Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-08-2023
Share:

By Village Missionary Movement

Sunday, 27-Aug-2023

ଆଜିର ବାକ୍ୟ (Oriya) 28-08-2023

 

ଏକତା

 

“କିନ୍ତୁ ସେ ଯେପରି ଜ୍ୟୋତିଃର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ !” - ୧ମ ଯୋହନ ୧:୭

 

୯ ଜଣଙ୍କର ଏକ ଟିମ୍ ପର୍ବତର ଶିଖର ପରିଦର୍ଶନ କରିବାକୁ ଯୋଜନା କରିଥିଲେ ! ସେମାନେ ସଫଳତାର ସହ ଶିଖରରେ ପହଞ୍ଚି ବହୁ ପରିଶ୍ରମ ମଧ୍ୟରେ ଫେରି ଆସିଥିଲେ ! ସେମାନଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ! କାରଣ ସେହି ୯ ଜଣଙ୍କ ମଧ୍ୟରୁ ଚାରି ଜଣ ଅନ୍ଧ ଅଟନ୍ତି ! ଦୁଇ ଜଣ ମୁକ ଓ ବଧିର ଅଟନ୍ତି !ତିନିଜଣଙ୍କର ପ୍ରସ୍ତୁତ (ready-made )ଗୋଡ ଅଛି ! ଏହା ହିଁ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବାର କାରଣ ! ତେବେ ସେମାନେ ଏହା କିପରି ହାସଲ କଲେ ? ଏକତା, ଦଳଗତ କାର୍ଯ୍ୟ ! ବହୁତ କମ୍ ଲୋକ ସାଧାରଣତଃ ଅନ୍ୟମାନଙ୍କ ବିଷୟରେ ଚିନ୍ତିତ ! ଆମମାନଙ୍କ ମଧ୍ୟରୁ ଅନେକ ଅନ୍ୟମାନଙ୍କ ସହିତ ଏକଜୁଟ ହେବାକୁ ଦ୍ୱିଧା କରନ୍ତି ! ଯଦିଓ ଏହାର ଅନେକ କାରଣ ଅଛି, ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦେଖିବା !

 

ପ୍ରଥମଟି ହେଉଛି,ମୋର ଅନ୍ୟମାନଙ୍କର ସାହାଯ୍ୟ ଦରକାର ନାହିଁ ! ମୁଁ କାହିଁକି ସେମାନଙ୍କ ସହ କଥାବାର୍ତ୍ତା କରିବି ? ମୋର ସ୍ଥିତି ବିଷୟରେ ଏବଂ ମୁଁ ଯାଇ ସେମାନଙ୍କ ସହ କଥାବାର୍ତ୍ତା କାହିଁକି କରିବି ?" ଏହି ଗର୍ବିତ ଚିନ୍ତାଧାରା ହିଁ ଆମକୁ ଅନ୍ୟମାନଙ୍କ ସହ ଏକ ହେବାରେ ବାରଣ କରିଥାଏ ! ଆମେ ଯେପେରି ଭାବୁ ଯଦି ପ୍ରଭୁ ଆମ ବିଷୟରେ ସେହିପରି ଭାବନ୍ତି,ତେବେ ଆମ ଅବସ୍ଥା କ’ଣ ହେବ ?ଅଳ୍ପ ଚିନ୍ତା କରିବା !

 

ଦ୍ୱିତୀୟଟି ହେଉଛି ଚିନ୍ତା ଯେ "ମୋର ଅନ୍ୟମାନଙ୍କ ସାହାଯ୍ୟ ଦରକାର ନାହିଁ"! ଏହା ମଧ୍ୟ କଠିନ ଅଟେ ! ଆସନ୍ତୁ କଳ୍ପନା କରିବା, ଯେ ଆମେ ଦୁନିଆର ଏକମାତ୍ର ଏବଂ ଆମର ଆବଶ୍ୟକ ଅର୍ଥ ଅଛି !ହେଲେବି ବଞ୍ଚିବା ସମ୍ଭବ କି ? ଜଳ, କ୍ଷୀର, ଖବରକାଗଜ, ପେଟ୍ରୋଲ, ଖାଦ୍ୟ ଇତ୍ୟାଦି ପାଇବା ପାଇଁ ତୁମର ସାହାଯ୍ୟ ଦରକାର ନାହିଁ କି ? ବୋଧହୁଏ, ଆମେ ଏପରି ସ୍ଥିତିରେ ଅଛୁ ଯେଉଁଠାରେ ଆମକୁ ଅନ୍ୟମାନଙ୍କର ସାହାଯ୍ୟ ଦରକାର ନାହିଁ, କିନ୍ତୁ ଅନ୍ୟମାନେ ଆମର ସାହାଯ୍ୟ ଆବଶ୍ୟକ କରି ପାରନ୍ତି ! ଲୋକଙ୍କୁ ଅଣଦେଖା କରିବା ସୃଷ୍ଟିକର୍ତ୍ତାଙ୍କୁ ଅବହେଳା କରିବା ସଦୃଶ୍ୟ ହୁଏ !

 

ପ୍ରିୟ ବନ୍ଧୁଗଣ, ଆମ ଦ୍ୱାରରେ ଥିବା ଅନେକ ଅପରିଚିତ ବ୍ୟକ୍ତିଙ୍କୁ ମଧ୍ୟ ଭଲ ପାଇବା, ଏବଂ କଥିତ ଶବ୍ଦ ଶୁଣିବା ! ହସିବା ଏବଂ ଅନ୍ୟମାନଙ୍କ ସହିତ ବ୍ୟବଧାନକୁ ଦୂର କରିବା ! ଇଶ୍ବରଙ୍କ ପ୍ରେମ ବାଣ୍ଟିବା, କ୍ଷମା କରିବା, ସହ୍ୟ କରିବା ଏବଂ ଅନ୍ୟମାନଙ୍କ ଯତ୍ନ ନେବା ! ଅନେକଙ୍କୁ ଅନନ୍ତ ଜୀବନକୁ ନେଇଯିବା ! ଲୋକମାନେ କଥାବାର୍ତ୍ତା, ଶୁଣିବା ଏବଂ ଭଲ ପାଇବା ପାଇଁ ପ୍ରସ୍ତୁତ ଅଛନ୍ତି ! ତୁମେ ପ୍ରେମ ଦେଖାଇବାକୁ ଏବଂ ଏକଜୁଟ ହେବାକୁ ପ୍ରସ୍ତୁତ କି ? ଆଜିର ସୁଯୋଗ ଆଉ ଆସି ନପାରେ ! ପରିଶ୍ରମ କରିବା,ଚାଲ ଶୀଘ୍ର କାର୍ଯ୍ୟ କରିବା ଏବଂ ସୁଯୋଗକୁ ବ୍ୟବହାର କରିବା !

- ଶ୍ରୀ ଏଲ.ଆଲାଗାର୍ସ୍ୱାମୀ 

 

ପ୍ରାର୍ଥନା ଅନୁରୋଧ :-

ଆମ କ୍ୟାମ୍ପସରେ ଥିବା ରାଗଲ୍ୟାଣ୍ଡ ବାଇବଲ କଲେଜ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet