୀମତୀ ସାରାଲ ସୁବାଶ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom meritking perabet casibom holiganbet galabet casibom padişahbet padişahbet giriş grandpashabet jojobet tambet grandpashabet radissonbet nesinecasino betbey cratosroyalbet grandpashabet betpuan betsalvador matbet meritking perabet perabet giriş instagram ban service betsilin betsilin giris pashagaming pashagaming giris gorabet gorabet giris kralbet holiganbet grandpashabet grandpashabet giriş https://tr.holiganbet-30temmuz.art/