By Village Missionary Movement
Saturday, 30-Dec-2023ଆଜିର ବାକ୍ୟ (Oriya) 30-12-2023
କୃତଜ୍ଞତାର ହୃଦୟ
“ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ !” - କଲସୀୟ ୩ ୧୫
ଭିଏତନାମରେ ହୋଇଥିବା ଯୁଦ୍ଧରେ ଜଣେ ସେନା କମାଣ୍ଡର ତାଙ୍କ ଅଧୀନରେ କାମ କରୁଥିବା ଜଣେ ଯୁଦ୍ଧ ଭେଟେରାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ! ତାଙ୍କ ପିତାମାତାଙ୍କୁ ଏହା ବିଷୟରେ ଅବଗତ କରାଯାଇଥିଲା ଏବଂ ସେମାନେ ତାଙ୍କ ସମ୍ମାନାର୍ଥେ ଏକ ସମାବେଶର ଆୟୋଜନ କରିଥିଲେ ! ଏହି ସମାବେଶରେ ଅନେକେ ନିମନ୍ତ୍ରଣ ହୋଇଥିଲେ ଏବଂ ଭେଟେରାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ! ସେ ବହୁତ ବିଳମ୍ବରେ ,ବହୁତ ମଦ୍ୟପାନ କରି ଆସି ଏବଂ ଖାଦ୍ୟକୁ ଅଶ୍ଳୀଳ ଭାବରେ ଖାଇଥିଲେ, ତାଙ୍କୁ ରକ୍ଷା କରିଥିବା ନେତାଙ୍କୁ ତାଙ୍କ ତରଫରୁ ଧନ୍ୟବାଦ ଅର୍ପଣ ମଧ୍ୟ କରିନଥିଲେ ! କେବଳ ସେତିକି ନୁହେଁ, ଭୋଜନ ସରିବା ପରେ ସେ ନିମନ୍ତ୍ରଣ କରିଥିବା ପରିବାରକୁ ଧନ୍ୟବାଦ ନ ଦେଇ ସେ ସ୍ଥାନ ଛାଡି ପଳାଇ ଥିଲେ ! ସେ ଚାଲିଯିବା ମାତ୍ରେ କମାଣ୍ଡରଙ୍କ ମା କାନ୍ଦି କାନ୍ଦି କହିଲା, "ମୋ ପୁଅ ଏହିପରି କୃତଜ୍ଞତା ବିହୀନ ବ୍ୟକ୍ତିଙ୍କ ପାଇଁ କି ଜୀବନ ଦେଇଛି "ବୋଲି ଚିତ୍କାର କରି କାନ୍ଧିଲା !
ସେହିଭଳି,ପବିତ୍ର ବାଇବଲରେ ମଧ୍ୟ କୃତଜ୍ଞତା ବିହୀନ ଲୋକମାନଙ୍କ ବିଷୟରେ ଲେଖାଯାଇଛି ! ଯେତେବେଳେ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ଏକ ଗାଁରେ ପ୍ରବେଶ କଲେ, ଦଶ ଜଣ କୁଷ୍ଠରୋଗୀ ତାଙ୍କ ବିପରୀତରୁ ଆସି କିଛି ଦୂରରେ ଠିଆ ହୋଇ ପାଟି କରି କହିଲେ, “ଆମ ଉପରେ ଦୟା କର”! ଯୀଶୁ ଦଶ ଜଣଙ୍କୁ ସୁସ୍ଥ କଲେ ! ସେମାନଙ୍କ ମଧ୍ୟରୁ କେବଳ ଜଣେ, ଯିଏ ନିଜକୁ ଆରୋଗ୍ୟ କରିବା ପାଇଁ ଯାଜକଙ୍କୁ ଦେଖାଇବାକୁ ଯାଇଥିଲେ, ସେ ଫେରି ଆସି ଯୀଶୁଙ୍କୁ ଧନ୍ୟବାଦ ଦେଲେ ! ଯୀଶୁ ପଚାରିଲେ “ଦଶ ଜଣ ସୁସ୍ଥ ହୋଇ ନାହାଁନ୍ତି କି ? ଅନ୍ୟ ନଅ ଜଣ କେଉଁଠାରେ ଅଛନ୍ତି ? ” ହଁ, ପ୍ରଭୁ ଆମଠାରୁ କୃତଜ୍ଞ ହୃଦୟ ଆଶା କରନ୍ତି !
ପ୍ରିୟ ବନ୍ଧୁଗଣ,ଆମ ମଧ୍ୟରୁ କେତେଜଣ କୃତଜ୍ଞ ହୃଦୟ ସହିତ ବର୍ଷର ଶେଷକୁ ଆସନ୍ତି ? ଏହି ବର୍ଷ ଆରମ୍ଭରେ ଆମ ସହିତ କେତେ ଲୋକ ଦୌଡ଼ିବା ଆରମ୍ଭ କଲେ, କିନ୍ତୁ ଆଜି ଅନେକ ଲୋକ ଜୀବିତ ନୁହଁନ୍ତି ! ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ଆମକୁ ଜୀବିତ ରଖିବା ପାଇଁ ଆପଣ ପ୍ରଭୁଙ୍କୁ ଧନ୍ୟବାଦ ଦେଇଛନ୍ତି କି ? ଆମେ ଛୁଟିଦିନ ପାଇଁ ଏକ ପାରିବାରିକ ଯାତ୍ରା କରିବାକୁ ଯୋଜନା କରୁଥାଉ କିନ୍ତୁ ଆମେ ଏକ ପରିବାର ଭାବରେ ବସି ତାଙ୍କୁ ଧନ୍ୟବାଦ ଦେବା ପାଇଁ ସମୟ ନେଉଛୁ କି ? ଆସନ୍ତୁ, ରାଜାମାନଙ୍କର ରାଜା ଯୀଶୁଙ୍କୁ ଧନ୍ୟବାଦ ଦେବା ଜାରି ରଖିବା ଯିଏ ଆମକୁ ଅନେକ ବିପଦ, ଦୁର୍ଘଟଣା, ଅଭାବ ଏବଂ ରୋଗରୁ ରକ୍ଷା କରିଛନ୍ତି ଏବଂ ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ଆମକୁ ସୁରକ୍ଷା ଦେଇଛନ୍ତି ! ଆଲେଲୁୟା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନା ଅନୁରୋଧ:-
ତାମିଲନାଡୁ ଏବଂ କର୍ଣ୍ଣାଟକ ରାଜ୍ୟର ସେଵାକାର୍ଯ୍ୟ ପାଇଁ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.