Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-10-2023
Share:

By Village Missionary Movement

Monday, 16-Oct-2023

ଆଜିର ବାକ୍ୟ (Oriya) 16-10-2023

 

ଖୋଜି ଆସିବା ପ୍ରଭୁ

 

“ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ !” – ଯୋହନ ୧୧:୪0

 

ଆମେରିକା ଦେଶରେ ଜଣେ ଚିକିତ୍ସକ କର୍କଟ ରୋଗ ନିମନ୍ତେ ଏକ ଔଷଧ ଆବିର୍ଭାବ କଲା !ତେଣୁ ତାଙ୍କୁ ସରକାର ଏକ ସଂମ୍ମାନ କରିବାକୁ ଏକ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରି ତାହାଙ୍କୁ ଆହ୍ୱାନ କଲା !ବନ୍ୟା,ବାତ୍ୟାର ଝଡ଼ ଯୋଗୁ ସେ ଯିବାକୁ ଥିବା ଉଡ଼ାଜାହାଜ ରଦ୍ଦ ହେଲା !ତେଣୁ ସେ କାରରେ ଯାତ୍ରା କଲା !କିଛି ରାସ୍ତା ଅତିକ୍ରମ କଲା ପରେ, ସେହି କାର ମଧ୍ୟ ଯାଇନପାରି ଏକ ଘର ସାମ୍ନାରେ ରହିଗଲା !ସେହି ଘରର କବାଟକୁ ବାଢ଼େଇ, ପିଇବାକୁ ପାଣି ଦିଅ କହି ମାଗିଲା !ସଙ୍ଗେସଙ୍ଗେ ସେହି ଘରର ମାଆ ତାହାଙ୍କୁ ଘର ଭିତରକୁ ଡାକି, ଚୌକିରେ ବସିବାକୁ କହି ପିଇବାକୁ ପାଣି ଆଣି ଦେଲା !ତାପରେ କବାଟ ବନ୍ଦ କରି ଭିତରେ ଥିବା ତାର ପୁଅର ରୋଗ ନିମନ୍ତେ ସେ ଲୁହ ଝରାଇ ପ୍ରାର୍ଥନା କରିବାକୁ ଆରମ୍ଭ କଲା !ସେହି ମାଆ ବାହାରକୁ ଆସି କହିଲା, ମୋ ପୁଅର ରୋଗ ନିମନ୍ତେ ଔଷଧ ଆବିର୍ଭାବ କରିଥିବା ଜଣେ ଡାକ୍ତର ବିଦେଶରେ ଅଛନ୍ତି, ତାହାଙ୍କ ସହ ସାକ୍ଷାତ କରିବାକୁ ଏଠାକାର ଡାକ୍ତର କହିଲେ !ମୁଁ ସେଠାକୁ ଯିବାକୁ ମୋର ସାମର୍ଥ ନାହିଁ !ସେଥିପାଇଁ ମୁଁ ମୋର ପରମ ପିତାଙ୍କ ସହିତ କାନ୍ଦିକାନ୍ଦି ପ୍ରାର୍ଥନା କରୁଛି !ଯେତେବେଳେ ସେ ସେହିଁ ରିପୋର୍ଟକୁ ଦେଖିଲା ଏବଂ କହିଲା ମୁଁ ହିଁ ସେହି ଡକ୍ତର ଅଟେ !ମୁଁ ତୁମ ପୁଅଙ୍କୁ ନେଇ ଚିକିତ୍ସା କରିବି !ପ୍ରଭୁ ସେହି ମାଆଙ୍କ ପ୍ରାର୍ଥନାକୁ ଶୁଣି, ସେହି ଚିକିତ୍ସକକୁ ସେଠାକୁ ଆଣିଲା !

 

ପବିତ୍ର ବାଇବଲରେ ମଧ୍ୟ ଯୀଶୁଖ୍ରୀଷ୍ଟ ଜଗତରେ ବାସ କରିବା ଦିନମାନଙ୍କରେ ବିଶ୍ୱାସରେ ତାହାଙ୍କ ନିକଟକୁ ଆସିଥିବା ସମସ୍ତଙ୍କୁ ସୁସ୍ଥତାର ଫଳ ଦେଇ, ଖୁସିରେ ପଠାଇ ଥିଲେ !ତାହାଙ୍କୁ ଆହ୍ୱାନ କରିଥିବା ସମସ୍ତଙ୍କୁ ଅଦ୍ଭୁତ କଲେ !ପିତରଙ୍କ ଗୃହକୁ ଯାଇ ତାହାଙ୍କ ଶାଶୁଙ୍କୁ ଜ୍ଵରରୁ ସୁସ୍ଥ କଲେ !ମୃତ୍ୟୁବରଣ କରିଥିବା ଝିଅଟିକୁ ପୁନର୍ବାର ଜୀବନ ଦେଲେ !ଜିଖାରୀୟଙ୍କ ଗୃହକୁ ଯାଇ ପରିତ୍ରାଣର ଆନନ୍ଦ ଦେଲେ !ସେହିପରି ବିଶ୍ୱାସରେ ଅପେକ୍ଷାରେ ଥିବା ବ୍ୟକ୍ତିମାନଙ୍କୁ ଖୋଜିଖୋଜି ଯାଇ ସୁସ୍ଥତା କଲେ !୩୮ ବର୍ଷ କାଳ ପଡିରହିଥିବା ରୋଗୀକୁ ସୁସ୍ଥତା କଲେ !ଚାଲିନ ପାରି ରହିଥିବା ସ୍ତ୍ରୀଙ୍କୁ, ଅନ୍ଧକୁ ତାଙ୍କ ହସ୍ତ ଦ୍ଵାରା ଅଦ୍ଭୁତ କଲେ !ବିଶ୍ୱାସରେ ସୈନ୍ୟାଦିପତିଙ୍କ ଦାସଙ୍କୁ ଆରୋଗ୍ୟ କଲେ !ଆଉ ମୃତ୍ୟୁ ବରଣ କରି ଚାରି ଦିନ ହୋଇଥିବା ଲାଜାରଙ୍କୁ ମୃତ୍ୟୁରୁ ଉଠାଇଲେ !

 

ପ୍ରିୟ ବନ୍ଧୁଗଣ, ଆମ ଜୀବନରେ ଯେକୌଣସି ଦୁର୍ବଳ, ଅସୁସ୍ଥତା, ଯେକୌଣସି ମନ୍ଦତା ସବୁକିଛି ହୋଇଗଲା, ଏପରି ପରିସ୍ଥିତି ଆସିବା ବେଳେ, ତାହାଙ୍କ ଠାରୁ ବିମୋଚନ ସେହିଁ ପରିସ୍ଥିତିରେ ଦେଇ ପାରନ୍ତି !ଆମ ପ୍ରଭୁ ଯେ ସମୁଦ୍ରରେ ପଥ ଓ ମହାଜଳରାଶିରେ ମାର୍ଗ କରନ୍ତି (ଯିଶାଇୟ:-୪୩:୧୬ )ରେ ବାଇବଲ କହୁଛି !ତେଣୁକରି ତୁମ୍ଭ ବିଶ୍ୱାସକୁ ପୋତା ହୋଇ ଯାଇଥିଲେ ମଧ୍ୟ, ତାହାକୁ ପୁନର୍ବାର କାଢନ୍ତୁ !ବିଶ୍ୱାସରେ ତାହାଙ୍କ ଠାରେ ପ୍ରାର୍ଥନା କରନ୍ତୁ !ସେ ଖୋଜିଖୋଜି ଆସି ବୁଝିବେ !ହାଲ୍ଲେଲୁୟା !

- ଶ୍ରୀମତୀ ବିହୁଲା

 

ପ୍ରାର୍ଥନା ଅନୁରୋଧ :-

ଆମର ଫିଲଡ଼ରେ ତିରିଶି ଦିନରେ ତିତିଶିଟି ଗୃହରେ ପ୍ରାର୍ଥନା ସଭା ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet