By Village Missionary Movement
Saturday, 17-Apr-2021ଆଜିର ବାକ୍ୟ (Oriya) 17-04-2021
କନିଷ୍ଠ ଯୀଶୁ
“ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ'ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହି ସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ।“ - ଯୋହନ 14:12
ଉତ୍ତରପ୍ରଦେଶ ରାଜ୍ୟର ପୂର୍ବରୁ ବସବାସ କରି ଥିବା ଗୋପୀ ଶର୍ମା ! ତାଙ୍କର ସାତ ବର୍ଷ ବୟସରୁ ସେ ଯାଦୁବିଦ୍ୟା ଖେଳ କରିଆସୁଥାନ୍ତି !ଏହା ହେଉଛି ତାର ବୃତ୍ତି !ଅନେକ କଠିନତାରେ ମଧ୍ୟ ଯାଦୁବିଦ୍ୟା ଖେଳ ଦେଖାଇ ମହାନ ନିପୁନତା ରୂପରେ ରହି ଥିଲା !ଶର୍ମାଙ୍କ ଯାଦୁବିଦ୍ୟାଟି ଉତ୍ତର ଭାରତ ଦେଶରେ ବିଖ୍ୟାତ ଅଟେ !ତାଙ୍କର ପୁଅ ସତ୍ୟ ପ୍ରକାଶ ଶର୍ମା !ଏହି ପୁଅଟି ମେକାନିକ ଇଂଗିନୀରିଙ୍ଗ ପାଠ ଶେଷ କରି, ତାଙ୍କର ପିତାଙ୍କ ଯାଦୁବିଦ୍ୟାକୁ ସେ ହି ଚଳାଉ ଥାଏ !ପିତାଙ୍କ ମୁହର ଭାଗ, ତାଙ୍କ ପରି ହସ, ପିତାଙ୍କ ପରି ଭାଷା ବୋଲି ନୂତନ ନାଇପୁଣ୍ୟତାରେ ସମସ୍ତ କରୁଥାନ୍ତି !ଅନେକ ତାଙ୍କୁ କନିଷ୍ଠ ଗୋପୀ ଶର୍ମା ବୋଲି ଡାକନ୍ତି !ତାଙ୍କର ରୂପ ଗୋପୀ ଶର୍ମାଙ୍କ ପରିଥାଏ !
ପିତା ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଆମକୁ ତାଙ୍କର ନିଜର କରିଅଛନ୍ତି !ଆମେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରବା ନୁହେଁ, ତାଙ୍କର ଦ୍ଵାରା ପରିବର୍ତ୍ତନ ହେବାର ଏହା ଏକ ସମୟ ଅଟେ !ଯୀଶୁଖ୍ରୀଷ୍ଟ ମାନବ ରୂପରେ ଅବତାର କରିବା ଦ୍ଵାରା, ଆମକୁ ପରିତ୍ରାଣ ଆସିଲା !ଆମେ ତାଙ୍କୁ ବିଶ୍ୱାସ କରିବା ଦ୍ଵାରା ସେ କରି ଥିବା କାର୍ଯ୍ୟ ଆମେ ମଧ୍ୟ କରିପାରିବା !ଏହାହିଁ ବାଇବଲର ଉପଦେଶ !ଆମେ ଆମ ମନରେ ଅନେକ ଆଶା ରଖି ଥାଇପାରୁ, ମାତ୍ର ଆମ ପିତାଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବା ଆମ ଆଶା ଠାରୁ ମୁଖ୍ୟ ଅଟେ !ଆମର ଇଚ୍ଛାକୁ ପିତାଙ୍କୁ ପରିତ୍ୟାଗ ହୁଏ !ସେତେବେଳେ ଯୀଶୁଙ୍କ ପରି ଆମେ ମହାନ ମହାନ କାର୍ଯ୍ୟ କରିପାରିବା !ଆମ୍ଭ ଦ୍ଵାରା ଯୀଶୁଖ୍ରୀଷ୍ଟଙ୍କୁ ଅନେକ ଗ୍ରହଣ କରିବେ !
ଏହା ପାଠ କରୁଥିବା ବନ୍ଧୁଗଣ, ଅଜି ଆମେ ପ୍ରତ୍ୟେକ ଜଣ କନିଷ୍ଠ ଯୀଶୁଙ୍କ ପରି ଜୀବନଯାପନ କରିବା !ଏହି ଜଗତ ସର୍ବପ୍ରଥମେ ଆମକୁ ହିଁ ଦେଖିବ !ଆମେ ଯୀଶୁଙ୍କ ସନ୍ତାନ ପରି ଜୀବନ ଯାପନ କରିବା ଦ୍ଵାରା ଜଗତ ଯୀଶୁଙ୍କୁ ଗ୍ରହଣ କରିବ !ଆମେ ସୁସମାଚାର ପ୍ରଚାର କରିବା ପୂର୍ବରୁ ଆମ ଜୀବନଯାପନ ସୁସମାଚାର ରୂପେ ପରିବର୍ତ୍ତନ ହେବା ଆବଶ୍ୟକ !ଏହାହିଁ ଏହି ଜଗତକୁ ଯୀଶୁଙ୍କ ନିକଟକୁ ଫେରାଇବାର ସଠିକ ପଥ ଅଟେ !ଯୀଶୁଙ୍କ ପରି ସମସ୍ତଙ୍କୁ ଗ୍ରହଣ କରି, ତାଙ୍କୁ ଗ୍ରହଣ କରି, ତାଙ୍କରି ଶାରୀରିକ ଅତ୍ମୀୟତା ଆବଶ୍ୟକକୁ ଆମେ ପୂର୍ଣ୍ଣ କରିଲେ, ଆମେ ମଧ୍ୟ କନିଷ୍ଠ ଯୀଶୁଙ୍କ ପରି ଜୀବନଯାପନ କରି ପାରିବା !ଏହାହିଁ ଆମ ସୁସମାଚାର ପ୍ରକାଶ କରିବାର ବିଧାନ ଅଟେ !ଯୀଶୁ ବାପାଙ୍କୁ ଅନୁସରଣ କରିବା, କନିଷ୍ଠ ଯୀଶୁଙ୍କ ପରି ଜୀବନଯାପନ କରିବା !
- ଟି. ଶଙ୍କର ରାଜ
ପ୍ରାର୍ଥନା କରନ୍ତୁ :-
ମୋକ୍ଷ ପ୍ରୟାନାମ ନାମକ ଧ୍ୟାନ ପତ୍ରିକା ଅନେକଙ୍କୁ ପ୍ରୟୋଜନ ହେବାକୁ, ଏହା ଦ୍ଵାରା ଅନେକଙ୍କୁ ଭକ୍ତି ଅଭିବୃଦ୍ଧି ହେବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.