Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-11-2023 (Kids Special)
Share:

By Village Missionary Movement

Saturday, 11-Nov-2023

ଆଜିର ବାକ୍ୟ (Oriya) 12-11-2023 (Kids Special)

 

ଲହୁଣୀ ଓ ରୁଟି

 

“ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କାଠପଟା ଅଛି, ତାହା ଭାବି ଦେଖୁ ନାହଁ ?” - ଲୁକ ୬:୪୧

 

ମା,ମା,ମୁଁ ବହୁତ ଭୋକିଲା; "ମୁଁ କିଛି ରୁଟି ଏବଂ ଲହୁଣୀ ପାଇ ପାରିବି କି ?" ଅଗ୍ନେସ ସ୍କୁଲରୁ ଘରକୁ ଆସିବା ପରେ ମାଗିଥିଲେ ! ମା ତୁରନ୍ତ ଏପରି କରିଥିଲେ ! ଆଗ୍ନେସ୍ ତାହାକୁ ଉତ୍ତମ ରୂପେ ଖାଇ ସାରି ପରେ ତାଙ୍କ ମା'ଙ୍କୁ ଗାଲରେ ଏକ ଚୁମ୍ବନ ଦେଇ, ଖେଳିବାକୁ ଯାଇଥିଲେ ! କଣ ପିଲାମାନେ,ଲହୁଣୀ ସହିତ ରୁଟିକୁ ତୁମେ ମଧ୍ୟ ଭଲ ପାଅତ ! ଠିକ୍ଅଛି,କାହାଣୀ ଶୁଣିବା କି ?

 

ଆଗ୍ନେସଙ୍କ ମା ପ୍ରତିଦିନ ରୁଟି ଓ ଲହୁଣୀ କିଣୁଥିବା ରୁଟି ଦୋକାନକୁ ଯାଇ ସେଠାରେ ପଚାରିଥିଲେ, କାହିଁକି ସବୁବେଳେ ତୁମ ଦୋକାନରୁ କିଣୁଥିବା ଲହୁଣୀ କମ୍ ପରିମାଣରେ ଅଛି ? ଅନେକ ଲୋକ ଯେଉଁମାନେ ସେହି ଦୋକାନରେ ସପିଂ କରନ୍ତି, ସେମାନେ ମଧ୍ୟ ପଚାରିଲେ !ସଙ୍ଗେସଙ୍ଗେ ସେହି ଦୋକାନକୁ ପ୍ରତିଦିନ ଆଣୁଥିବା ଲହୁଣୀ ବ୍ୟକ୍ତିଙ୍କ ପ୍ରତି ସନ୍ଧେହ ହେଲା !ପରଦିନ ଲହୁଣୀ ଆଣିଥିବା ବ୍ୟକ୍ତିଙ୍କ ସହ ଝଗଡା କରି କହିଲା, "କାହିଁକି ତୁମେ ମୋତେ ଏତେ ଦିନ ପର୍ଯ୍ୟନ୍ତ ପ୍ରତାରଣା କରିଛ, ତୁମେ ଲହୁଣୀର ପରିମାଣ ହ୍ରାସ କରି ଏକ ପ୍ୟାକେଟରେ ମୋ ପାଖକୁ ଆଣିଦେଉଛ !" ସେ ସଙ୍ଗେ ସଙ୍ଗେ ଧୌର୍ଯ୍ୟପୂର୍ବକ କହିଲେ, “ନା, ମୁଁ ଏହାକୁ ସଠିକ୍ ଓଜନ କରି ଆଣୁଛି !” ସଙ୍ଗେ ସଙ୍ଗେ ଗାଁର ଲୋକମାନେ ଏହି ଦୋକାନୀକୁ ସମର୍ଥନ କଲେ ଏବଂ ଲହୁଣୀ ବିକ୍ରେତାଙ୍କୁ ଗାଳି ଦେଲେ ଏବଂ ଶେଷରେ ସମସ୍ୟାକୁ ଗାଁ ନେତାଙ୍କ ନିକଟକୁ ନେଇଗଲେ ! ଗାଁ ମୁଖିଆ ମଧ୍ୟ ଅଟକି ଯାଇ ଓଜନ ଦେଖିଲେ ଯେ ୧/୪ କିଲୋଗ୍ରାମ ପ୍ୟାକେଟରେ ୫0 ଗ୍ରାମରୁ କମ୍ ଅଛି ! ସଙ୍ଗେ ସଙ୍ଗେ ଗାଁ ମୁଖିଆ ରାଗିଯାଇ ତାଙ୍କୁ କ୍ରୋଧିତ କରି ଗାଳିଦେଇ କହିଲା, “କାହିଁକି ତୁମେ ଆମେ ସମସ୍ତଙ୍କୁ ଠକୁଛ ?ଆଜିଠାରୁ ଏହି ଗାଁ ଆଡକୁ ଆସ ନାହିଁ !ସଙ୍ଗେସଙ୍ଗେ ସେହି ଲହୁଣୀ ବ୍ୟବସାୟୀ କହିଲା, ବାପା ମୋତେ କ୍ଷମା କର !ମୋର ନିକିତିରେ ୧/୪ କିଲୋଗ୍ରାମ ବଟକରା ନାହିଁ !ଏହି ରୋଟି ଦୋକାନରେ କ୍ରୟ କରିଥିବା ୧/୪ ରୋଟି ପ୍ୟାକେଟକୁ ହିଁ ମୁଁ ୧/୪ ବଟକରା ରୂପେ ବ୍ୟବହାର କରି ଏହି ଲହୁଣୀ ପ୍ୟାକେଟ ଓଜନ କରୁଛି କହି, ନିକିତିର ଗୋଟିଏ ପଟେ ରୋଟି ପ୍ୟାକେଟକୁ ଓ ଆରପଟେ ଲହୁଣୀ ପ୍ୟାକେଟକୁ ରଖି ଓଜନ କଲା !ଦୁଇଟି ସମାନ ଥିଲା !ତେବେ ସମସ୍ତେ ସେହି ରୋଟି ଦୋକାନୀକୁ ଦେଖି କହିଲେ, ତୁମେ କମ୍ ପରିମାଣର ଓଜନ ବିକ୍ରୟ କରି ଅନ୍ୟକୁ ଦୋଷାରୋପ କରୁଛ କି ? ଏପରି କହି ତାହାଙ୍କୁ ଗାଳିଗୁଲଜ କରି ସମସ୍ତେ ଚାଲିଗଲେ !ଇଏ ମଧ୍ୟ ଲଜ୍ୟାରେ ମୁଣ୍ଡ ନୁଆଁଇ ଘରକୁ ଚାଲିଗଲା !

 

ଭାଇ ଓ ଭଉଣୀ ଦେଖିଲ କି ? ସେ ନିଜ ଭୁଲକୁ ଲୁଚାଇ ଦୋଷକୁ ପରବର୍ତ୍ତୀ ବ୍ୟକ୍ତିଙ୍କ ନିକଟରେ ଦୋଷାରୋପ କରି କିପରି ସମସ୍ତଙ୍କ ସାମ୍ମାରେ ଲଜ୍ଜିତ ହେଲା ! ସେହିଭଳି, ଆପଣ ଅନ୍ୟମାନଙ୍କୁ ଦୋଷ ଦେବା ଉଚିତ୍ ନୁହେଁ ! ନିଜକୁ ସୁସ୍ଥ କରିବା ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ ! ଠିକ ଅଛି,ବିଦାୟ !

- ଶ୍ରୀମତୀ ସାରାଲ ସୁଭାଷ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet