Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-10-2023
Share:

By Village Missionary Movement

Monday, 09-Oct-2023

ଆଜିର ବାକ୍ୟ (Oriya) 09-10-2023

 

ଅବ୍ରହାମଙ୍କର ଆଜ୍ଞାଧୀନତା 

 

“ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ !” - ଆଦିପୁସ୍ତକ ୧୨:୧

 

ଯେତେବେଳେ ଆମିକାର୍ମିକେଲ୍ ପିଲା ଥିଲେ, ସେହି ଦେଶର ଲୋକଙ୍କ ନୀଳ ରଙ୍ଗର ଆଖି ପରି, ତାଙ୍କ ଇରିସ୍ କଳା ଥିଲା ! ଆମି ପ୍ରାୟତଃ ତାଙ୍କ ମା’ଙ୍କୁ ପଚାରିଥା’ନ୍ତି, ମୋର କଳା ଆଖି କାହିଁକି ? ଆମିର ମା ଉତ୍ତର ଦିଅନ୍ତି ଯେ,ତୁମେ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ୍ ! ପ୍ରାର୍ଥନା କରିବା ପରେ ସେ ପରଦିନ ସକାଳେ ଦର୍ପଣକୁ ଚାହିଁଲେ ଏବଂ ଆଖି ଅପରିବର୍ତ୍ତିତ ରହିଲା ! ସେ ତାଙ୍କ ମାତାଙ୍କୁ ଏହା କହିଥିଲେ, ତାଙ୍କର ପ୍ରତିକ୍ରିୟା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା ! ଆମି ପ୍ରଭୁ ତୁମକୁ ଏକ ଉଦ୍ଦେଶ୍ୟ ପାଇଁ ଆମ ଲୋକଙ୍କଠାରୁ ଭିନ୍ନ କରିଦେଲେ ! ଯେ ପ୍ରଭୁ ତୁମକୁ ଭିନ୍ନ ଭାବରେ ସୃଷ୍ଟି କରିଛନ୍ତି ତୁମକୁ ଭିନ୍ନ ଭାବରେ ବ୍ୟବହାର କରିବେ ! ପ୍ରଭୁଙ୍କ ସ୍ୱରକୁ ଆଜ୍ଞାଧୀନ ଆମି ଭାରତ ଆସିଥିଲେ ! ସେ ତିରୁନେଲଭେଲିର ଡୋନାଭୋର ଅଞ୍ଚଳରେ ଛୋଟ ଝିଅମାନଙ୍କୁ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ଶିକ୍ଷା ଦେଇଥିଲେ ! ସେ ଅନେକ ସାମାଜିକ ସଂସ୍କାର ମଧ୍ୟ କରିଥିଲେ ! ତାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବିଦ୍ୟାଳୟ ଅନେକ ମିଶନାରୀଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ପ୍ରଦାନ କରିଛି ଏବଂ ସମାଜରେ ଅନେକ ଭଲ ଲୋକଙ୍କୁ ଉତ୍ପାଦନ କରୁଛି !

 

ପବିତ୍ର ବାଇବଲରେ ଆମେ ବିଶ୍ୱାସର ପିତା ଅବ୍ରହାମଙ୍କୁ ଜାଣୁ ! ଯେତେବେଳେ ପ୍ରଭୁ ଅବ୍ରହାମଙ୍କୁ ଡାକିଲେ, ସେ କହିଥିଲେ, "ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ " (ଆଦିପୁସ୍ତକ :-୧୨:୧) ! ଅବ୍ରହାମ ମାନିଲେ,ଇଶ୍ବର ତାଙ୍କୁ ଜଣେ ଧନୀ ଲୋକ କଲେ ଏବଂ ତାଙ୍କ ବଂଶଧରଙ୍କୁ ଆଶୀର୍ବାଦ କଲେ !

       

ଇଶ୍ବରଙ୍କ ସନ୍ତାନମାନେ, ଯେତେବେଳେ ଆମେ ନିଜକୁ ଇଶ୍ବରଙ୍କ ନିକଟରେ ସମର୍ପଣ କରିବା ସେ ଆଜି ଆମକୁ ବ୍ୟବହାର କରିବେ ! ଯେତେବେଳେ ଅବ୍ରହାମଙ୍କୁ ଡକାଗଲା, ଅବ୍ରହାମଙ୍କର କେବଳ ଠିକଣା ଥିଲା ! ସେ କେଉଁଆଡେ ଯାଉଥିଲେ ତାଙ୍କର ଠିକଣା ବିଷୟରେ ମଧ୍ୟ ଜାଣି ନଥିଲେ ! ଅବ୍ରହାମ ବିଶ୍ୱାସର ପିତା ହେଲେ କାରଣ ସେ ତାହା ମାନିଲେ ! ଯଦି ତୁମେ ଏହା ପଢୁଛ, ଯଦି ଇଶ୍ବର ତୁମକୁ ସେଵାକାର୍ଯ୍ୟକୁ ଡାକିଛନ୍ତି, ତେବେ ତୁମେ ତାଙ୍କ ସ୍ୱର ମାନିଛ କି ? ତୁମେ ତୁରନ୍ତ ତାଙ୍କ ସ୍ୱରକୁ ମାନିବ ଏବଂ ସମଗ୍ର ବିଶ୍ୱ ପାଇଁ କାନ୍ଦୁଥିବା ପ୍ରଭୁଙ୍କ ଲୁହ ପୋଛିଦେବାକୁ ଆଜି ଆଗକୁ ଆସିବ କି ?

- ଶ୍ରୀମତୀ ରୁବି ଆରୁଣ 

 

ପ୍ରାର୍ଥନା ଅନୁରୋଧ :- 

ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଣ ସେବାକାର୍ଯ୍ୟ ଦ୍ଵାରା ସ୍ବର୍ଶରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କ ପ୍ରେମକୁ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet vaycasino giriş vaycasino marsbahis giriş marsbahis holiganbet setrabet marsbahis giriş vaycasino giriş