Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-10-2023
Share:

By Village Missionary Movement

Tuesday, 31-Oct-2023

ଆଜିର ବାକ୍ୟ (Oriya) 31-10-2023

 

ଉତ୍ତମ ଦୌଡ

 

“ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି !” - ୨ ୟ ତୀମଥି ୪:୭

 

ଭାରତ ଦେଶର ସର୍ବପ୍ରଥମ ଦୌଡ ଖେଳାଳି ମାନ କୌର ନାମକ ସ୍ତ୍ରୀ ତାର ୧0୩ ବର୍ଷରେ ପୋଲାଣ୍ଡ ଦେଶରେ ୨0୧୧ ମସିହାରେ ହୋଇଥିବା ପୃଥିବୀ ମାଷ୍ଟେର ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ !ଆଶ୍ଚର୍ଯ୍ୟ ଭାବେ ବର୍ଚ୍ଛା ଫିଙ୍ଗିବା, ଗୋଳାକାର ଲୁହା ଫିଙ୍ଗିବା ,୬0ମିଟର ଦୌଡ ପ୍ରତିଯୋଗିତା, ୨00ମିଟର ଦୌଡ ପ୍ରତିଯୋଗିତା ଏପରି ଚାରୋଟି ଖେଳରେ ମାନ କୌର ସ୍ବର୍ଣ୍ଣ ପଦକ ହାସଲ କଲେ !ସେଥିରେ ଆଶ୍ଚର୍ଯ୍ୟ ଅଟେ ୨0୧୭ ମସିହାରେ ହୋଇଥିବା ଦୌଡ ଠାରୁ ଇଏ ବହୁତ ଗତିରେ ଦୌଡିଲା !କୌର ତିନୋଟି ପିଢ଼ିର ସନ୍ତାନକୁ ଦେଖୁଥିଲା !ଦୁଇ ହଜାର ଶତାବ୍ଦୀ ଉତ୍ତମ ଭାବେ ସମାପ୍ତ କଲା !

 

ପ୍ରେରିତ ପାଉଲ ତାହାଙ୍କ ଶିଷ୍ୟ ତୀମଥିଙ୍କୁ ତାହାର ଜୀବନର ଶେଷ ଦିନରେ ଘଟିଥିବା ଘଟଣାକୁ ଲେଖୁଛନ୍ତି !କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ ! ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି !(ତୀମଥି:-୪:୬-୭ ) !ଏପରି ପାଉଲ ତାହାଙ୍କ ଆଶ୍ଚର୍ଯ୍ୟର କାର୍ଯ୍ୟ ଗୁଡିକ ତାହାର ଶିଷ୍ୟ ହୋଇଥିବା ତୀମଥିଙ୍କୁ ବର୍ଣ୍ଣନା କରି କହୁଛନ୍ତି !

 

ପ୍ରିୟ ବନ୍ଧୁଗଣ, ଆମେ ଆମର ଜୀବନରେ ପ୍ରଭୁଙ୍କର ନିମନ୍ତେ କରିଥିବା କାର୍ଯ୍ୟ ଗୁଡିକ କ'ଣ ? ମୋର ବୟସ ହୋଇଗଲା, ମୁଁ କିଛି କରି ପାରିବି ନାହିଁ ବୋଲି ଆମେ ଖସି ଯାଉଛୁ କି ? ରହିଥିବା ସ୍ଥାନରେ ଆମକୁ ସାକ୍ଷୀ ଭାବେ, ଆଲୋକିତ ରୂପେ ରହୁଥିବା ପ୍ରଭୁଙ୍କର ନିମନ୍ତେ ପ୍ରକାଶିତ ହେବାକୁ ଆଶା କରୁଛୁ କି ? ପାଉଲଙ୍କ ଦୁର୍ବଳତା ସମୟରେ ମଧ୍ୟ, ମୋ ବଳ ତୁମକୁ ଯଥେଷ୍ଟ, ତୁମ ଦୁର୍ବଳ ସମୟରେ ମୋର ଶକ୍ତି ତୁମକୁ ସମ୍ପୂର୍ଣ୍ଣ ରୂପେ ଅନୁଗ୍ରହ ପ୍ରଦାନ କରାଯାଏ ବୋଲି ଉତ୍ସାହ ଯୀଶୁଖ୍ରୀଷ୍ଟଙ୍କ ସଦୃଶ୍ୟ, ଯୀଶୁଖ୍ରୀଷ୍ଟଙ୍କ ସହିତ ରହି, ଆମେ ଆମର ଦୌଡକୁ ଆଗକୁ ବଢ଼ାଇବା !ତେଣୁକରି ଆମର ଦୌଡ଼କୁ ଉତ୍ତମ ରୂପେ ଶେଷ କରିବାକୁ ବୟସ କିଛି ହିଁ ବାଧକ ସାଜେ ନାହିଁ !ତେଣୁକରି ଭାବନାର ମିଛକୁ ଫିଙ୍ଗିଦେବା !ଦୁର୍ବଳତା ,ତାଡନା, ବୟସ ଇଶ୍ୱରଙ୍କ ନିମନ୍ତେ ବଞ୍ଚିବାକୁ କିଛିହିଁ ବାଧକ ନୁହେଁ, ଏହାକୁ ଜାଣିପାରି, ଆଗକୁ ଧୌର୍ଯ୍ୟର ସହିତ ଦୌଡିବା, ଇଶ୍ୱରଙ୍କ ସାହାଯ୍ୟରେ ଉତ୍ତମ ରୂପେ ଆମ ଦୌଡକୁ ସମାପ୍ତ କରିବା !ଇଶ୍ୱର ଆମର ସହବର୍ତ୍ତୀ ହୁଅନ୍ତୁ !

- ଶ୍ରୀମତୀ ଜ୍ଞାନା ସେଲଭାମ ସେଲଭା ରାଜ

 

ପ୍ରାର୍ଥନା ଅନୁରୋଧ :-

ତାମିଲନାଡୁରେ ସମସ୍ତ ଫିଲଡରେ ଉଜ୍ଜୀବିତ ପ୍ରାର୍ଥନା ଗୃହ ନିର୍ମାଣ କରିବାକୁ ଆବଶ୍ୟକ ଜମି ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet