Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-11-2023
Share:

By Village Missionary Movement

Friday, 03-Nov-2023

ଆଜିର ବାକ୍ୟ (Oriya) 03-11-2023

 

ବିଶ୍ୱାସ କରି ଦିଆଯାଇଥିବା ଦାଇତ୍ୱ

 

“ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।“ – ମାଥିଉ ୧୬:୨୭

 

ବିଚିତ୍ରମୟ ଏକ ପୁରାତନ କାହାଣୀ ଅଟେ !ପରମେଶ୍ୱର ଏହି ପୃଥିବୀକୁ ସୃଷ୍ଟି କଲାବେଳେ, ସମସ୍ତ ସୃଷ୍ଟିକୁ ପରାମର୍ଶ କରିବାକୁ ଗୋଟିଏ ଗୋଟିଏ ଦୂତମାନଙ୍କୁ ନିଯୁକ୍ତି କଲେ !ମଣିଷ ମାନଙ୍କୁ, ସମୁଦ୍ରର ଜୀବମାନଙ୍କୁ, ବନ୍ୟଜନ୍ତୁମାନଙ୍କୁ, ଦେଶର ଜନ୍ତୁଙ୍କୁ, ଗଛଗୁଡିକୁ, ଚିରସବୁଜ ଘାସଗୁଡିକୁ ଏପରି ପ୍ରତ୍ୟେକକୁ ଦୂତଙ୍କୁ ନିଯୁକ୍ତି କଲେ !ଘାସକୁ ନିଯୁକ୍ତି କରିଥିବା ଦୂତ ଆଲୋଚନା କଲା କି ମୁଁ କ'ଣ ଏହି ଛୋଟ ଘାସକୁ ଦେଖିବା ଉଚିତ କି ? ଏହା ବୋଲି ତାହାକୁ ତଦାରଖ ନକରି ଛାଡିଦେଲା !ଅରଣ୍ୟର ସବୁଜ ଘାସ ଶୁଖିଗଲା !ଘାସ ନଥାଇ ଗାଇ, ଛେଳି, ଅରଣ୍ୟରେ ବାସ କରୁଥିବା ହରିଣ ଗୁଡିକ ଭୋକରେ ଛଟପଟ ହେଲେ !ପରମେଶ୍ୱର ସେହି ଦୂତଙ୍କୁ କହିଲେ , ତୁମକୁ ଦିଆଯାଇଥିବା କାର୍ଯ୍ୟକୁ ଅବହେଳିତ କଲ !ଏବେ ତୁମ କାର୍ଯ୍ୟର ଉପକାର ଜାଣିଲ କି ?

 

ତଦ୍ରୁପ ଆଜି ଅନେକେ ସେମାନଙ୍କୁ ଦିଆଯାଇଥିବା କାମଟି ଛୋଟବଡ଼, ଅଳ୍ପକେ, ଶ୍ରେଷ୍ଠ ଅଟେ ବୋଲି ଭାବନା କରି ଅବହେଳା କରୁଛନ୍ତି !ପ୍ରଥମଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଅନ୍ୟଟି ଗୁରୁତ୍ୱ ବିହୀନ କାର୍ଯ୍ୟ ବୋଲି ଭାବନା କରୁଛନ୍ତି !ତୁମକୁ ଏହି ଦାଇତ୍ୱର କାର୍ଯ୍ୟ ମଣିଷ ଦେଇ ଥାଇପାରନ୍ତି !କିନ୍ତୁ କାମଟି କରିବାକୁ ଅନେକେ ଥିବାବେଳେ ତୁମକୁ ହିଁ ଦେବାର ଚିନ୍ତାଟି ଇଶ୍ୱର ହିଁ ସେହି ମଣିଷ ଦ୍ଵାରା ତୁମକୁ ସମର୍ପିତ କଲେ !ଇଶ୍ୱରଙ୍କ ବିନା ଅନୁମତିରେ ତୁମକୁ କିଛିହିଁ ଦିଆଯିବ ନାହିଁ !ତୁମକୁ ବିଶ୍ୱାସ କରି ପ୍ରଭୁ ଦେଇଥିବା ଦାଇତ୍ୱକୁ ତୁମେ କିପରି ସଫଳ କରୁଛ ? ସେ ବିଶ୍ୱାସ କରି ଦେଇଥିବା ଦାଇତ୍ୱକୁ ଜାଗ୍ରତରେ ସମ୍ପୂର୍ଣ୍ଣ କରି ଶେଷ କଲେ, ତାହାର ପରିଣାମର ଫଳ ଆମେ ପାଇବା ! ବାର ହଲ ବଳଦ ସହ ଚାଷ କରିଥିବା ଇଲୀଶାୟ (ପ୍ରଥମ ରାଜାବଳି:-୧୯:୧୯) ଏତେ ଧନୀ ବ୍ୟକ୍ତି ଅଟେ !ହେଲେସୁଧା ପରିଚର୍ଯ୍ୟା କରିବାକୁ ଏଲୀୟଙ୍କ ହସ୍ତରେ ପାଣି ପକାଇ ସାହାଯ୍ୟ କରୁଛନ୍ତି !ଏଲୀୟଙ୍କ ହସ୍ତରେ ଜଳ ଢ଼ାଳିବା କାର୍ଯ୍ୟକୁ ଅତି ଯତ୍ନରେ କରୁଛି !ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ। ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ (ହିତୋପଦେଶ:-୨୨:୨୯ ) କହନ୍ତି !

 

ପ୍ରିୟ ବନ୍ଧୁଗଣ, ତୁମକୁ ଦିଆଯାଇଥିବା ଦାଇତ୍ୱ ଏବଂ କାର୍ଯ୍ୟ, ତାପରେ ସ୍ବର୍ଗରାଜ୍ୟର ଆଶୀର୍ବାଦ ଗୁଡିକ ଲୁଚିକି ଅଛି !କାହିଁକିନା ଏହି ଦାଇତ୍ୱ, କାର୍ଯ୍ୟ ତୁମକୁ ସ୍ବର୍ଗୀୟ ଇଶ୍ୱରଙ୍କ ହସ୍ତରେ ହିଁ ଅନୁଗ୍ରହ କରାଯାଇଛି, ଏହାକୁ ବୁଲନ୍ତୁ ନାହିଁ !ତୁମର ମାଲିକ 'ଖ୍ରୀଷ୍ଟ' !ଜାଗତିକ କୁଳିକାମକୁ ଦେଖି , ମଣିଷକୁ ଦେଖି, ସ୍ବର୍ଗୀୟ ଆଶୀର୍ବାଦରୁ ଦୂରେଇ ହୁଅ ନାହିଁ !ଯେଉଁଠି ଥିଲେବି, ଯାହା କଲେବି ଜାଗ୍ରତରେ କରି ସ୍ବର୍ଗୀୟ ଆଶୀର୍ବାଦ ପାଆନ୍ତୁ !ତୁମେ ଆଶୀର୍ବାଦ ଖୋଜିବା ଆବଶ୍ୟକ ନାହିଁ !ତାହା ତୁମକୁ ଅନୁସରଣ କରିବ !

- ଶ୍ରୀମତୀ ଧାୱମାଣି ଭାଇରାୱେଲ

 

ପ୍ରାର୍ଥନା ଅନୁରୋଧ :-

ସୁସମାଚାର କ୍ୟାମ୍ପ ନିମନ୍ତେ ଆବଶ୍ୟକ ଆର୍ଥିକ ସାହାଯ୍ୟ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet