Village Missionary Movement         கிராம மிஷனரி இயக்கம்

ଆଜିରବାକ୍ୟ (Oriya) 01-12-202
Share:

By Village Missionary Movement

Friday, 01-Dec-2023

ଆଜିର ବାକ୍ୟ (Oriya) 01-12-2023

 

କାହାଣୀ ପ୍ରସ୍ତୁତ

 

“ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବକ୍ତା କରି ନିଯୁକ୍ତ କରିଅଛୁ।“ – ଯିରିମୀୟ ୧:୫

 

ଏକ ଚଳଚିତ୍ର ନିର୍ମାଣ କରିବାକୁ ସର୍ବପ୍ରଥମେ ନିର୍ଦ୍ଦେଶକ ପ୍ରସ୍ତୁତ କରିବା ହେଉଛି କାହାଣୀ !ତାପରେ ହିଁ ହିରୋ, ମ୍ୟୁଜିକ, ଗୀତିକାର ଏପରି ସମସ୍ତଙ୍କୁ ପସନ୍ଦ କରିବାକୁ ଆଲୋଚନା କରନ୍ତି ! ତଦ୍ରୁପ ଆମର ସୃଷ୍ଟିକର୍ତ୍ତା ନିର୍ଦ୍ଦେଶକ ପରମେଶ୍ୱର, ଆମେ ମାଆଙ୍କ ଉଦର ମଧ୍ୟରେ ଗଢିବା ପୂର୍ବରୁ ହିଁ ଆମ ଜୀବନକୁ ସମ୍ପୂର୍ଣ୍ଣ ଯୋଜନା ସିଦ୍ଧ କରିଛନ୍ତି !ଦେଖନ୍ତୁ,କେତେ ବଡ଼ ଆଶ୍ଚର୍ଯ୍ୟ ଅଟେ କି ?ହଁ ତୁମକୁ ମାତାଙ୍କ ଉଦରରେ ଗଢିବା ପୂର୍ବରୁ ହିଁ ମୁଁ ଜାଣିଛି କହନ୍ତି ଏବଂ ଆମ ଅଙ୍ଗପ୍ରତ୍ୟଙ୍ଗ ସୃଷ୍ଟି ହେଉଥିବା ଦିନରେ ସେ ଗଣନା କରିଛନ୍ତି !

 

ଆମ ଜୀବନରେ ଆମେ ମୁକାବିଲା କରୁଥିବା କାର୍ଯ୍ୟ ଗୁଡିକ ଯାହାହେଉନା ତରବରରେ ଅବା ହଠାତରେ ହୋଇନାହିଁ !ସବୁକିଛି ପରମେଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଛି !ଆମର ଗୃହ, ପିତାମାତା, ଭାଇଭଉଣୀ ସମସ୍ତଙ୍କୁ ତାହାଙ୍କ ଯୋଜନା ଅନୁସାରେ ହିଁ ଆମକୁ ଦେଇଛନ୍ତି !ସବୁକୁ ସବୁକିଛିରେ ପୂରଣ କରିବା ପ୍ରଭୁ ହିଁ ଆମ ପ୍ରଭୁ ଅଟନ୍ତି !କାହିଁକିନା ତିଳେହେଲେ ସେ ଆଶା କରନ୍ତି ନାହିଁ !ସବୁକୁ ସେହି କାଳରେ ସଠିକ ରୂପେ କରିଥିବା ଇଶ୍ୱର !ଆମ ଜୀବନରେ ସବୁ କାର୍ଯ୍ୟକୁ ମହାନ ଯୋଜନା ଦେଇ ଆମକୁ ପଠାଇଛନ୍ତି !ଆମର କାଳ ତାହାଙ୍କ ହସ୍ତରେ ଅଛି !ତେଣୁକରି ମାର୍ଗ ଭୁଲିଯିବାର ଅବକାଶ ନାହିଁ !କାହିଁକି, ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ଯୋଜନା ଅନୁସାରେ ଆସିଲେ !ତାହାଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ, ଇଶ୍ୱରଙ୍କ ବାକ୍ୟ ସଫଳ ହେଲା !ଆମେ ଦେଖୁ, ପବିତ୍ର ଆତ୍ମା ଦ୍ଵାରା କୁମାରୀ ଗର୍ଭରେ ବେଥେଲେହିମରେ ଜନ୍ମ ଗ୍ରହଣ କରିବା, ଦୁଇ ବର୍ଷରୁ ନିମ୍ନ ପୁତ୍ର ସନ୍ତାନମାନଙ୍କୁ ହତ୍ୟା କରିବା, ନାଜେରିତକୁ ଯିବା, ବାପ୍ତିସ୍ମ ନେବା, ଏପରି ସବୁକିଛି ପିତାଇଶ୍ୱରଙ୍କ ପ୍ରବଚନ ଦ୍ଵାରା, ପୂର୍ବରୁ ପ୍ରସ୍ତୁତ କରିଥିବା ସଫଳ କଲେ !ସେଥିପାଇଁ ଯୀଶୁଖ୍ରୀଷ୍ଟ, ପିତାଙ୍କ ସହିତ ଉତ୍ତମ ସମ୍ପର୍କ ରଖି, ପ୍ରତ୍ୟେକ ଦିନ ତାହାଙ୍କ ଯୋଜନା ଗ୍ରହଣ କରି, ତଦ୍ରୁପ କଲେ !କାହିଁକି, କୃଶରେ ଝୁଲିଲା ବେଳେ ମଧ୍ୟ ପ୍ରଭୁଙ୍କର ବାକ୍ୟ ସଫଳ ହେଲା ସଦୃଶ୍ୟ ଶୋଷ ଲାଗୁଛି କହିଲେ !

 

ପ୍ରିୟ ପାଠକ ବନ୍ଧୁ, କାହିଁକି ଜନ୍ମ ହେଲି, କାହିଁକି ବଞ୍ଚୁଛି ବୋଲି ଆଲୋଚନା କରୁଛ କି ? ତୁମର ଜନ୍ମ ଏକ ମହାନ ଉଦ୍ଦେଶ୍ୟ ଅଟେ !ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଯୀଶୁଙ୍କୁ ତାହାଙ୍କ କାହାଣୀକୁ ତୁମ୍ଭ ଜୀବନରେ ସଫଳ କରିବାକୁ ସେ ସିଦ୍ଧ ହୋଇଅଛନ୍ତି !ତୁମ୍ଭେ ମଧ୍ୟ ପ୍ରଭୁଙ୍କର ଇଚ୍ଛା ସଫଳ କରିବାକୁ, ତାହାଙ୍କ ସହିତ ଗମନ କଲେ, ନିଶ୍ଚିତ ସେ ତୁମକୁ କଢାଇବେ !ଇଶ୍ୱର କେବଳ ଆମକୁ ହିଁ ବିଶେଷ କରି ସୃଷ୍ଟି କରିଥିବା କାରଣ, ଆମକୁ ସ୍ୱତନ୍ତ୍ର କରିଛନ୍ତି !ତୁମ୍ଭେ ସାଧାରଣ ନୁହଁ !ତାହାଙ୍କ ଯୋଜନାରେ ରହିଥିବା,ତୁମ୍ଭେ ଶ୍ରେଷ୍ଠ ଅଟ ଏହାକୁ କେବେବି ଭୁଲନ୍ତୁ ନାହିଁ !

- ଶ୍ରୀଯୁକ୍ତ ଡେଭିଡ ଗାଣେଶାନ୍

 

ପ୍ରାର୍ଥନା ଅନୁରୋଧ :-

ଏହି ଡିସେମ୍ବର ମାସରେ ହେବାକୁ ଥିବା ସେଵାକାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet