Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-07-2024
Share:

By Village Missionary Movement

Saturday, 06-Jul-2024

ଆଜିର ବାକ୍ୟ (Oriya) 06-07-2024

 

ଏକ ଫଳପ୍ରଦ ଜୀବନ 

 

“ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି । ସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ !” - ଯୋହନ ୧୫:୧୬

 

ଆମେ ଇଶ୍ବରଙ୍କ ସନ୍ତାନ ଭାବରେ କ’ଣ ଚିନ୍ତା କରୁଛୁ ? କ'ଣ ଆମେ ଇଶ୍ବରଙ୍କୁ ଗ୍ରହଣ କରିଛୁ ! କିନ୍ତୁ ତାହା ସତ୍ୟ ନୁହେଁ, ଯିଏ ନିଜେ ପ୍ରଭୁମାନଙ୍କର ପ୍ରଭୁ ଆମକୁ ପସନ୍ଦ କରିଛନ୍ତି ! କାହିଁକି ଆମକୁ ବାଛିଛନ୍ତି ? ଆମେ ଫଳ ଦେବାକୁ ଏବଂ ସେହି ଫଳ ଚିରସ୍ଥାୟୀ ନିମନ୍ତେ ! 

 

ଏକ ଫଳପ୍ରଦ ଜୀବନ କ’ଣ ? ପବିତ୍ର ବାଇବଲର ବାକ୍ୟକୁ ମାନିବା ଏବଂ ତାଙ୍କ ସମାନତାକୁ ପ୍ରତିଫଳିତ କରି ଅନ୍ୟମାନଙ୍କ ପାଇଁ ଆଶୀର୍ବାଦ ଭାବରେ ବଞ୍ଚିବା ହେଉଛି ଯାହା ଦ୍ଵାରା ତାଙ୍କର ଗୁଣଗୁଡିକ ପ୍ରକାଶ ପାଇବ ! ମୁଖ୍ୟତଃ ତାଙ୍କର ପ୍ରେମ, ଦୀର୍ଘସ୍ଥାୟୀ, କରୁଣା, ଦୟା, ପବିତ୍ରତା ଏବଂ ଭଦ୍ରତା ଭଳି ଗୁଣ ଆମ ଜୀବନରେ ଦେଖାଯିବା ଉଚିତ୍ ! ପ୍ରଭୁ ଆମକୁ ଭଲ ପାଉଥିଲେ ଏବଂ ଆମ ପାଇଁ ତାଙ୍କ ଜୀବନ ଦେଇଥିଲେ ! ଏହି ମୂଲ୍ୟବାନ "ଐଶ୍ୱରୀୟ ପ୍ରେମ" ଆମ ହୃଦୟରେ ଢାଳିଛି କି ? 

 

ଏହି ପ୍ରକାର ପ୍ରେମ ସହିତ ଆମେ ଆମ ପରିବାରକୁ ଭଲପାଉ କି ? ଆଜିକାଲି ଏପରି କିଛି ପତ୍ନୀ ଅଛନ୍ତି ଯେଉଁମାନେ ଅନେକ ଦୋଷ ସତ୍ତ୍ୱେ ନିଜ ସ୍ୱାମୀଙ୍କୁ ଭଲ ପାଆନ୍ତି ? ଏପରି କିଛି ସ୍ୱାମୀ ଅଛନ୍ତି କି,ଯେଉଁମାନେ ବାହ୍ୟ ସୌନ୍ଦର୍ଯ୍ୟକୁ ନ ଦେଖି ନିଜ ପତ୍ନୀଙ୍କ ଭିତର ସୌନ୍ଦର୍ଯ୍ୟକୁ ଭଲ ପାଆନ୍ତି କି ? ଆମେମାନେ ଯେଉଁମାନେ ଇଶ୍ବରଙ୍କ ଇଚ୍ଛାକୁ ହୃଦୟରୁ ଗ୍ରହଣ କରୁଛୁ କି ? ଇଶ୍ୱର ମୋ ଜୀବନରେ କେବେବି ଭୁଲ କରିବେ ନାହିଁ ! ତୁମେ ଭାବୁଛ କି ସେ ଯାହା କରନ୍ତି ତାହା ମୋ ପ୍ରତି ପ୍ରେମ ହେତୁ କରାଯାଇଥାଏ ! ନା, ଆମେ ଦୋଷ ଖୋଜୁ ଏବଂ ଇଶ୍ୱରଙ୍କୁ ଦାୟୀ କରୁ କି ? 

 

ଅସୁବିଧା ଏବଂ ସଂଘର୍ଷ ବିନା କାହାର ଜୀବନ ନାହିଁ ! ପ୍ରଭୁ ଆମକୁ ସଂଘର୍ଷ ମାଧ୍ୟମରେ ବିଜୟୀ ଜୀବନଯାପନ କରିବାକୁ ଅନୁମତି ଦିଅନ୍ତି ! ଏକ ସୁନ୍ଦର ଡେଣା ପ୍ରଜାପତି ହେଉଛି ଏକ କୀଟପିଲା ଯାହା ନିଜ ଚାରିପାଖରେ ଏକ ବସା ନିର୍ମାଣ କରେ ଏବଂ ତା’ପରେ ଡେଣା ଛାଡିବାକୁ ଚେଷ୍ଟା କରେ ! କେବଳ ସେତେବେଳେ ଏହା ଏକ ସୁନ୍ଦର ପ୍ରଜାପତି ! ଯଦି ଆମେ ପୋକକୁ ଏହାର ସମୟ ପୂର୍ବରୁ ଛାଡିଦେଉ, ତେବେ ଏହା ତା’ର ପ୍ରଜାପତି ଭାବରେ ନୁହେଁ ବରଂ ଏକ ପଙ୍ଗୁ ପୋକ ଭଳି ଶେଷ ହେବ ! 

   

ଅତଏବ, ଯେତେବେଳେ ଆମେ ପ୍ରେମ, ଧୌର୍ଯ୍ୟ, ନମ୍ରତା ଏବଂ ଆଜ୍ଞାର ଆତ୍ମାର ଫଳ ବହନ କରୁ, ଯେତେବେଳେ ଆମେ ପ୍ରାର୍ଥନା କରୁ, ଆମ ଜୀବନ ଏକ ଫଳପ୍ରଦ ଜୀବନ ହୋଇଯାଏ ! ତା’ପରେ ପିତାଙ୍କ ଠାରେ ଆମେ ଯାହା ପ୍ରାର୍ଥନା କରୁ, ତାହା ପୁତ୍ରଙ୍କ ଗୌରବ ପାଇଁ ଦେବେ ! ଆମେନ୍ !

- ଶ୍ରୀମତୀ ଭୁବନା ଧାନାପାଲାନ୍ 

 

ପ୍ରାର୍ଥନା ଅନୁରୋଧ:- 

ଅଗଷ୍ଟ ୧୫ ଯୁବ ଶିବିର ଦ୍ଵାରା ହେବାକୁ ଥିବା ଫିଲଡ଼ କାର୍ଯ୍ୟ ପାଇଁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet