Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-11-2023
Share:

By Village Missionary Movement

Wednesday, 08-Nov-2023

ଆଜିର ବାକ୍ୟ (Oriya) 08-11-2023

 

ଘୃଣା

 

“କୁଟିଳମନା ଲୋକେ ସଦାପ୍ରଭୁଙ୍କର ଘୃଣାପାତ୍ର, ମାତ୍ର ସରଳାଚାରୀମାନେ ତାହାଙ୍କର ତୁଷ୍ଟିକର !” – ହିତୋପଦେଶ ୧୧:୨0

 

ବାଇବଲରେ ଅନେକ ଜିନିଷ ଅଛି ଯାହା “ପ୍ରଭୁଙ୍କ ପାଇଁ ଘୃଣ୍ୟ” ! ଆସନ୍ତୁ ସେମାନଙ୍କ ମଧ୍ୟରୁ କିଛି ଉପରେ ଧ୍ୟାନ କରିବା ଏବଂ ନିଜକୁ ପରୀକ୍ଷା କରିବା ! ସଦାପ୍ରଭୁଙ୍କ ପାଇଁ ଘୃଣ୍ୟ ଜିନିଷ !

 

୧.ମିଥ୍ୟା ମାପକାଠି:- "ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ ! ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର" (ହିତୋପଦେଶ:-୧୧ :୧) ଏହି ପଦଟି ସାଧାରଣତ ବ୍ୟବସାୟୀମାନେ ମାପ ପରିଚାଳନା କରୁଥିବା ଅନୁସରଣ କରନ୍ତି ! ଯଦି ଭୂଲ ମାପ କରନ୍ତି, ତେବେ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତି ନାହିଁ !ଆମର ହସ୍ତର କାର୍ଯ୍ୟ ଆଶୀର୍ବାଦ ହେବାକୁ ହେଲେ, ଆମେ ସବୁ କାର୍ଯ୍ୟରେ ସଚୋଟ ରହିବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ !କାହିଁକିନା ସଚୋଟ ମଣିଷ ପରିପୂର୍ଣ୍ଣ ଆଶୀର୍ବାଦ ପାଇବ !

 

୨.କୁଟିଳମନା ହୃଦୟ :-"କୁଟିଳମନା ଲୋକେ ସଦାପ୍ରଭୁଙ୍କର ଘୃଣାପାତ୍ର" (ହିତୋପଦେଶ:-୧୧:୨0)ପ୍ରଭୁଙ୍କର ଇଚ୍ଛାବିହୀନ ଜୀବନ ବଞ୍ଚିବା ବ୍ୟକ୍ତି ଅର୍ଥାତ ସତ୍ୟର ବିରୁଦ୍ଧରେ କାର୍ଯ୍ୟ କରୁଥିବା ଲୋକେ ସଦାପ୍ରଭୁଙ୍କର ଘୃଣ୍ୟ ଅଟନ୍ତି !ସତ୍ୟବାନକୁ ଦୋଷୀ ଭାବେ ଦୋଷୀଙ୍କୁ ସତ୍ୟବାଦୀ ରୂପେ ନ୍ୟାୟ ବିଚାରକାରୀଙ୍କୁ ସଦାପ୍ରଭୁ ଘୃଣା କରନ୍ତି !ଲାଞ୍ଚ ନେଇ ସତ୍ୟକୁ ତିରସ୍କାର କରିବା ଲୋକଙ୍କୁ କେବଳ ଘୃଣ୍ୟ ଭାବେ ନୁହେଁ ସେମାନଙ୍କୁ ଦଣ୍ଡ ଦେବାକୁ ସେ ପ୍ରସ୍ତୁତ ହେଉଛନ୍ତି !ଆମେ ଏପରି ଘୃଣାର କାର୍ଯ୍ୟ ନକରି ଜାଗ୍ରତ ହେବା !

 

୩ .ମିଥ୍ୟା ଓଠ:-"ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ " (ହିତୋପଦେଶ:- ୧୨:୨୨) ବହୁତ ଲୋକ ଅଛନ୍ତି ଯେଉଁମାନେ ଭଲ ଭାବରେ ମିଛ କୁହନ୍ତି ! ସେମାନେ ଅନୁଭବ କରନ୍ତି ନାହିଁ ଯେ ଏହା ଭୁଲ ଏବଂ ଇଶ୍ବରଙ୍କ ବିରୁଦ୍ଧରେ ! ପବିତ୍ର ବାଇବଲ ଚେତାବନୀ ଦେଇଛି ଯେ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ସମୁଦ୍ରରେ ଅଂଶଗ୍ରହଣ କରିବେ ଯାହା ଦ୍ୱିତୀୟ ମୃତ୍ୟୁ ଅଟେ ! କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ (ପ୍ରକାଶିତ ବାକ୍ୟ:- ୨୧:୨୭ ) !

 

୪.ଦୁଷ୍ଟମାନଙ୍କର ପଥ ଏବଂ ବଳିଦାନ:- ଦୁଷ୍ଟମାନଙ୍କର ମାର୍ଗ ଏବଂ ବଳିଦାନ ଏବଂ ସେମାନଙ୍କର ସ୍ମୃତି ଯିହୋବାଙ୍କ ପାଇଁ ଘୃଣାର ବିଷୟ ଅଟେ !ଯେଉଁମାନେ ସତ୍ୟକୁ ଅନୁସରଣ କରନ୍ତି, ତାହାଙ୍କୁ ସେ ପ୍ରେମ କରନ୍ତି ! ସତ୍ୟ ଲୋକଙ୍କ ପ୍ରାର୍ଥନା ସେ ଶୁଣି,ସେଥିପ୍ରତି ଇଚ୍ଛା ହୁଅନ୍ତି !

 

ଶେଷରେ ଗର୍ବିତମାନଙ୍କୁ ଜିହୋବାଙ୍କ ଘୃଣ୍ୟ ଅଟେ !ତେଣୁକରି ଦୀନତ୍ଵକୁ ଧାରଣ କରି ପ୍ରଭୁଙ୍କର ଘୃଣାଯୋଗ୍ୟ କାର୍ଯ୍ୟକୁ ଫିଙ୍ଗି ଦେଇ, ପ୍ରଭୁଙ୍କର ପ୍ରିୟ ରୂପେ ଜୀବନଯାପନ କରିଲେ, ସଦାପ୍ରଭୁଙ୍କୁ ଆମେ ନିଜର କରିପାରିବା !

- ଶ୍ରୀମତୀ ଭୁବନା ଧାନାବାଲାନ

 

ପ୍ରାର୍ଥନା ଅନୁରୋଧ :-

ଆମେନ୍ ଗ୍ରାମୀଣ ଦୂରଦର୍ଶନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ସେବକଗଣ ଏବଂ ମିଳିମିଶି କାର୍ଯ୍ୟ କରୁଥିବା ମିଶିନାରୀ ମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet